ବର ଆସିବା ପୂର୍ବରୁ କନ୍ୟା ମାରିଲା ଚମ୍ପଟ ! ଘର ଲୋକଙ୍କ ଚା’ରେ ମିଶାଇ ଦେଲା ନିଶା, ଆଉ ଶେଷରେ ବର ହତାଶ ହୋଇ ନେଲା ଏମିତି ପଦକ୍ଷେପ !

ଉତ୍ତର ପ୍ରଦେଶର ଫିରୋଜାବାଦରୁ ଏକ ଆଶ୍ଚର୍ଯ୍ୟକର ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ କନ୍ୟା ବରଯାତ୍ରୀର କିଛି ଘଣ୍ଟା ପୂର୍ବରୁ ହିଁ ନିଜ ପରିବାରର ସଦସ୍ୟଙ୍କୁ ଚକ୍‌ମା ଦେଇ ଫେରାର ହୋଇଯାଇଛି। ପ୍ରଥମେ ସେ ପରିବାରର ଲୋକଙ୍କୁ ନିଶା ମିଶ୍ରିତ ଚା’ ପିଆଇ ବେହୋସ କରି ଦେଇଥିଲା। ଏହାପରେ ଘରୁ ସମସ୍ତ ମୂଲ୍ୟବାନ ଅଳଙ୍କାର ଏବଂ ନଗଦ ଟଙ୍କା ଧରି ଫେରାର ହୋଇଯାଇଥିଲା। ଗଣମାଧ୍ୟମ ରିପୋର୍ଟ ଅନୁସାରେ, କନ୍ୟା ନିଜର ପ୍ରେମିକ ସହ ଫେରାର ହୋଇଯାଇଛି।

ନିଶା ମିଶ୍ରିତ ଚା’ ପିଆଇ ପରିବାର ଲୋକମାନଙ୍କୁ ଚେତାଶୂନ୍ୟ କରିଦେଲା:-

ସୂଚନାନୁସାରେ, ଏହି ମାମଲା ଫିରୋଜାବାଦର କୌଶଲ୍ୟା ଥାନା ଅଞ୍ଚଳର ଅଟେ। କନ୍ୟାର ବଡ଼ ଭଉଣୀ କୁହନ୍ତି, ତାଙ୍କର ସାନ ଭଉଣୀର ସେହି ଅଞ୍ଚଳର ଜଣେ ଯୁବକଙ୍କ ସହିତ ପ୍ରେମ କରୁଥିଲା। ସେ ତାଙ୍କର ସହିତ ଫେରାର ହୋଇଯାଇଛି। କନ୍ୟା ଜଣକ ଖସିଯିବା ପୂର୍ବରୁ ଚା’ରେ କିଛି ନିଶା ଦ୍ରବ୍ୟ ମିଶାଇଥିଲା। ଯେତେବେଳେ ନିଶା ମିଶ୍ରିତ ଚା’ ପିଇ ପରିବାରର ୬ ଜଣ ସଦସ୍ୟ ବେହୋସ ହୋଇ ଯାଇଥିଲେ, ଏହାର ସୁଯୋଗ ନେଇ କନ୍ୟା ଫେରାର ହୋଇଯାଇଥିଲା। ସେପଟେ ବେହୋସ ପରିବାର ଲୋକଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଚିକିତ୍ସା ପାଇଁ ଟ୍ରମା ସେଣ୍ଟରରେ ଭର୍ତ୍ତି କରାଇଥିଲେ।

ବିବାହ ଇଚ୍ଛା ବିରୋଧରେ ହେଉଥିଲା:-

ପଡୋଶୀମାନେ କହିଛନ୍ତିଯେ ଯୁବତୀଙ୍କର ଇଚ୍ଛା ବିରୋଧରେ ବିବାହ କରାଯାଉଥିଲା। ଏଥିରେ ସେ ଆଦୌ ରାଜିନଥିଲେ। ତାଙ୍କୁ ତାଙ୍କର ପରିବାର ଲୋକ ଜୋର ଜବରଦସ୍ତ ବିବାହ କରାଉଥିଲେ। ସେ ଏହି ବିବାହରେ ଆଦୌ ଖୁସିନଥିଲେ। ପଡ଼ୋଶୀମାନେ ପୋଲିସକୁ କହିଥିଲେକି, ଶୁକ୍ରବାର ଦିନ ରାତିରେ ଘରେ ଯୁବତୀଙ୍କର ସଙ୍ଗୀତ କାର୍ଯ୍ୟକ୍ରମ ଚାଲିଥିଲା। ସଙ୍ଗୀତ କାର୍ଯ୍ୟକ୍ରମ ସରିବା ପରେ ଯେତେବେଳେ ସମସ୍ତ ପଡ଼ୋଶୀ ଚାଲି ଯାଇଥିଲେ, ସେତିକିବେଳେ ଯୁବତୀ ଜଣକ ପରିବାର ଲୋକଙ୍କୁ ନିଶା ମିଶ୍ରିତ ଚା’ ପିଇବା ପାଇଁ ଦେଇଥିଲେ। ଚା’ ପିଇବା ମାତ୍ରେ ସମସ୍ତେ ବେହୋସ ହୋଇ ଯାଇଥିଲେ। ଯେତେବେଳେ ଚେତା ଫେରିଥିଲା, ତ ସେତେବେଳେ ସେମାନେ ନିଜକୁ ହସ୍ପିଟାଲରେ ପାଇଥିଲେ। ସମ୍ପର୍କୀୟଙ୍କର ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ଯୁବତୀଙ୍କୁ ଖୋଜାଖୋଜି ଆରମ୍ଭ କରିଦେଇଛି।

ବର ସାନ ଭଉଣୀକୁ କରିଲା ବିବାହ:-

ଖବର ମୁତାବକ, କନ୍ୟା ଘରୁ ଫେରାର ହୋଇଯିବା ପରେ ପ୍ରଥମେ ତାଙ୍କୁ ବହୁତ ଖୋଜାଖୋଜି କରାଯାଇଥିଲା। ଯେତେବେଳେ ତାଙ୍କର କୌଣସି ପତ୍ତା ମିଳିନଥିଲା, ତାଙ୍କର ସାନ ଭଉଣୀ ସହିତ ବରର ବିବାହ କରିଦିଆ ଯାଇଥିଲା। ସେପଟେ ଏହି ମାମଲାରେ ପୋଲିସର କହିବା ଅନୁସାରେ, ଫେରାର ଯୁବତୀଙ୍କର ବର୍ତ୍ତମାନ ଖୋଜା ଚାଲିଛି। ତାଙ୍କୁ ଖୁବ ଶୀଘ୍ର ଧରାଯିବ।

Leave a Reply

Your email address will not be published.