ନୂଆବର୍ଷ ୨୦୨୨ ରୁ ବଦଳିବାକୁ ଯାଉଛି ବ୍ୟାଙ୍କ ନିୟମ, ୧୦,୦୦୦ରୁ ଅଧିକ ଜମା କଲେ କଟିବ ଚାର୍ଜ,ଦେଖନ୍ତୁ କେତେ ଟଙ୍କା ଅଧିକ ଦେବାକୁ ପଡିବ !

ନୂଆ ବର୍ଷ ୨୦୨୨ ଆଉ କିଛି ଦିନ ପରେ ଆରମ୍ଭ ହେବ। ଏହା ସହିତ ଦେଶରେ କିଛି ବଡ ନିୟମରେ ପରିବର୍ତ୍ତନ ହେବା ପାଇଁ ଯାଉଛି। ଏହି କ୍ରମରେ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ (ଆଇପିପିବି)ର ଗ୍ରାହକମାନଙ୍କ ପାଇଁ ପୁରୁଣା ନିୟମର ପରିବର୍ତ୍ତନ କରି ନୂଆ ନିୟମ ଲାଗୁ ହୋଇଛି। ଏହି ବ୍ୟାଙ୍କର ଖାତାଧାରକମାନଙ୍କୁ ବର୍ତ୍ତମାନ ଏକ ଲିମିଟରେ ଟଙ୍କା ଜମା ଓ ଉଠାଣ ଉପରେ ଚାର୍ଜ ଦେବା ପାଇଁ ପଡିବ। ଏହି ନିୟମ ଜାନୁୟାରୀ ମାସର ପହିଲାଠାରୁ ଲାଗୁ ହେବାକୁ ଯାଉଅଛି।

ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କରେ ୩ ପ୍ରକାର ସଞ୍ଚୟ ଖାତା ଖୋଲାଯାଇଥାଏ। ଏହି ବ୍ୟାଙ୍କ ଅନ୍ୟ ବ୍ୟାଙ୍କ ଅପେକ୍ଷା ଅଧିକ କିଛି ସୁବିଧା ତାର ଗ୍ରାହକମାନଙ୍କୁ ଯୋଗାଇଥାଏ। ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ ବାଣିଜ୍ୟ ସଞ୍ଚୟ ଖାତାରୁ ପ୍ରତିମାସ ୪ ଥର ବିନା ଶୁଳ୍କରେ ଟଙ୍କା ଉଠାଇ ହେବ। କିନ୍ତୁ ପଞ୍ଚମ ଥର ଠାରୁ ପ୍ରତି ଉଠାଣ ଉପରେ ଗ୍ରାହକମାନଙ୍କୁ ୨୫ ଟଙ୍କା ଦେବାକୁ ପଡିବ। ହେଲେ ବାଣିଜ୍ୟ ସଞ୍ଚୟ ଖାତାରେ ଟଙ୍କା ଜମା କରିବାକୁ ହେଲେ କୌଣସି ଦେୟ ଲାଗିବ ନାହିଁ ବୋଲି ଜଣାପଡିଛି।

ଏହି ବ୍ୟାଙ୍କରେ ସେଭିଙ୍ଗ ଏବଂ ଆକାଉଣ୍ଟରେ ମାସରେ ୧୦,୦୦୦ ଟଙ୍କା ଜମା କରିବା ପାଇଁ କୌଣସି ଦେୟ ଲାଗିବ ନାହିଁ। ଏହି ଲିମିଟ ଠାରୁ ଅଧିକ ଜମା କରିବା ପାଇଁ ଗ୍ରାହକମାନଙ୍କୁ ଅତିରିକ୍ତ ଦେୟ ଆଦାୟ କରାଯିବ ବୋଲି ବ୍ୟାଙ୍କ କହିଛି। ମୌଳିକ ଆକାଉଣ୍ଟ ବ୍ୟତୀତ, ଅନ୍ୟ ସଞ୍ଚୟ ଆକାଉଣ୍ଟ ଏବଂ କରେଣ୍ଟ ଆକାଉଣ୍ଟରୁ ପ୍ରତି ମାସରେ ୨୫,୦୦୦ ଟଙ୍କା ଉଠାଇବା ପାଇଁ କୌଣସି ପ୍ରକାର ଦେୟ ଲାଗିବ ନାହିଁ। ଏଥିସହିତ, ଫ୍ରି ଲିମିଟ ପରେ ଯେତେବେଳେ ଆପଣ ପଇସା ଉଠାଉଛନ୍ତି ତେବେ ଅତିକମରେ ୨୫ ଟଙ୍କା ଚାର୍ଜ ଦେବାକୁ ପଡିବ।

ଆଇପିପିବି ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁସାରେ, ଏହି ସମସ୍ତ ନିୟମ ୨୦୨୨ ମସିହା ଜାନୁଆରୀ ମାସ ୧ ତାରିଖରୁ ପ୍ରଯୁଜ୍ୟ ହେବ। ଜାନୁୟାରୀ ମାସ ୧ ତାରିଖରୁ ଗ୍ରାହକଙ୍କୁ ଅଧିକ ଦେୟ ଦେବାକୁ ପଡିବ। ଅଲଗା ଅଲଗା ଜିଏସ୍ଟି / CESS ଆଦାୟ କରାଯିବ।

Leave a Reply

Your email address will not be published.