ଜିଜୁଙ୍କ ଘରକୁ ଯିବାପାଇଁ ପତ୍ନୀ ଜିଦ ଧରି ବସିଲା,ଆଉ ସେଥିପାଇଁ ରାଗରେ ପତ୍ନୀଙ୍କୁ ମାରିଦେଲା ସ୍ବାମୀ ! ଆଉ ତା ପରେ ନିଜେ ବି ମରିଗଲା ! ଜାଣନ୍ତୁ ପୁରା ଘଟଣା

ଉତ୍ତର ପ୍ରଦେଶର ଇଟାୱାରୁ ହଇରାଣ କରିଦେବା ପରି ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ବ୍ୟକ୍ତି ପ୍ରଥମେ ନିଜ ପତ୍ନୀକୁ ହତ୍ୟା କରି ନିଜେ ସୁଇସାଇଡ଼ କରିଛନ୍ତି। ତାଙ୍କର 15 ମାସର ଏକ ଛୋଟ ପିଲା ମଧ୍ୟ ରହିଥିଲା। ମୃତକ ରାଜନୀଶ ଚାଷ କରି ନିଜ ପରିବାର ପେଟ ପୋଷୁଥିଲା। ପାଞ୍ଚବର୍ଷ ପୂର୍ବରୁ କାଞ୍ଚନ ନାମକ ଏକ ମହିଳାଙ୍କ ସହିତ ତାଙ୍କର ବିବାହ ହୋଇଥିଲା। ଚାଷ କରିବାପାଇଁ ସେ କିଛି ଲୋକଙ୍କ ଠାରୁ 10 ଟଙ୍କା ପ୍ରତି 100 ଟଙ୍କା ସୁଧ ନେଇଥିଲେ। ଯାହାକୁ ସୁଝିବା ପାଇଁ ସେ ଚିନ୍ତିତ ରହୁଥିଲା। ମୃତକଙ୍କ ଶଶୁର ଘର ଲୋକଙ୍କ ଆରୋପ ଏହା ଅଟେ କି, ରଜନୀଶ ନିଶା ମଧ୍ୟ କରୁଥିଲା।

କୁହାଯାଉଛି ଶନିବାର ସନ୍ଧ୍ୟା ସମୟରେ ରାଜନୀଶର ପତ୍ନୀ ରଜନୀଶକୁ ଜିଜା ଘର ଯିବାକୁ କହିଥିଲା କିନ୍ତୁ ରଜନୀଶ ପ୍ରସ୍ତୁତ ହୋଇନଥିଲା ଯାହାଦ୍ୱାରା ସେ ନିଜର ପୁଅକୁ ନେଇ ବୁଲିବାକୁ ଚାଲିଗଲା ପୁଣି ଘରକୁ ଆସିବାପରେ ପତ୍ନୀ ପୁଣିଥରେ ଜିଜା ଘରକୁ ଯିବାପାଇଁ ଜିଦ ଧରି ବସିଲେ ଓ ପତି ଏହାପରେ ତାଙ୍କୁ ହତ୍ୟା କରିଦେଲେ ଓ ନିଜେ ସଲଫାସ ବଟିକା ଖାଇ ଦେଲେ।

ମୃତକ ରଜନୀଶଙ୍କ ବଡ଼ ଭାଇ ଅଵନିଶ କହିବା କଥା ହେଲା, ତାଙ୍କର ସାନ ଭାଇ ରାତିରେ ବାନ୍ତି କରୁଥିଲେ ଗନ୍ଧ ଆସୁଥିବାରୁ ସେ ଯାଇ ଦେଖନ୍ତି ତ ସେ ସଲଫାସ ବଟିକା ଖାଇ ଦେଇଛନ୍ତି। ଏହାପରେ ତାଙ୍କ ପତ୍ନୀଙ୍କୁ ଉଠାଇବାକୁ ଚେଷ୍ଟା କରିବାପରେ ସେ ଦେଖିଲେ କି, ସେ ମଧ୍ୟ ମୃତାବସ୍ଥାରେ ପଡ଼ିଛନ୍ତି।

ଜିଜା ଘରକୁ ଯିବାକୁ ଚାହୁଁଥିଲା ପତ୍ନୀ:-

ସୂଚନାନୁଯାୟୀ, ରାଜନୀଶର ପତ୍ନୀ ପୂର୍ବ ଦିନ ନିଜ ଜିଜା ଘରକୁ ଯିବାପାଇଁ ଜିଦ ଧରିଥିଲା ଓ ପତି ପତ୍ନୀ ମଧ୍ୟରେ ଝଗଡ଼ା ହୋଇଥିଲା। ରଜନୀଶ ବହୁତ କରଜ କରିଥିବାରୁ ସବୁବେଳେ ଚିନ୍ତାରେ ରହୁଥିଲା।

ପୋଲିସ ମାମଲାର ଯାଞ୍ଚ କରୁଛି:-

ଏସପି ସିଟି କପିଳ ଦେବ ସିଂହ ବତାଇଲେ କି, ଖବର ପାଇବାପରେ ପୋଲିସ ପହଞ୍ଚିବା ବେଳକୁ ରାଜନୀଶ ବିଷ ପିଇଦେଇଥିଲା ଓ ତାଙ୍କ ପତ୍ନୀ ମୃତ ଅବସ୍ଥାରେ ମିଳିଥିଲା। ପୋଷ୍ଟମର୍ଟମ ରିପୋର୍ଟରେ କାଞ୍ଚନାର ମୃତ୍ୟୁ ହ୍ୟାଙ୍ଗିଙ୍ଗ ଦ୍ୱାରା ହୋଇଥିଲା ଓ ରାଜନୀଶ ବିଷ ପିଇଦେଇଥିଲା। ପୋଲିସ ବର୍ତ୍ତମାନ ଯାଞ୍ଚ କରୁଛି ଓ ଏହାପରେ ଉଚିତ କାର୍ଯ୍ୟବାହୀ କରାଯିବ।

Leave a Reply

Your email address will not be published.