ବୋମା ବିସ୍ଫୋରଣ କରି ଜେଲ୍‌ରେ ବୈଜ୍ଞାନିକ, ପିଇଦେଲେ ହାର୍‌ପିକ୍‌ ! ଆଉ ତା ପରେ …

ରୋହିଣୀ କୋର୍ଟ ବିସ୍ଫୋରଣ ମାମଲାରେ ଦିଲ୍ଲୀ ପୋଲିସ ଗରିଫ କରିଥିବା ଅଭିଯୁକ୍ତ ଜେଲ ଭିତରେ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଛି। ଅଭିଯୁକ୍ତ ଡିଆରଡିଓ ବୈଜ୍ଞାନିକ ଜଣକ ଜେଲ ଭିତରେ ହାରପିକ ପିଇ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିବାର ଦାବି ହୋଇଛି। ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଦିଲ୍ଲୀର ଆମ୍ବେଦକର ହସ୍ପିଟାଲ ଓ ପରେ ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ଉକ୍ତ ଅଭିଯୁକ୍ତର ସ୍ୱାସ୍ଥ୍ୟାବସ୍ଥା ଠିକ ଅଛି ବୋଲି କୁହାଯାଉଛି। ତେବେ ଅଭିଯୁକ୍ତ ଜଣକ ବୈଜ୍ଞାନିକ। ସେ ହାରପିକ ପିଇଛନ୍ତି ନା ଆଉ କିଛି ସେ ବିଷୟରେ କିଛି ସ୍ପଷ୍ଟ ସୂଚନା ମିଳିନାହିଁ।

ପୋଲିସର ସୂଚନା ଅନୁସାରେ, ଅଭିଯୁକ୍ତ ବୈଜ୍ଞାନିକଙ୍କୁ ପଚରାଉଚରା ସହଯୋଗ କରୁନଥିଲେ। ସେ ଲଗାତର ପୋଲିସକୁ ଭୁଆଁ ବୁଲାଉଥିଲେ। ଯେତେବେଳେ ପୋଲିସ ତାଙ୍କୁ ସିସିଟିଭି ଫୁଟେଜ ଦେଖାଇ ସେତେବେଳେ ଓକିଲ ଡ୍ରେସ୍‌ରେ ତୁମେ ଥିଲକି ବୋଲି ପ୍ରଶ୍ନ ପଚାରିଥିଲା, ସେଥିରେ ମଧ୍ୟ ସେ ଠିକ ଉତ୍ତର ଦେଇନଥିଲେ। ପୂର୍ବ ପ୍ରସ୍ତୁତି ଅନୁସାରେ ବୈଜ୍ଞେନିକ ଜଣକ କୋର୍ଟ ଭିତରେ ବିସ୍ଫୋରଣ କରିଛନ୍ତି। ଯଦି ଧରାପଡନ୍ତି ତେବେ କ’ଣ କରିବେ ତାହା କ’ଣ କ’ଣ କରିବେ ସେ ନେଇ ମଧ୍ୟ ଯୋଜନା କରିଥିଲେ ବୋଲି ପୋଲିସ କହିଛନ୍ତି

ସୂଚନା ଅନୁସାରେ, ଡିସେମ୍ବର ମାସ ୯ ତାରିଖ ଦିନ ଦିଲ୍ଲୀର ରୋହିଣୀ କୋର୍ଟ ଭିତରେ ବିସ୍ଫୋରଣ ହୋଇଥିଲା। ସକାଳ ପ୍ରାୟ ୧୦ଟା ସମୟରେ ଏହି ବିସ୍ଫୋରଣଟି ଘଟିଥିଲା। ଏଥିରେ ଜଣେ ଆହତ ମଧ୍ୟ ହୋଇଥିଲେ। ଏହା ଏକ ଆତଙ୍କୀ ଆକ୍ରମଣ ହୋଇପାରେ ବୋଲି ପ୍ରଥମେ ସନ୍ଦେହ କରାଯାଉଥିଲା। କିନ୍ତୁ ପରେ ଏହି ମାମଲାରେ ଦିଲ୍ଲୀର ସ୍ପେଶାଲ ସେଲ ପୋଲିସ ଡିଆରଡିଓର ଜଣେ ବୈଜ୍ଞାନିକଙ୍କୁ ଗିରଫ କରିଥିଲା।

ଅଭିଯୁକ୍ତ ବୈଜ୍ଞାନିକ ଜଣକ ରୋହିଣୀ କୋର୍ଟରେ ଗୋଟାଏ ‘ଆଇଇଡି’ ଥିବା ଟିଫିନ କ୍ୟାରିୟର ରଖିଥିବା ଅଭିଯୋଗରେ ଗିରଫ ହୋଇଥିଲେ। ତାଙ୍କ ବିରୁଦ୍ଧରେ କେତେକ ମାମଲା ରୁଜୁ କରିଥିବା ଜଣେ ପଡ଼ୋଶୀ ଓକିଲଙ୍କୁ ‘ଆଇଇଡି’ ବିସ୍ଫୋରଣ କରି ହତ୍ୟା କରିଥିବା ତାଙ୍କର ଉଦ୍ଦେଶ୍ୟ ଥିଲା।

Leave a Reply

Your email address will not be published.