ଘୋଡାର ଲଗାମ ଧରିଥିବା ଛୋଟ ଛୁଆର ଭିଡିଓ ଭାଇରାଲ,କେମିତି ନେଉଛି ନିଜ ପଛେ ପଛେ..ଦେଖନ୍ତୁ ଭିଡିଓ

କୁହାଯାଏ ଛୁଆ ଭଗବାନଙ୍କ ରୂପ ହୋଇଥାଏ|ସେ ଯାହାବି କରିଥାନ୍ତି ସେଥିରେ ଭଗବାନଙ୍କ ନିର୍ଦ୍ଦେଶ ରହିଥାଏ|ଛୋଟ ଛୁଆ ଯାହା କରନ୍ତି ଦେଖିବାକୁ ମଜା ଲାଗେ|ଖାସ କରି ଯେଉଁମାନେ ଏଵେ ଏଵେ ଚାଲି ଶିଖୁଛନ୍ତି|ତାଙ୍କ ଚାଲିର ଅନ୍ଦାଜ ବଡ ଅଦ୍ଭୁତ|ତାଙ୍କ ଉଠିବା ଓ ପଡିବା ଲାଗି ରହିଥାଏ|ସୋସିଆଲ ମିଡିଆରେ ସାଧାରଣତଃ ଛୋଟ ଛୁଆର ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହୋଇଥାଏ,ଯାହା ହୃଦୟସ୍ପର୍ଶୀ ହୋଇଥାଏ|ଆଜି ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଗୋଟିଏ ଛୁଆ ଘୋଡାର ଲଗାମ ଧରି ଟାଣି ଟାଣି ନେଉଛି|ଖାସକରି ଏହି ଲମ୍ବା ଚଉଡା ଘୋଡା ଛୋଟ ଛୁଆର ପଛେ ପଛେ ଏପରି ଯାଉଛି ଯେପରି ସେ ତା ମାଲିକ ଅଟେ|

ଭାଇରାଲ ହେଉଥିବା ଭିଡିଓରେ ଆପଣ ଦେଖିପାରିବେ ଯେ ସଡକ ପାଖରେ ଘୋଡା ପାଖରେ ଗୋଟିଏ ଛୋଟ ଛୁଆ ଚାଲିଚାଲି ଆସୁଛି ଓ ତା ବେକରେ ବନ୍ଧା ରସିକୁ ଧରି ସେଠାରୁ ଘରକୁ ଯିବାକୁ ଲାଗେ|ଏହାପରେ ଘୋଡା ମଧ୍ୟ ଛୁଆର ପଛେ ପଛେ ଚାଲିଥାଏ|ଦେଖିବାକୁ ଘୋଡା ବହୁତ ସମଝଦାର ଦେଖାଯାଇଥାଏ କାରଣ ସେ ମାପିଚୁପି ପାଦ ପକେଉଛି, ଯେପରି ଛୁଆର ସମସ୍ୟା ନହେଉ|

ଏହି ମଜାଦାର ଭିଡିଓକୁ ଆଇପିଏସ୍ ଅଧିକାରୀ ଡକ୍ଟର ଏମ୍ ଭି ରାଓ ନିଜର ଟୁଇଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି ଓ କ୍ୟାପ୍ସନରେ ଲେଖିଛନ୍ତି ଲିଡ ରାଇଡର ଫିଡ୍|୨୭ ସେକେଣ୍ଡର ଏହି ଭିଡିଓକୁ ଏପର୍ଯ୍ୟନ୍ତ ୧୧ ହଜାରରୁ ଉର୍ଦ୍ଧ୍ବ ଥର ଦେଖାଯାଇଛି ଓ ୧ ହଜାରରୁ ଉର୍ଦ୍ଧ୍ବ ଲୋକ ଲାଇକ କରିଛନ୍ତି|

ବହୁ ଲୋକ ଭିଡିଓରେ ମଜାଦାର କମେଣ୍ଟ କରିଛନ୍ତି|ଜଣେ ୟୁଜର ଲେଖିଛନ୍ତି ଯିଏ ବାଗଡୋର ସମ୍ଭାଳେ,ସେ ମାଲିକ ଅଟେ|ଘୋଡା ପାଖରେ ତା କଥା ଶୁଣିବା ଛଡା ଅନ୍ୟ କିଛି ଉପାୟ ନାହିଁ|ଆଉଜଣେ ଲେଖିଛନ୍ତି ଏହା ଏହି କଥାକୁ ସିଦ୍ଧ କରେ ଯେ ମଣିଷ ପାଖରେ କଳ୍ପନାଶୀଳତା ରହିଛି ଓ ଜୀବଙ୍କ ପାଖରେ ନାହିଁ,ବୁଝିବା ଦରକାର ମଣିଷକୁ ଜୀବଜନ୍ତୁଙ୍କୁ ନାହିଁ|

Leave a Reply

Your email address will not be published.