ଦକ୍ଷିଣ ଆଫ୍ରିକା ଗସ୍ତ ସମୟରେ ଭାରତ ସାମ୍ନାରେ ବଡ଼ ସମସ୍ୟା, ଆୟୋଜନକାରୀ ବୋର୍ଡ଼ ନେଲା ବଡ଼ ଫଇସଲା,ଜାଣନ୍ତୁ ପୁରା ଖବର !

ଭାରତୀୟ ଟିମ ଜାନୁଆରୀ 26 ତାରିଖରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନୋଟି ଟେଷ୍ଟ ମ୍ୟାଚ ଓ ଏହାପରେ ତିନୋଟି ଦିନିକିଆ ମ୍ୟାଚ ଖେଳିବାକୁ ଯାଉଛି। ଭାରତ ନଜରରେ ଏହି ସିରିଜ ବହୁତ ମହତ୍ତ୍ୱପୂର୍ଣ୍ଣ ହେବାକୁ ଯାଉଛି କାରଣ ଭାରତ ଦକ୍ଷିଣ ଆଫ୍ରିକାରେ ବିଲକୁଲ ବି ଟେଷ୍ଟ ସିରିଜ ଜିତିନାହିଁ। କିନ୍ତୁ ଏହି ସିରିଜ କରୋନା ଭାଇରସ କାରଣରୁ ରଦ୍ଦ ହେବାକୁ ଯାଉଛି।

ଦକ୍ଷିଣ ଆଫ୍ରିକାରେ ମଚିଲା ବବାଲ:-

କ୍ରିକେଟ ଦକ୍ଷିଣ ଆଫ୍ରିକା କରୋନା ଭାଇରସକୁ ନଜରରେ ରଖି ନିଜର ଘରୋଇ ଚାରି ଦିବସୀୟ ମ୍ୟାଚ ଗୁଡ଼ିକୁ ସ୍ଥଗିତ କରିଦେଇଛି। କ୍ରିକେଟ ସାଉଥ ଆଫ୍ରିକା ଏହି ଫଇସଲା ସେଞ୍ଚୁରିୟାନରେ ଆରମ୍ଭ ହେବାକୁ ଥିବା ଭାରତ ଓ ସାଉଥ ଆଫ୍ରିକା ମ୍ୟାଚର ଏକ ସପ୍ତାହ ପୂର୍ବରୁ ଘୋଷଣା କରିଥିଲେ। ଦେଶରେ ବିଗତ କିଛି ସପ୍ତାହ ହେବ କୋଭିଡ଼-19 ମାମଲା ସଂଖ୍ୟା ବଢ଼ୁଥିବାର ଦେଖାଯାଇଛି।

ରଦ୍ଦ ହେଲା ଘରୋଇ ପ୍ରତିଯୋଗିତା:-

କ୍ରିକେଟ ସାଉଥ ଆଫ୍ରିକା ସହିତ ଜଡ଼ିତ ଏକ ବୟାନ ମୁତାବିକ, କୋଭିଡ଼-19 ମହାମାରୀର ନୂଆ ଲହରୀ ଓ ସୁରକ୍ଷା ଉପାୟ ଅନ୍ତର୍ଗତ ମ୍ୟାଚର ପଞ୍ଚମ ସ୍ତରକୁ ସ୍ଥଗିତ କରିବାର ନିର୍ଣ୍ଣୟ ନିଆଗଲା। ଏହି ମ୍ୟାଚ 16 ରୁ 19 ଡିସେମ୍ବର ଓ 19 ରୁ 22 ଡିସେମ୍ବର ମଧ୍ୟରେ ହେବାର ଥିଲା। ଏହି ସ୍ଥଗିତ ମ୍ୟାଚ ଗୁଡ଼ିକ ନୂତନ ବର୍ଷ ଖେଳାଯିବ।

ଭାରତ-ଦକ୍ଷିଣ ଆଫ୍ରିକା ସିରିଜ ସେଡ୍ୟୁଲ:-

ପ୍ରଥମ ଟେଷ୍ଟ (26-30 ଡିସେମ୍ବର, ସେଞ୍ଚୁରିଅନ୍)

ଦ୍ୱିତୀୟ ଟେଷ୍ଟ (3-7 ଜାନୁଆରୀ, ଜୋହାନ୍ସବର୍ଗ)

ତୃତୀୟ ଟେଷ୍ଟ (11-15 ଜାନୁଆରୀ, କେପ୍ ଟାଉନ୍)

ପ୍ରଥମ ODI (ଜାନୁଆରୀ 19, ପାର୍ଲ)

ଦ୍ଵିତୀୟ ODI (ଜାନୁୟାରୀ 21, ପାର୍ଲ୍)

ତୃତୀୟ ODI (23 ଜାନୁଆରୀ, କେପ୍ ଟାଉନ୍)

Leave a Reply

Your email address will not be published.