ପ୍ରାଇଭେଟ ସେକ୍ଟରରେ କାମ କରୁଥିବା ଲୋକଙ୍କ ପାଇଁ ଖୁସି ଖବର,ସରକାର ଆଣିଲେ ରିଟାୟରମେଣ୍ଟ ପ୍ଲାନ,ପଢନ୍ତୁ ପୁରା ଖବର !

ଅବସର ପରର ଜୀବନ ସମସ୍ତଙ୍କ ପାଇଁ କଷ୍ଟସାଧ୍ୟ ହୋଇଥାଏ। ସରକାରୀ ଚାକିରିଆମାନଙ୍କ ପାଇଁ ପେନସନର ବ୍ୟବସ୍ଥା ରହିଥିବା ସମୟରେ ଘରୋଇ କ୍ଷେତ୍ରରେ କାମ କରୁଥିବା କର୍ମଚାରୀମାନଙ୍କ ପାଇଁ ସେମିତି କିଛି ସଙ୍ଗଠିତ ଯୋଜନା ରହିନଥାଏ। ଏଥିପାଇଁ ଘରୋଇ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କୁ ଆଗୁଆ ଯୋଜନା ପ୍ରସ୍ତୁତ କରିବାକୁ ପଡେ। କେନ୍ଦ୍ର ସରକାରଙ୍କ ତରଫରୁ ଏମିତି ଏକ ଯୋଜନା ଆସିଛି ଯାହାଦ୍ୱାରା ଘରୋଇ କ୍ଷେତ୍ରରେ କାମ କରୁଥିବା ଲୋକଙ୍କର ଭବିଷ୍ୟତ ମଧ୍ୟ ସୁରକ୍ଷିତ ହୋଇପାରିବ। ଏହି ଯୋଜନାର ନାମ ଏନପିଏସ ବା ନ୍ୟାସନାଲ ପେନସନ ସିଷ୍ଟମ। ୨୦୦୪ ମସିହାରୁ କେବଳ ସରକାରୀ କର୍ମଚାରୀମାନଙ୍କ ପାଇଁ ଏହି ଯୋଜନା କରାଯାଇଥିବା ସମୟରେ ୨୦୦୯ ମସିହାରୁ ସମସ୍ତ ବର୍ଗର କର୍ମଚାରୀମାନଙ୍କୁ ଏଥିରେ ସାମିଲ କରାଯାଇଛି ।

୧୮ ବର୍ଷରୁ ୭୦ ବର୍ଷର ବୟସ୍କ ବ୍ୟକ୍ତି ଏହି ଯୋଜନାରେ ନିବେଶ କରିପାରିବେ। ଏପରିକି ଏହି ନିବେଶକୁ ଆପଣ ଅବସର ପୂର୍ବରୁ ମଧ୍ୟ ଖର୍ଚ୍ଚ କରିପାରିବେ। ଅବସର ପୂର୍ବରୁ ଜଣେ ବ୍ୟକ୍ତି ଚାହିଁଲେ ମଧ୍ୟ ନିଜର ୬୦ ପ୍ରତିଶତ ସଞ୍ଚୟ ଉଠାଇପାରିବେ। ଏପରିକି ଜଣେ ଗ୍ରାହକ ଚାହିଁଲେ ମଧ୍ୟ ୩ ବର୍ଷ ପରେ ନିଜର ଆକାଉଣ୍ଟକୁ ବନ୍ଦ କରିପାରିବେ। ଏହା ସହ ଜଣେ ବ୍ୟକ୍ତି ଚାହିଁଲେ ମଧ୍ୟ ନିଜର ପତ୍ନୀଙ୍କ ନାମରେ ଏହି ଆକାଉଣ୍ଟ ଖୋଲିପାରିବେ। ଏହି ଯୋଜନାରେ ନିବେଶ କରିଲେ ୬୦ ବର୍ଷ ପରେ ପ୍ରତି ମାସ ଆପଣଙ୍କୁ ନିବେଶ ହିସାବରେ ଅର୍ଥ ରାଶି ମିଳିବ। ଏହା ସହ ଯଦି ୬୦ ବର୍ଷ ପୂର୍ବରୁ ପରଲୋକ ହୁଏ ତେବେ ନୋମିନିଙ୍କୁ ଏହି ପେନସନ ରାଶି ପ୍ରଦାନ କରାଯିବ।

ନ୍ୟାସନାଲ ପେନସନ ସ୍କିମକୁ ଆପଣ ନିଜର ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଚଳାଇପାରିବେ। ୮୦୦ସିଇ ଅନୁସାରେ ଜଣେ ବ୍ୟକ୍ତି ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରିପାରିବେ। ଏହି ଯୋଜନାରେ ୬ ହଜାର ଟଙ୍କାର ସର୍ବନିମ୍ନ ନିବେଶ କରିବାକୁ ପଡିଥାଏ। ନ୍ୟୁନତମ ନିବେଶ ନ କରିଲେ ୧୦୦ ଟଙ୍କାର ଜୋରିମାନା ସହ ଆକାଉଣ୍ଟ ଫ୍ରିଜ କରି ଦିଆଯିବ। ଗୋଟିଏ ବ୍ୟାଙ୍କ ଆକାଉଣ୍ଟ ସହ ଜଣେ ବ୍ୟକ୍ତିଙ୍କର କେବଳ ଗୋଟିଏ ମାତ୍ର ଏନପିସି ଆକାଉଣ୍ଟ ଖୋଲାଯାଇପାରିବ।

Leave a Reply

Your email address will not be published.