ହୃଦୟ ବିଦାରକ ଦୃଶ୍ୟ : ନିଆଁ ଲାଗିଯାଇଥିବା ବିଲଡିଂର ଝରକାରେ ଝୁଲୁଥିବା ୨ଜଣ ଯୁବକଙ୍କର ଭିଡିଓ ଭାଇରଲ, ଦୃଶ୍ୟ ଦେଖି ଲୋକଙ୍କର ଅଟକିଗଲା ନିଶ୍ୱାସ !

ସୋସିଆଲ ମିଡିଆରେ ଆଜିକାଲି ଜଳୁଥିବା ବିଲଡିଂର ଝରକାରେ ଝୁଲୁଥିବା ଦୁଇଜଣ ଯୁବକଙ୍କର ଭୟଙ୍କର ଭିଡିଓ ଭାଇରଲ ହେଉଛି | ଭିଡିଓରେ ଜଣେ ୧୩ବର୍ଷର ଏବଂ ଆଉ ଜଣେ ୧୮ ବର୍ଷର ଦୁଇଜଣ ଯୁବକ ଗୋଟିଏ ମହଲାର ଝରକା ବାହାରେ ପାଇପ ଦ୍ୱାରା ଝୁଲି ନିଜକୁ ବଞ୍ଚାଇବାକୁ ଚେଷ୍ଟା କରୁଥିବାର ଦେଖାଯାଇଛି | ଭିଡିଓରେ ଆପଣ ଦେଖିପାରିବେ ଯେ ବିଲଡିଂରେ ପଞ୍ଚମ ମହଲାରେ ବହୁତ ନିଆଁ ଲାଗୁଛି ଏବଂ ସେଥିରୁ ଧୂଆଁ ବାହାରୁଛି | ଏହି ଭିଡିଓକୁ ଦେଖିବାପରେ ପ୍ରାୟ ସମସ୍ତଙ୍କର ନିଶ୍ୱାସ ହିଁ ଅଟକିଯାଇଛି | ଭଲ କଥା ଏହା ଯେ ଦୁଇ ଯୁବକ ଜଳୁଥିବା କୋଠରୀ ସୁରକ୍ଷିତ ଭାବରେ ବଞ୍ଚି ଫେରିଛନ୍ତି | ଏହି ଆଶ୍ଚର୍ଯ୍ୟଜନକ ଘଟଣା ଆମେରିକାର ନ୍ୟୁୟର୍କ ସହରର ଅଟେ |

ଭିଡିଓ କ୍ଲିପର ଆରମ୍ଭରେ ଆପଣ ଦେଖିପାରିବେ ଯେ ବିଲଡିଂର ଝରକାରୀ ଜଣେ ଯୁବକ ଝୁଲୁଥିବାର ଦେଖାଯାଉଛନ୍ତି | କିଛି ସେକେଣ୍ଡ ପରେ ସେ ଝରକା ପାଖ ପାଇପକୁ ଧରିବାରେ ସଫଳ ହେଉଛନ୍ତି | ଏହି ସମୟରେ ଝରକାରୁ ବହୁତ ଧୂଆଁ ବାହାରୁଥିବାର ଦେଖାଯାଇପାରେ | ଏହା ମଧ୍ୟରେ କିଛି ଲୋକ ବିଲଡିଂ ତଳେ ଚାଦର ନେଇ ଯୁବକଙ୍କୁ ଧରିବାପାଇଁ ପ୍ରସ୍ତୁତ ଥାଇ ଠିଆ ହୋଇଥିବାର ମଧ୍ୟ ଦେଖାଯାଉଛନ୍ତି | ବର୍ତ୍ତମାନ ଝରକାରୁ ଆଉ ଜଣେ ପିଲା ବାହାରୁଥିବାର ଦେଖାଯାଉଛନ୍ତି |

ଏହି ଦୃଶ୍ୟ ବହୁତ ଭୟଙ୍କର ଅଟେ, କାରଣ ଟିକେ ଟିକେ ଭୁଲ ପାଇଁ ସେମାନଙ୍କ ଜୀବନ ମଧ୍ୟ ଯାଇଥାନ୍ତା | କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ସେମାନେ ହାତ ଧରାଧରି ହୋଇ ପିଲାଟି ପାଇପକୁ ଆସିଯାଏ | କିନ୍ତୁ ଏହାପରେ ଯାହା ହୁଏ, ତାହା ଆହୁରି ଭୟଙ୍କର ଅଟେ | ଅଚାନକ ଝରକାରୁ ନିଆଁର ବଡ଼ ବଡ଼ ଝୁଲ ବାହାରିବାକୁ ଲାଗେ | ଏହା ଦେଖିବାମାତ୍ରେ ଦୁହେଁ ପାଇପ ଦ୍ୱାରା ଜୋରରେ ଖସି ଆସି ତଳକୁ ଆସିଯାନ୍ତି |

ଦେଖନ୍ତୁ ଭିଡିଓ :-

ଭିଡିଓରେ ଆପଣ ଦେଖିପାରିବେ ଯେ ଦୁଇ ଯୁବକ କିପରି ବାହାଦୁରି ସହିତ ନିଜକୁ ବଞ୍ଚାଇଲେ ଏବଂ ପାଇପ ସାହାଯ୍ୟରେ ପଞ୍ଚମ ମହଲାରୁ ତଳକୁ ଓହ୍ଲାଇ ଆସିଲେ | ଏହି ଭିଡିଓକୁ ଟ୍ୱିଟରରେ @GoodNewsCorres1 ନାମକ ହ୍ୟାଣ୍ଡେଲରୁ ସେୟାର କରାଯାଇଛି | ଯେଉଁଥିରେ କ୍ୟାପ୍ସନରେ ସୂଚନା ଦିଆଯାଇଛି ଯେ ଆମେରିକାର ନ୍ୟୁୟର୍କରେ ଡିସେମ୍ବର ୧୬ ତାରିଖ ସକାଳେ ୧୩ ଏବଂ ୧୮ବର୍ଷର ଯୁବକ ଜଳୁଥିବା ବିଲଡିଂରୁ ବଞ୍ଚି ଫେରିଛନ୍ତି |

Leave a Reply

Your email address will not be published.