ସ୍ଟୁଡେଣ୍ଟଙ୍କ ଅନୁରୋଧ କ୍ରମେ ନିଜେ ମନ୍ତ୍ରୀ ଆସି ସଫା କଲେ ବିଦ୍ୟାଳୟର ଶୌଚାଳୟ !

ମଧ୍ୟପ୍ରଦେଶର ଉର୍ଜା ମନ୍ତ୍ରୀ ପ୍ରଧ୍ୟୁମ୍ନ ସିଂ ତୋମାର ମଧ୍ୟପ୍ରଦେଶର ଏକ ସରକାରୀ ସ୍କୁଲର ଶୌଚାଳୟ ସଫା କରି ଲୋକଙ୍କୁ ସ୍ଵଛତାର ସନ୍ଦେଶ ଦେଇଛନ୍ତିଜଣାଇଦେଉଛୁ କି, ଏହାପୂର୍ବରୁ ମଧ୍ୟ ମନ୍ତ୍ରୀ ପ୍ରଧ୍ୟୁମ୍ନ ସିଂହ ତୋମାର କେତେଥର ରାସ୍ତା ଓ ଘାଟ ସଫେଇ କରିବାର ନଜର ଆସିଛନ୍ତି। ସୂଚନା ଅନୁଯାୟୀ, ପ୍ରଧ୍ୟୁମ୍ନ ସିଂହ ତୋମାର ଶାସକୀୟ କନ୍ୟା ମାଧ୍ୟମିକ ବିଦ୍ୟାଳୟର ଅନୁଧ୍ୟାନ କରିବାକୁ ଯାଇଥିଲେ। ଏଠାରେ ସେ ବିଦ୍ୟାଳୟର ଛାତ୍ରୀ ମାନଙ୍କ ସହିତ କଥାବାର୍ତ୍ତା ହୋଇଥିଲେ ଓ ସେମାନେ ମନ୍ତ୍ରୀଙ୍କୁ କହିଥିଲେ କି,ଏଠାକାର ଶୌଚାଳୟ ଅବସ୍ଥା ଶୋଚନୀୟ ଅଟେ। ଏତିକି ଶୁଣି ମନ୍ତ୍ରୀ ନିଜେ ଯାଇ ଶୌଚାଳୟ ସଫା କରିବାକୁ ଲାଗିଲେ।

ମନ୍ତ୍ରୀ ପ୍ରଧ୍ୟୁମ୍ନ ସିଂହ ତୋମାର ଏଏନଆଇକୁ କହିଥିଲେ, ଜଣେ ଛାତ୍ରୀ ମୋତେ କହିଲେ ବିଦ୍ୟାଳୟ ପରିବେଶ ବହୁତ ଅପରିଷ୍କାର ଅଟେ ଯେଉଁଥିରେ ସେମାନଙ୍କୁ ବହୁତ ସମସ୍ୟା ହେଉଛି। ଏହାପରେ ସେ କହିଥିଲେ, ମୁଁ 30 ଦିନ ପର୍ଯ୍ୟନ୍ତ ସଂକଳ୍ପ ନେଇଛି ପ୍ରତିଦିନ ନୂଆ ନୂଆ ଜାଗାକୁ ଯାଇ ସେଠାରେ ସଫେଇ କରିବି, ମୁଁ ଚାହୁଁଛି ସ୍ବଛତାର ସନ୍ଦେଶ ସମସ୍ତଙ୍କ ପାଖରେ ପହଞ୍ଚୁ। ମୁଁ ଏହା ଏଥିପାଇଁ କରୁଛି କାରଣ ସମସ୍ତଙ୍କୁ ଯେପରି ଏଥିପାଇଁ ପ୍ରେରିତ କରପାରିବି।

ସେ ଲୋକଙ୍କୁ ସଫା ସଫେଇ ରଖିବାକୁ ଅପିଲ କରିବା ସହିତ ନଗର ନିଗମ ଅଧିକାରୀଙ୍କୁ ସ୍କୁଲ ପରିବେଶକୁ ସର୍ବଦା ସଫା ରଖିବାକୁ ଆଦେଶ ଦେଇଥିଲେ।

Leave a Reply

Your email address will not be published.