ସାମୁହିକ ବିବାହ କାର୍ଯ୍ୟକ୍ରମରେ ଟଙ୍କା ଏବଂ ଜିନିଷ ଲୋଭରେ ଭଉଣୀକୁ ବାହାହେଲା ବିବାହିତ ପୁରୁଷ ! ୩ ସସ୍ପେଣ୍ଡ,ଜାଣନ୍ତୁ ପୁରା ମାମଲା !

ଉତ୍ତରପ୍ରଦେଶର ଫିରୋଜବାଦରେ ଡିସେମ୍ବର ୧୧ତାରିଖରେ ହୋଇଥିବା ୫୧ ଦମ୍ପତିଙ୍କ ସାମୁହିକ ବିବାହରେ ଦୁଇ ପିଲାର ବାପା ନିଜ କକା ଝିଅ ଭଉଣୀ ସହିତ ବିବାହ କରିଥିଲେ | ଏହି ବିଷୟରେ ଜିଲ୍ଲା ପ୍ରଶାସନ ବର୍ତ୍ତମାନ ଆକ୍ସନ ନେଇଛି |

ବାସ୍ତବରେ ଫିରୋଜବାଦର ଟୁଁଡଲା ବ୍ଲକର ଜିଲ୍ଲା ବ୍ଲକ ବିକାଶ କାର୍ଯ୍ୟାଳୟରେ ଶନିବାର ଦିନ ମୁଖ୍ୟମନ୍ତ୍ରୀ ସାମୁହିକ ବିବାହ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା | ଏଥିରେ କିଛି ଟଙ୍କା ଏବଂ ଯୌତୁକର ଜିନିଷର ଲୋଭରେ ଦୁଇଜଣ ପିଲାଙ୍କର ବାପା ନିଜ କକା ଝିଅ ଭଉଣୀ ସହିତ ବିବାହ କରିଦେଇଥିଲା | ଟୁଁଡଲାର ବିଧାୟକ ପ୍ରେମ ପାଲ ଧନଗର ମଧ୍ୟ ଏମାନଙ୍କୁ ବିବାହ ସମୟରେ ଆଶୀର୍ବାଦ ଦେଇଥିଲେ |

ଯାଞ୍ଚରେ ଯେତେବେଳେ ମାମଲା ସାମ୍ନାକୁ ଆସିଲା, ସେତେବେଳେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ | ବର୍ତ୍ତମାନ ବିବାହ କରିଥିବା ଯୁବକ ବିରୋଧରେ ଥାନାରେ କେସ କରାଯାଇଛି | ସେହିପରି ଜିଲ୍ଲା ଅଧିକାରୀ ଚନ୍ଦ୍ର ବିଜୟ ସିଂହ ଦ୍ୱାରା ଅଲଗା ଭାବରେ ଯାଞ୍ଚ କରାଯାଇଛି | ଯେଉଁଥିରେ ଦୋଷୀ ସାବ୍ୟସ୍ତ ହେବାପରେ ବର୍ତ୍ତମାନ ତିନିଜଣଙ୍କୁ ସସ୍ପେଣ୍ଡ କରାଯାଇଛି | ଜଣେ ଅଧିକାରୀ ଏ.ଡି.ଓ. ଙ୍କ ସସ୍ପେଣ୍ଡ ରିକମେଣ୍ଡେସନ ଶାସନକୁ ପଠାଇ ଦିଆଯାଇଛି ଏବଂ ଆଉ ଜଣେ ଅନ୍ୟ ବି.ଡି.ଓଙ୍କୁ କାରଣ କହିବାକୁ ନୋଟିସ ଜାରି କରାଯାଇଛି |

ଫିରୋଜବାଦର ମୁଖ୍ୟ ବିକାଶ ଅଧିକାରୀ ଚଚିତ ଗୌଡ଼ କହିଛନ୍ତି ଯେ ଜିଲ୍ଳାଧିକାରୀଙ୍କ ନିର୍ଦ୍ଦେଶରେ ଯାଞ୍ଚ କରାଯାଇଥିଲା | ଯାଞ୍ଚରେ ଯାହା ବି ସୂଚନା ମିଳିଥିଲା, ସେଥିରେ ଅନେକ ଲୋକଙ୍କର ଭୁଲ ଥିବା ଜଣାପଡିଥିଲା | ଜିଲ୍ଳାଧିକାରୀ ଦ୍ୱାରା ନିର୍ଦ୍ଦେଶିତ କରି ୨ ଜଣ ସେକ୍ରେଟାରୀ, ଜଣେ ସଫେଇ କର୍ମଚାରୀଙ୍କ ବିରୋଧରେ ସ୍ସପେନ୍ସନ ପାଇଁ ଆକ୍ସନ ନିଆଯାଇଛି | ଏହାସହିତ ସମାଜ କଲ୍ୟାଣ ବିଭାଗର ଏଡ଼ିଓଙ୍କର ମଧ୍ୟ ଭୁଲ ଥିବା ଜଣାପଡିଛି |

Leave a Reply

Your email address will not be published.