ପକୁଡି ମ୍ୟାନ : ଛାଣୁଛନ୍ତି ସବୁ ପରିବାରେ ପକୁଡି, ବିଭନ୍ନ ପ୍ରକାରର ପକୁଡି ଖାଇବା ପାଇଁ ଲୋକଙ୍କର ଭିଡ !

0

Get real time updates directly on you device, subscribe now.

ତତଲା ତେଲରେ ଛଣା ହେଉଥିବା ଗରମା ଗରମ ପକୁଡିକୁ ଦେଖିଲେ ବହୁତ ଲୋଭ ଲାଗେ। ପକୁଡି ସମସ୍ତଙ୍କର ପସନ୍ଦ, ପକୁଡି ଖାଇବାକୁ ସମସ୍ତେ ଚାହାନ୍ତି। ଆପଣ ମୁଁ ଏବଂ ଅନ୍ୟମାନେ ମଧ୍ୟ। ସେ ସକାଳ ହେଉକି ସଞ୍ଜ ହେଉ କିମ୍ବା କୋହଲା ପାଗ। ପାଟି ପକୁଡି ଖାଇବାକୁ ସବୁବେଳେ ପ୍ରସ୍ତୁତ ଥାଏ। ଆଳୁ ପକୁଡି, ପିଆଜ ପକୁଡି, କୋବି ପକୁଡି ପ୍ରାୟ ସମସ୍ତେ ଥରେଟିଏ ନିଶ୍ଚିତ ଖାଇଥିବେ। ହେଲେ ସବୁ ପରିବାରେବି ପକୁଡି ଛଣାହୋଇପାରିବ ତା ପୁଣି ପାଟିକୁ ସୁଆଦିଆ ଲାଗିବ। ବାଲିଆପାଳର ଏ ପକୁଡି ଭାଇନା ସେ କଥାକୁ ସତ କରିଦେଖାଇଛନ୍ତି।

ବାଲେଶ୍ୱର ବାଲିଆପାଳ ଛକରେ ତେଲଭାଜି ଦୋକାନ ଗଦାଧର ସାହୁ କରିଛନ୍ତି। ଦୋକାନ ତ ନୁହେଁ ଏଇଟା ଗଦା ଭାଇନାଙ୍କର ପକୁଡି ଭେରାଇଟି ଷ୍ଟୋର। ଯେଉଁଠି ଆପଣ ଯେମିତି ଓ ଯେଉଁ ପ୍ରକାରର ପକୁଡି ଖୋଜିବେ ସେମିତି ପକୁଡି ପାଇବେ। ଆଳୁ, ପିଆଜ, ବାଇଗଣ ପକୁଡି ତ ଆମେ ଘରେ ବନେଇ ଖାଉ ହେଲେ କିନ୍ତୁ ଏଠାରେ ଶାଗ, କଲରା, କଦଳୀ, ଝୁଡଙ୍ଗ, ଟମାଟୋ, ଗାଜର, କୁନ୍ଦୁରୀ, ବୋଇତାଳୁ, ଭେଣ୍ଡି… ଏମିତି କି ଧନିଆଁ ପତ୍ରରେ ମଧ୍ୟ ପକୁଡି ଛାଣି ସେ ଲୋକମାନଙ୍କୁ ଖୁଆଇଥାନ୍ତି। ଆପଣ ଯାହା ଖୋଜିବେ ସେହି ପରିବାରର ପକୁଡି ଛାଣି ଲୋକଙ୍କର ମନ ଜିଣୁଛନ୍ତି ଗଦାଧର ସାହୁ।

ଖାଲି ଭେରାଇଟି ପକୁଡି ନୁହେଁ ଖାଇବାକୁ ଭାରି ଟେଷ୍ଟି ମଧ୍ୟ ଲାଗେ ତାଙ୍କର ହାତ ତିଆରି ପକୁଡି। ଗରମଗରମ ପକୁଡି ସହ ଛଣା କଞ୍ଚାଲଙ୍କା ଲୋକମାନଙ୍କୁ ତାଙ୍କର ଦୋକାନକୁ ଟାଣିଥାଏ। ତେଲଛଣା ସହ ଶାଳପତ୍ରରେ ମୁଢି ଆଳୁଦମ ମଧ୍ୟ ଲୋକ ତାଙ୍କ ପାଖକୁ ଖାଇବାକୁ ଆସନ୍ତି।

ସକାଳ ସାଢେ ୬ଟା ରୁ ଦିନ ୧୧ଟା ପର୍ଯ୍ୟନ୍ତ ଗଦାଧର ସାହୁ ଦୋକାନ ଖୋଲୁଥିବା ସମୟରେ ନିଜେ ବୁଦ୍ଧିଖଟାଇ ବିଭିନ୍ନ ପରିବାର ପକୁଡି ଛାଣନ୍ତି। ଆଉ ତାଙ୍କ ହାତ ତିଆରି ପକୁଡି ଖାଇବାକୁ ଲୋକମାନେ ଆପେଆପେ ଭିଡ ଜମାନ୍ତି। ଆଗରୁ ଏହି ଦୋକାନରେ ଦିନକୁ ୩ ରୁ ୪ ହଜାର ଟଙ୍କା ରୋଜଗାର ହେଉଥିବା ସମୟରେ କରୋନା ପରଠାରୁ ବେପାର କମିଯାଇଛି। ହେଲେ ଗଦାଧର ଭାଇଙ୍କର ଭେରାଇଟି ପକୁଡି ଯିଏ ଥରେ ଖାଇଛି ସେ କେବେ ତାହାକୁ ଭୁଲି ପାରିବ ନାହିଁ ବରଂ ଆଉ ଥରେ ଖାଇବା ପାଇଁ ଧାଇଁଆସିଛି।

Leave A Reply

Your email address will not be published.