SBI ରେ ଖାଲିପଡିଛି ୧୨୦୦ରୁ ଊର୍ଦ୍ଧ୍ୱ ପୋଷ୍ଟ , ଯଦି ପ୍ଲସ ୩ ପାସ କରିଛନ୍ତି,ତା ହେଲେ ନିଶ୍ଚିତ କରନ୍ତୁ ଆବେଦନ !

ବ୍ୟାଙ୍କରେ ଚାକିରି ଖୋଜୁଥିବା ଯୁବପିଢିମାନଙ୍କ ପାଇଁ ଆସିଛି ଏକ ବଡ ଖବର। ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ସ୍କିଲଡ ବେସଡ ଅଫିସର(CBO) ପଦବୀ ଖାଲିପଡିଛି। ସୂଚନା ମୁତାବିକ, ଉକ୍ତ ପଦବୀରେ ନିଯୁକ୍ତି ପାଇଁ ସମୁଦାୟ ୧୨୨୬ ରୁ ଅଧିକ ପଦ ଖାଲିପଡିଛି। ଇଚ୍ଛା କରୁଥିବା ଏବଂ ଯୋଗ୍ୟ ଆବେଦନକାରୀ ୱେବସାଇଟ sbi.co.in ଜରିଆରେ ଅନଲାଇନରେ ଯାଇ ଆବେଦନ କରିପାରିବେ।

ଜରୁରୀ ତାରିଖ:-

ଆବେଦନ କରିବା ପାଇଁ ଡିସେମ୍ବର ୯ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୨୯ ତାରିଖ ୨୦୨୧ ମସିହାରେ ସମାପ୍ତ ହେବ। ଆବେଦନର ଶୁଳ୍କ ଜମା କରିବାର ଶେଷ ତାରିଖ ୨୯ ଡିସେମ୍ବର ରହିଛି। ଏହି ପଦବୀରେ ହେବାକୁ ଥିବା ପରୀକ୍ଷା ଜାନୁୟାରୀ ୨୦୨୨ ମସିହାରେ ହେବ ଏବଂ ଆଡମିଟ କାର୍ଡ ଜାରି ହେବାର ତାରିଖ ୧୨ ଜାନୁଆରୀ ରହିଛି।

ଶିକ୍ଷାଗତ ଯୋଗ୍ୟତା:-

ଆବେଦନକାରୀଙ୍କ ପାଖରେ କୌଣସି ମାନ୍ୟତାପ୍ରାପ୍ତ ୟୁନିଭରସିଟିର କୌଣସି ବି ଷ୍ଟ୍ରିମରେ ଗ୍ରାଜୁଏସନ କିମ୍ବା ଡିଗ୍ରୀ କରିଥିବା ଜରୁରୀ।

ବୟସର ସୀମା:-

ପଦବୀରେ ଆବେଦନ କରିବା ପାଇଁ ଆବେଦନକାରୀଙ୍କର ବୟସ ସୀମା ୨୧ ବର୍ଷରୁ ଅଧିକ ଏବଂ ୩୦ ବର୍ଷରୁ କମ ହୋଇଥିବା ଆବଶ୍ୟକ।

ଆବେଦନ ଶୁଳ୍କ:-

ସାଧାରଣ ବର୍ଗ, ଓବିସି ଏବଂ EWS ଆବେଦନକାରୀ ୭୫୦ ଟଙ୍କା ଆବେଦନ ଶୁଳ୍କ ରହିଥିବା ସମୟରେ ଅନୁସୂଚିତ ଜାତି, ଜନଜାତି ଏବଂ ଦିବ୍ୟାଙ୍ଗ ପାଇଁ ଆବେଦନ ନିଶୁଳ୍କ କରାଯାଇଛି। ଆବେଦନର ଶୁଳ୍କ ଡେବିଟ କାର୍ଡ, କ୍ରେଡିଟ କାର୍ଡ କିମ୍ବା ନେଟ ବ୍ୟାଙ୍କିଂ ଜରିଆରେ କରିପାରିବେ।

ଏମିତି କରନ୍ତୁ ଆବେଦନ:-

– ଏହି ପଦବୀରେ ଆବେଦନ କରିବା ପାଇଁ ଆପଣ ପ୍ରଥମେ ଷ୍ଟେଟ ବ୍ୟାଙ୍କର ଅଫିସିଆଲ ୱେବସାଇଟ sbi.co.in କିମ୍ବା ibpsonline.ibps.inକୁ ଯାନ୍ତୁ।

– ୱେବସାଇଟର ହୋମ ପେଜକୁ Careers ଅପସନକୁ ଯାଇ current opening ଲିଙ୍କରେ କ୍ଲିକ କରନ୍ତୁ।

– ତା’ ପରେ ଭର୍ତ୍ତି ପାଇଁ ନୋଟିଫିକେସନ ଏବଂ ଆବେଦନ ଫର୍ମ ଲିଙ୍କରେ କ୍ଲିକ କରନ୍ତୁ। ନୋଟିଫିକେସନ ଷ୍ଟାଟସ ଆସିବା ମାତ୍ରେ ଏହାକୁ ଓପନ କରିଆପ୍ଲିକେସନ ଫର୍ମକୁ ପୂରଣ କରିପାରିବେ।

– ଆବେଦନର ପ୍ରକ୍ରିୟା ପୂରଣ ହେବା ପରେ ଆପ୍ଲିକେସନ ଫର୍ମର ଫ୍ରିଣ୍ଟ ନିଶ୍ଚିତ ନିଜ ପାଖରେ ରଖନ୍ତୁ।

ଅଧିକ ଜାଣିବା ପାଇଁ ଏହି ଲିଙ୍କ ଉପରେ କ୍ଲିକ କରନ୍ତୁ:-

https://sbi.co.in/documents/77530/11154687/081221-CBO

21+Final+Detailed+Advt+ENG.pdf/6d3a8188-f5a6-e9dd-98fc-e580796a0766?t=1638963781497

Leave a Reply

Your email address will not be published.