ହେ ଭଗବାନ..ପେଟ୍ରୋଲ ପମ୍ପରେ କାର ଭିତରେ ବସିଥିଲେ ମହିଳା,ହଠାତ ବ୍ୟକ୍ତିଜଣକ କାରରେ ଲଗାଇ ଦେଲେ ନିଆଁ ,ଆଉ ତା ପରେ ..ଦେଖନ୍ତୁ ଭିଡ଼ିଓ

ପୋରସେ କାର ସେହି ମହଙ୍ଗା ଗାଡିମାନଙ୍କ ମଧ୍ୟରୁ ଗୋଟିଏ ଅଟେ, ଯାହାକୁ ଭଲ ପାଉଥିବା ଲୋକଙ୍କ ସଂଖ୍ୟା ବହୁତ ଅଟେ | ଏହି କାରର ଫ୍ୟାନ୍ସ ବହୁତ ଅଧିକ | ଲୋକମାନଙ୍କର ସ୍ୱପ୍ନ ଥାଏ ଯେ ପୋରସେ କାର ଚଳାଇବା | ଚୀନରୁ ଗୋଟିଏ ହୃଦୟ ବିଦାରକ ଭିଡିଓ ସାମନାକୁ ଆସିଛି | ଏଠାରେ ପୋରସେ କାର ପେଟ୍ରୋଲ ପମ୍ପରେ ଠିଆ ହୋଇଥିଲା | କାରରେ ପେଟ୍ରୋଲ ଭର୍ତ୍ତି କରାଯାଉଥିଲା | ଠିକ ସେତିକିବେଳେ ଜଣେ ଅଜଣା ବ୍ୟକ୍ତି ପଛରୁ ଆସିଲା ଏବଂ ସେ ଆସି କାରକୁ ନିଆଁ ଲଗାଇ ଦେଲା | କିଛି ସେକେଣ୍ଡରେ ହିଁ କାର ଜଳିବାକୁ ଲାଗିଲା | ଖବର ଅନୁଯାୟୀ, ଏହି ଘଟଣା ସାଉଥ ଚୀନର ପେଟ୍ରୋଲ ଷ୍ଟେସନର ବୋଲି କୁହାଯାଉଛି | କାରଟି ଏତେ ଜଲଦି ଜଳିବାକୁ ଲାଗିଲା ଯେ ଆଖପାଖ ଲୋକ କିଛି ବୁଝିବା ଏବଂ ଭାବିବାକୁ ମଧ୍ୟ ସମୟ ପାଇଲେ ନାହିଁ |

ପ୍ରଥମେ ସେ ବାହାରକଲା ପେଟ୍ରୋଲ ଗନ :-

ଏହି ଘଟଣାର ସିସିଟିଭି ଭିଡିଓ ସାମ୍ନାକୁ ଆସିଛି | ଏଥିରେ ଦେଖାଯାଇପାରେ ଯେ ଜଣେ ବ୍ୟକ୍ତି ପ୍ରଥମେ ଆସି କାର ପାଖରେ ଲୁଚିକି ଠିଆ ହୋଇଥିଲା | ସେ ପେଟ୍ରୋଲ ପମ୍ପ ପାଖରେ ଠିଆ ହୋଇଥିଲା | ଏହାପରେ ସେ ଅଚାନକ ଆଗକୁ ଆସିଲା ଏବଂ ସେ ଫ୍ୟୁଲ ଗନକୁ କାରରୁ ବାହାର କଲା | ସେ କାରକୁ ପୁରା ନିଆଁ ଲଗାଇଦେଲା | ପେଟ୍ରୋଲକୁ ନିଆଁ ଲାଗିବାମାତ୍ରେ ହିଁ କାରର ପଛ ଭାଗ ଶୀଘ୍ର ନିଆଁ ଲାଗିଗଲା |

ଭିତରେ ଥିଲେ ଜଣେ ମହିଳା :-

ଯେଉଁ ବ୍ୟକ୍ତି କାରକୁ ନିଆଁ ଲଗାଇଥିଲେ, ନିଆଁ ଲାଗିବା ମାତ୍ରେ ହିଁ ସେ ପଳାଇ ଗଲା | ପାଖରେ ଠିଆ ହୋଇଥିବା ଜଣେ ବ୍ୟକ୍ତି ତୁରନ୍ତ କାରର ଅନ୍ୟ ଡୋର ଖୋଲିଦେଲେ ଏବଂ କାର ଭିତରୁ ଜଣେ ମହିଳା ବାହାରିଲେ | ଅର୍ଥାତ ନିଆଁ ଲାଗିବା ସମୟରେ ମହିଳା ଭିତରେ ହିଁ ଥିଲେ | ମହିଳା ବାହାରକୁ ପଳାଇ ଆସିଲେ ଏବଂ ସେମାନେ ଦୁହେଁ ଦୁରକୁ ଚାଲିଗଲେ |

କର୍ମଚାରୀମାନେ ତୁରନ୍ତ ନିଆଁ ଲିଭାଇଦେଲେ :-

ନିଆଁ ଅଧିକ ବଢିବା ଦେଖି ନିଜ ଜୀବନକୁ ବାଜିରେ ଲଗାଇ ପେଟ୍ରୋଲ ପମ୍ପରେ କାମ କରୁଥିବା କର୍ମଚାରୀ ଆଗେଇ ଆସିଲେ | ସେମାନେ ତୁରନ୍ତ ନିଆଁ ଉପରେ କାବୁ କରିବାକୁ ଚେଷ୍ଟା କଲେ | ଅନେକ କର୍ମଚାରୀ ସାହାଯ୍ୟ କରିବାପାଇଁ ଆଗେଇ ଆସିଲେ ଏବଂ ସେମାନେ ମିଶି ନିଆଁ ଉପରେ କାବୁ କରିବାରେ ସକ୍ଷମ ହେଲେ | ପରେ ପୋଲିସ ସେହି ବ୍ୟକ୍ତିଙ୍କୁ ଧରିନେଲା, ଯିଏକି ନିଆଁ ଲଗାଇଥିଲା |

ଏଠାରେ ଦେଖନ୍ତୁ ଭିଡିଓ :-

Leave a Reply

Your email address will not be published.