ଅଜବ ଏ ସମ୍ପର୍କ : ପାର୍କକୁ ଯିବା ଆସିବା ବେଳେ ଗଛ ସହିତ ହୋଇଗଲା ପ୍ରେମ, ଗଛକୁ ଏବେ ବାହା ହୋଇ ସ୍ବାମୀ କରିନେଲେ ମହିଳା ! ଜାଣନ୍ତୁ ପୁରା ପ୍ରେମକାହାଣୀ !

ଇଂଲଣ୍ଡର ଜଣେ ମହିଳାଙ୍କ ବିବାହ ଆଜିକାଲି ହେଡଲାଇନରେ ରହିଛି, ପ୍ରକୃତ ରେ ଏହି ମହିଳା ମଣିଷମାନଙ୍କୁ ଛାଡି ଗଛ ସହ ବିବାହ କରି ତାଙ୍କୁ ତାଙ୍କ ସ୍ୱାମୀ କରିଥିଲେ, ମହିଳା ଜଣକ ଗଛ ଭିତରେ ତାଙ୍କର ସବୁଠାରୁ ଭଲ ବନ୍ଧୁଙ୍କୁ ଦେଖିଥିଲେ, ମହିଳା ଜଣକ ତିନି ବର୍ଷ ପୂର୍ବେ ଏହି ଗଛ ବିବାହ କରିଥିଲେ ଆଉ ଆଜି ସେ ଖୁସିରେ ଗଛ ସହିତ ଏକ ଦାମ୍ପତ୍ୟ ଜୀବନ ଅତିବାହିତ କରୁଛନ୍ତି |

ମହିଳାଙ୍କ ଏହି ବିବାହକୁ ନେଇ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଲୋକମାନେ :-

କେଟ୍ କନିଙ୍ଗହାମ୍ କହିଛନ୍ତି ଯେ ସେ 3 ବର୍ଷ ପୂର୍ବେ ନିଜ ପ୍ରେମିକ ଗଛକୁ ସେ ବିବାହ କରିଥିଲେ,ସେ ନିଜ ଦାମ୍ପତ୍ୟ ଜୀବନରେ ଗଛ ସହିତ ବହୁତ ସନ୍ତୁଷ୍ଟ ମଧ୍ୟ ଅଛନ୍ତି, ସେ କହିଛନ୍ତି ଯେ ଉଭୟଙ୍କ ଜୀବନ ପୁରା ପରଫେଟ ମଧ୍ୟ ଚାଲିଛି, ଯଦିଓ ଲୋକମାନେ ସେମାନଙ୍କର ବିବାହ କୁ ନେଇ ଆଜି ମଧ୍ୟ ଆଶ୍ଚର୍ଯ୍ୟ ହଉଛନ୍ତି ଆଉ ଅନେକ ପ୍ରଶ୍ନମଧ୍ୟ ପଚାରୁଛନ୍ତି, ସେ ସମସ୍ତଙ୍କୁ କହିବାକୁ ଚାହାଁନ୍ତି ଯେ ତାଙ୍କ ବିବାହିତ ଜୀବନ ବହୁତ ଭଲରେ ଚାଲିଛି |

କେଟ୍ 2019 ରେ ତାଙ୍କ ପ୍ରେମିକ ଗଛ କୁ ବହୁତ ଧୁମ -ଧାମ ର ସହିତ ବିବାହ କରିଥିଲେ,ସେ କୁହନ୍ତି ଯେ ସେ ସପ୍ତାହରେ 5 ଥର ତାଙ୍କ ସ୍ୱାମୀଙ୍କୁ ଦେଖା କରିବାକୁ ଆସନ୍ତି, ଖ୍ରୀଷ୍ଟମାସ ଅବସରରେ ସେ ତାଙ୍କ ସ୍ୱାମୀଙ୍କୁ ସାଜସଜ୍ଜା ସାମଗ୍ରୀ ସହିତ ସଜାଇବେ, କିଟ୍ ରିମୋର୍ସ ଭ୍ୟାଲି କାଉଣ୍ଟି ପାର୍କରେ ଥିବା ଏକ ଗଛ ସହିତ ବିବାହ କରିଛନ୍ତି ମହିଳା, ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ସେ ନିଜ ସରନେମ କୁ ମଧ୍ୟ ଶ୍ରୀମତୀ ଏଲ୍ଡର୍ କୁ ପରିବର୍ତ୍ତନ କରିଛନ୍ତି |

ପାର୍କ କୁ ଯିବା-ଆସିବା ରେ ହେଇଗଲା ପ୍ରେମ :-

ମହିଳା ଜଣକ କହିଛନ୍ତି ଯେ ସେ ତାଙ୍କ ବୋଡିଙ୍ଗ କାର୍ଡରେ ତାଙ୍କ ନାମ ଶ୍ରୀମତୀ ଏଲ୍ଡର୍ ଲେଖିଛନ୍ତି, କାହାକୁ କାର୍ଡ ପଠାଇବାବେଳେ ତେବେ ସେ କାର୍ଡ ଉପରେ , ‘ଶ୍ରୀ ଆଉ ଶ୍ରୀମତୀ ଏଲ୍ଡର୍’ ଲେଖାଯାଇଥାଏ, କେଟ୍ ବର୍ତ୍ତମାନ ଟିଚିଙ୍ଗି କରୁଛନ୍ତି, ସେ ତାଙ୍କ ସ୍ୱାମୀଙ୍କ ସହ ତୃତୀୟ ଥର ପାଇଁ ଖ୍ରୀଷ୍ଟମାସ ପାଳନ କରିବାକୁ ଯାଉଛନ୍ତି, ସେ କହିଛନ୍ତି ଯେ ଖ୍ରୀଷ୍ଟମାସ ସମୟରେ ତାଙ୍କ ସ୍ୱାମୀ ବହୁତ ଆକର୍ଷଣୀୟ ଦେଖାଯାନ୍ତି, ଆଉ ସେ ଏହା ମଧ୍ୟ କହିଛନ୍ତି କି ପାର୍କ କୁ ଯିବା -ଆସିବା ବେଳେ ହିଁ ତାଙ୍କୁ ଗଛ ସହ ପ୍ରେମ ହୋଇଯାଇଥିଲା |

Leave a Reply

Your email address will not be published.