ଆପଣାନ୍ତୁ ଏହି ଟିପ୍ସ : ବିଜୁଳି ବିଲ ବହୁତ କମ ଆସିବ, ମନ ଇଛା ବ୍ୟବହାର କରିପାରିବେ ହିଟର,କୁଲର,AC ସବୁ କିଛି !

0

Get real time updates directly on you device, subscribe now.

ସରକାର ନିର୍ବାଚନ ସମୟରେ ବିଜୁଳି ବିଲ ଦେବାର ପ୍ରତିଶ୍ରୁତି ଦେଇଥାନ୍ତି କିନ୍ତୁ ଜନତାଙ୍କର ସର୍ବଦା ଅଭିଯୋଗ ରହୁଛି କି, ବିଜୁଳି ବିଲ ବହୁତ ଅଧିକ ଆସୁଛି। ବିଜୁଳି ଦ୍ୱାରା ଖର୍ଚ୍ଚ ହେଉଥିବା ଟଙ୍କା ବ୍ୟକ୍ତିର ଆୟ ଉପରେ ପ୍ରଭାବ ପକାଉଛି। ଏଥିପାଇଁ ପ୍ରତ୍ୟେକ ଚାହୁଁଛନ୍ତି କି, ତାଙ୍କର ବିଜୁଳି ବିଲ କମ ଆସୁ ଓ ପଇସା ବଞ୍ଚିଯାଉ। ଏଥିପାଇଁ ଆମେ ଆପଣଙ୍କୁ ଏକ ଟିପ ଦେବାକୁ ଯାଉଛୁ ଯାହାଦ୍ୱାରା ଆପଣ ଏହି ଟିପ ବ୍ୟବହାର କରି ପ୍ରତ୍ୟେକ ମାସରେ ବିଜୁଳି ବିଲ କମାଇପାରିବେ।

ପ୍ରତ୍ୟେକ ଘରେ ବଲବ, ପଙ୍ଖା, କୁଲର, Ac ଠାରୁ ନେଇ ଫ୍ରିଜ,ହିଟର ଭଳି ଜିନିଷ ରହିଥାଏ। ଏବେ ଯେଉଁ ଟିପ ଆମେ ଆପଣଙ୍କୁ କହିବୁ ଏହାକୁ ବ୍ୟବହାର କରି ଆପଣ ନିଜର ବିଜୁଳି ବିଲ କମାଇ ପାରିବେ।

ରୋଷେଇ ଘରେ କରନ୍ତୁ ଏହି କାମ:-

ସର୍ବପ୍ରଥମେ ଆପଣ ନିଜ ଫ୍ରିଜର ତାପମାତ୍ରା କିଛି ଡ଼ିଗ୍ରୀ ବଢ଼ାଇ ବିଜୁଳି ଦର କମ କରିପାରିବେ। ଫ୍ରେଶ ଫୁଡ଼ ପାଇଁ 36 ରୁ 38 ଡ଼ିଗ୍ରୀ ଫାରେନହାଇଟ ତାପମାତ୍ରା ସଠିକ ରହିଥାଏ। ସାଧାରଣତଃ ଫ୍ରିଜର ତାପମାତ୍ରା 5 ରୁ 6 ଡ଼ିଗ୍ରୀ ରହିଥାଏ। ଏହାସହ ଫ୍ରିଜର କୁ ସେଟ କରିବାପାଇଁ 0 ରୁ 5 ଡ଼ିଗ୍ରୀ ଫାରେନହାଇଟ ମାନକ ତୟ ହୋଇଥାଏ।

ଏହାସହ ଫ୍ରିଜ କିମ୍ବା ଫ୍ରିଜରକୁ ସର୍ବଦା ଫୁଲ ରଖିବାକୁ ଚେଷ୍ଟା କରନ୍ତୁ କାରଣ ଏହା କରିବା ଦ୍ୱାରା ଜିନିଷ ଥଣ୍ଡା କରିବାରେ କମ ଶକ୍ତି ଯାଇଥାଏ। ଏହାସହ ଆପଣ କମ ଏନର୍ଜି ଦ୍ୱାରା ଫ୍ରିଜକୁ ବ୍ୟବହାର କରିପାରିବେ। ଏହାସହ ଫ୍ରିଜ କିଣିବା ସମୟରେ ଏନର୍ଜି ସେଭର କାପାସିଟିର ଜରୁରୀ ଧ୍ୟାନ ରଖନ୍ତୁ।

ରାତିରେ କପଡ଼ା ଧୋଇବା ସଠିକ ରହିଥାଏ:-

ନିଜ ୱାଶିଂମେସିନକୁ ସଠିକ ଭାବରେ ସଫା କରନ୍ତୁ କାରଣ ଆପଣ ଯେତେବେଳେ କପଡ଼ା ସଫା କରିବେ ସେହି ସମୟରେ ଯେମିତି ଡ୍ରୟର ସଠିକ ଭାବରେ ବୁଲିବ। କପଡ଼ା ଧୋଇବା ପାଇଁ ରାତି ସମୟ ହେଉଛି ସଠିକ, ଦିନରେ ଆପଣଙ୍କ ଅଧିକ ଏନର୍ଜି ଖର୍ଚ୍ଚ ହୋଇଥାଏ। କପଡ଼ା ସର୍ବଦା ଥଣ୍ଡା ପାଣିରେ ହିଁ ଧୋଇବା ସଠିକ ହୋଇଥାଏ।

ଦ୍ରାୟର ବ୍ୟବହାର ସର୍ବଦା ବଡ଼ କପଡା ପାଇଁ କରିବା ଉଚିତ। ଛୋଟ ଛୋଟ କପଡ଼ାକୁ ଆପଣ ଆରାମରେ ଶୁଖାଇ ପାରିବେ ଓ ଏଥିରେ ଆପଣଙ୍କ ବିଜୁଳି ବହୁତ କମ ପରିମାଣରେ ଖର୍ଚ୍ଚ ହେବ।

LED ବଲବ ବଞ୍ଚାଇଥାନ୍ତି ବିଜୁଳି:-

ଘରେ ଲାଗିଥିବା ବଲବ ସମ୍ପୂର୍ଣ୍ଣ LED ଅଟେ ଏହାର ନିଶ୍ଚିତ ରୂପରେ ଧ୍ୟାନ ରଖନ୍ତୁ। ଏହି ବଲବ ଅନ୍ୟ ବିଜୁଳି ବଲବ ମୁକାବିଲାରେ 80 ପ୍ରତିଶତ ପର୍ଯ୍ୟନ୍ତ ବିଜୁଳି ବଞ୍ଚାଇଥାଏ। ଘରର ଇଲେକ୍ଟ୍ରିକ ବୋର୍ଡ଼ରେ ସ୍ମାର୍ଟ ପାୱାର ଷ୍ଟ୍ରିପ ବ୍ୟବହାର କରିପାରିବେ। ଘରର ଇଲେକ୍ଟ୍ରିକ ବୋର୍ଡ଼ରେ ଆପଣ ସ୍ମାର୍ଟ ପାୱାର ଷ୍ଟ୍ରିପ ଲଗାଇ ଘରର ଇଲେକ୍ଟ୍ରିକକୁ ବଞ୍ଚାଇ ପାରିବେ।

ଗରମ ଦିନରେ ୱିଣ୍ଡୋ ଶେଡ଼ର ବ୍ୟବହାର କରି ଆପଣ ଆପଣ ଘରକୁ ଥଣ୍ଡା ରଖିପାରିବେ ଓ ଥଣ୍ଡାର ଆବଶ୍ୟକତା ବହୁତ କମ ପଡ଼ିବ। ବାହାର ର ଗରମ ପବନ ଯଦି ଭିତରକୁ ନଆସେ ତାହେଲେ ବହୁତ କମ ଏନର୍ଜି ଦ୍ୱାରା AC ଘରକୁ ଥଣ୍ଡା କରିଦେବ।

କୁଲିଂ କରିବାପାଇଁ ଆପଣାନ୍ତୁ ଏହି ପଦକ୍ଷେପ:-

ଘରେ ଯଦି ୱାଟର ହିଟର ବ୍ୟବହାର କରନ୍ତି ତାହେଲେ ତାପମାତ୍ରା କଣ୍ଟ୍ରୋଲ କରିବା ଜରୁରୀ ଅଟେ ତାକି ଆବଶ୍ୟକତା ଠାରୁ କମ କରାଯାଇପାରିବ। ଘରେ ଥିବା ଜିନିଷକୁ ଆଡ଼ଜଷ୍ଟ କରି ଆପଣ ବିଜୁଳି ବଞ୍ଚାଇ ପାରିବେ। ଘରେ ସୋଫା ଓ ବେଡ଼କୁ AC ତଳେ ରଖିବା ଦ୍ୱାରା ବହୁତ ଜଲଦି ରୁମରେ ଥଣ୍ଡା ପବନ ଖେଳିଯିବ। ଏଥିରେ AC ଉପରେ କମ ପ୍ରେସର ପଡ଼ିବ ଓ ଆପଣ ଅତିସହଜରେ ପୁରା ଘର ଥଣ୍ଡା କରିପାରିବେ।

ଘର ବାହାରେ ସୋଲାର ପ୍ୟାନେଲ ଲଗାଇ ଆପଣ ବିଜୁଳି ବଞ୍ଚାଇ ପାରିବେ। ବାହାର ଲାଇଟ ଓ ଲ୍ୟାମ୍ପକୁ ଆପଣ ସୋଲାର ପ୍ୟାନେଲ ଦ୍ୱାରା ଚାର୍ଜ କରନ୍ତୁ ଯାହାଦ୍ୱାରା ଆପଣ ସଠିକ ଭାବରେ ଏହାର ବ୍ୟବହାର କରିପାରିବେ।

Leave A Reply

Your email address will not be published.