ଏହି ଲୋକମାନଙ୍କ ପାଇଁ ଅଧିକ ମାରାତ୍ମକ ଓମିକ୍ରନ ଭାରିଏଣ୍ଟ, ଆପଣ ଏହି ଲିଷ୍ଟରେ ନାହାଁନ୍ତି ତ ! ଏବେ ହିଁ ଜାଣି ନିଅନ୍ତୁ !

0

Get real time updates directly on you device, subscribe now.

କରୋନାର ଏହି ନୂଆ ଭେରିଏଣ୍ଟ ଓମିକ୍ରନ ବର୍ତ୍ତମାନ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ଗବେଷକଙ୍କର କହିବା ଅନୁସାରେ ଓମିକ୍ରନ ଭେରିଏଣ୍ଟ ଅନ୍ୟ ସବୁ ଭେରିଏଣ୍ଟ ଅପେକ୍ଷା ଅଧିକ ଦ୍ରୁତ ଗତିରେ ବୃଦ୍ଧି ହୋଇଥାଏ। ଓମିକ୍ରନ ଭେରିଏଣ୍ଟର ସଂକ୍ରମଣ ରେଟ ମଧ୍ୟ ଅନ୍ୟ ସବୁ ଭେରିଏଣ୍ଟ ଠାରୁ ଅଧିକ ବୋଲି ଜଣାପଡ଼ିଛି। ଡେଲ୍ଟା ଭେରିଏଣ୍ଟର ସଂକ୍ରମଣ ରେଟ ୬.୫ ପ୍ରତିଶତ ଥିବା ସମୟରେ ଓମିକ୍ରନର ସଂକ୍ରମଣର ରେଟ ଏହା ଠାରୁ ୩ ଗୁଣ ଅଧିକ ରହିବ ବୋଲି ଜଣାପଡ଼ିଛି।

ଓମିକ୍ରନ ଭେରିଏଣ୍ଟ ଏହି ସବୁ ଲୋକମାନଙ୍କୁ ଏତେ ମାତ୍ରାରେ ପ୍ରଭାବିତ କରିଥାଏଯେ ଅନ୍ୟ କୌଣସି ଭେରିଏଣ୍ଟ ଏତେ ସଂକ୍ରମିତ କରେନାହିଁ। ବିଶେଷ ଭାବରେ ଯେଉଁ ବ୍ୟକ୍ତିଙ୍କର ହାର୍ଟ, ଉଚ୍ଚ ରକ୍ତ ଚାପ, ଡାଇବେଟିସ ଓ ଶ୍ୱାସ ରୋଗୀ ସେମାନଙ୍କ ପାଇଁ ଓମିକ୍ରନ ଭେରିଏଣ୍ଟ ଅଧିକ ମାରାତ୍ମକ ହୋଇଥାଏ। ତେବେ ଜାଣନ୍ତୁ କେଉଁ ବ୍ୟକ୍ତିମାନଙ୍କ ନିକଟରେ ଓମିକ୍ରନ ସବୁଠୁ ଅଧିକ ମାରାତ୍ମକ ହୋଇପାରେ।

ଏହି ଲୋକମାନଙ୍କ ପାଇଁ ଓମିକ୍ରନ ଅଧିକ ବିପଦ:-

କରୋନାର ଓମିକ୍ରନ ଭେରିଏଣ୍ଟ ଟିକା ନେଇଥିବା ଲୋକମାନଙ୍କୁ ସଂକ୍ରମିତ କରିବ କି ନାହିଁ ଏ ବିଷୟରେ ଲୋକେ ଅଧିକ ଚିନ୍ତିତ ଅଛନ୍ତି। ତେବେ କେଉଁ ଲୋକମାନଙ୍କୁ ଓମିକ୍ରନ ସବୁଠୁ ଅଧିକ ବିପଦ, ଆସନ୍ତୁ ଜାଣିବା ବିଶେଷଜ୍ଞ କ’ଣ କୁହନ୍ତି।

୧। ଯେଉଁ ଲୋକମାନଙ୍କର ଫୁସଫୁସ ଦୁର୍ବଳ ଥିବ ସେମାନଙ୍କ ପାଇଁ ଓମିକ୍ରନ ବଡ଼ ବିପଦ ଅଟେ।

୨। ଯେଉଁ ଲୋକମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ସେମାନଙ୍କ ପାଇଁ ଓମିକ୍ରନ ମାରାତ୍ମକ ହୋଇଥାଏ।

୩। ଯଦି ଆପଣଙ୍କର ମାଂସପେଶୀ ଦୃଢ଼ ଓ ଶରୀର ସୁସ୍ଥ ତେବେ ଆପଣଙ୍କ ପାଇଁ ମଧ୍ୟ ସଂକ୍ରମିତ ହେବା ଆଶଙ୍କା କମ।

୪। ଡାଇବେଟିସ ରୋଗୀମନଙ୍କ ପାଇଁ ଓମିକ୍ରନ ଅଧିକ ମାରାତ୍ମକ ହୋଇଥାଏ।

୫। ଯଦି ଆପଣଙ୍କର ହୃଦ ରୋଗ ଅଛି ତେବେ ଏହି ଭାଇରସ ଆପଣଙ୍କ ପାଇଁ ବିପଦ ଆଣିପାରେ।

୬। ଯଦି କାହାକୁ କ୍ୟାନସର କିମ୍ବା ଆର୍ଥରାଇଟିସ ଅଛି ତେବେ ଏହି ବ୍ୟକ୍ତିମାନଙ୍କ ପାଇଁ ଓମିକ୍ରନ ମାରାତ୍ମକ ଅଟେ।

୭। ବୟସ୍କ ଲୋକମାନଙ୍କ ଇମ୍ୟୁନିଟି ଅଧିକ ଦୁର୍ବଳ ଥାଏ। ତେଣୁ ଏହି ଲୋକମାନଙ୍କ ପାଇଁ ଓମିକ୍ରନ ମାରାତ୍ମକ ହୋଇପାରେ।

୮। ୫ ବର୍ଷରୁ କମ ବୟସର ପିଲାମାନଙ୍କ ପାଇଁ ଏହି ଭାଇରସ ଅଧିକ ବିପଦ ମଧ୍ୟ ଆଣିପାରେ।

୯। ଯଦି ଆପଣ କରୋନା ଟିକା ନେଇ ନାହାଁନ୍ତି ତେବେ ଓମିକ୍ରନ ଆପଣଙ୍କ ପାଇଁ ବିପଦ ମଧ୍ୟ ଆଣିପାରେ।

୧୦। ଯେଉଁ ଲୋକ କରୋନା ଟିକାର ଦୁଇଟି ଯାକ ଡୋଜ ନେଇ ନାହାଁନ୍ତି। ସେମାନଙ୍କ ପାଇଁ ଓମିକ୍ରନ ଅଧିକ ବିପଦ ହୋଇଥାଏ।

Leave A Reply

Your email address will not be published.