ଦେଖନ୍ତୁ ଭିଡ଼ିଓ : ବାପ୍‌ରେ ହାତୀର କି ରାଗ ! ଗୋଡ଼ାଇ ଗୋଡ଼ାଇ ଯୁବକଙ୍କୁ ଦଳିଦେଲା,କେହି ବି ଉଦ୍ଧାର କଲେନି,ବରଂ ଭିଡ଼ିଓ କରିବାରେ ସମସ୍ତେ ବ୍ୟସ୍ତ !

ହାତୀ ହେଉଛି ଜଙ୍ଗଲର ସବୁଠାରୁ ବୁଦ୍ଧିମାନ ତଥା ଓଜନଦାର ଜୀବ। ଖୁସିଥିବା ସମୟରେ ହାତୀ ଯେତିକି ଶାନ୍ତ, ରାଗିଗଲେ ସେତିକି ଭୟଙ୍କର ମଧ୍ୟ। ସୋସିଆଲ ମିଡିଆରେ ପ୍ରାୟତଃ ଆମେ ହାତୀର ମଜା ମଜା ଭିଡିଓକୁ ଦେଖିଥାଉ। କିନ୍ତୁ ବର୍ତ୍ତମାନ ହାତୀର ଏକ ଏମିତି ଭିଡିଓ ଭାଇରାଲ ହେଉଅଛି, ଯାହାକୁ ଦେଖିଲେ ସହଜରେ ବୁଝାପଡ଼ୁଛିଯେ ହାତୀ କେତେ ରାଗି।

ବର୍ତ୍ତମାନ ସମୟରେ ଭାଇରାଲ ହେଉଥିବା ଭିଡିଓରେ ଏକ ହାତୀ ଜଣେ ବ୍ୟକ୍ତିଙ୍କ ଉପରେ ମରଣାନ୍ତକ ଆକ୍ରମଣ କରୁଥିବାର ଦେଖାଯାଉଛି। କିନ୍ତୁ ଦୁଃଖର କଥା ହେଉଛିକି ଏହି ଦୃଶ୍ୟକୁ ଦେଖୁଥିବା ଲୋକେ ବ୍ୟକ୍ତିଙ୍କୁ ଉଦ୍ଧାର କଣ କରିବେ ଏହି ଘଟଣାର ଭିଡିଓ କରୁଥିବାର ଦେଖାଯାଇଛି। ଯାହାକି ସୋସିଆଲ ମିଡିଆରେ ୟୁଜର୍ସଙ୍କୁ ବ୍ୟଥିତ କରିଛି।

ରିପୋର୍ଟ ଅନୁସାରେ, ଏହି ଛାତି ଥରା ଘଟଣା ଆସାମର ଧୁବରି ଜିଲ୍ଲାରେ ଘଟିଛି। ଏଠାରେ ଏକ ଜଙ୍ଗଲୀ ହାତୀ ଜଣେ ୩୦ ବର୍ଷର ଯୁବକଙ୍କୁ ଗୋଡ଼ାଇଥିଲା। ଯୁବକ ଜଣକ ତଳେ ପଡ଼ିଯିବା ପରେ ହାତୀ ତାଙ୍କୁ ଉପରକୁ ଉଠାଇ କଚାଡ଼ି ଦେଇଥିଲା। ଥରେ ନୁହେଁ ବରଂ ବାରମ୍ବାର ହାତୀ ଏମିତି କରିଥିଲା। ଫଳରେ ଯୁବକ ଜଣକଙ୍କର ଅବସ୍ଥା ଗୁରୁତର ହୋଇଛି।

ଦେଖନ୍ତୁ ଭିଡିଓ:-

ଭିଡିଓରେ ଦେଖାଯାଇଛିଯେ ଏକ ବିଶାଳ ହାତୀ ଜଣେ ବ୍ୟକ୍ତିଙ୍କୁ ଗୋଡ଼ାଉଛି। ହାତୀ ଆକ୍ରମଣରୁ ବର୍ତ୍ତିବା ପାଇଁ ବ୍ୟକ୍ତିଜଣକ ଦୌଡ଼ି ଦୌଡ଼ି ତଳେ ପଡ଼ିଯାଉଛନ୍ତି। ପରେ ସେ ପୁଣିଥରେ ଠିଆ ହେଉଛନ୍ତି ଓ ଦୌଡିବା ଆରମ୍ଭ କରୁଛନ୍ତି। କିନ୍ତୁ ଏଥରକ ମଧ୍ୟ ସେ ତଳେ ପଡ଼ିଯାଉଛନ୍ତି। ଏତିକି ସମୟ ମଧ୍ୟରେ ହାତୀଟି ତାଙ୍କ ପାଖକୁ ଚାଲି ଆସୁଛି। ହାତୀଟି ତାଙ୍କୁ ଏକାଧିକ ଥର ଉପରକୁ ଟେକି ତଳେ କଚାଡ଼ୁ ଥିବାର ମଧ୍ୟ ଦେଖାଯାଇଛି।

ଏ ବିଷୟରେ ବନ ଅଧିକାରୀ କହିଛନ୍ତିକି, ହାତୀ ଆକ୍ରମଣର ଶିକାର ହୋଇଥିବା ଯୁବକଙ୍କୁ ଉଦ୍ଧାର କରାଯାଇଛି। ତାଙ୍କର ଅବସ୍ଥା ଗୁରୁତର ରହିଛି। ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥି ସହିତ ହାତୀକୁ ଜଙ୍ଗଲ ଭିତରକୁ ତଡ଼ି ଦିଆଯାଇଛି। ଏହି ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଅଛି। ତେବେ ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ବଦଳରେ ସେଠାରେ ଠିଆ ହୋଇ ଲୋକମାନେ ଭିଡିଓ କରୁଥିବା ଘଟଣାକୁ ଲୋକମାନଙ୍କୁ ବହୁତ ଦୁଃଖିତ କରିଛି।

Leave a Reply

Your email address will not be published.