୨ହଜାର ଟଙ୍କା ଖର୍ଚ୍ଚ କରି ହୁଅନ୍ତୁ ୫ ଲକ୍ଷ ଟଙ୍କାର ମାଲିକ, ଶୀଘ୍ର କରନ୍ତୁ ଏହି କାମ

0

Get real time updates directly on you device, subscribe now.

କରୋନା ଭାଇରସ ସଂକ୍ରମଣ ସମୟରେ ଲୋକଙ୍କ ଜୀବନ ଯିବା ସହିତ ଅଟୋମୋବାଇଲ କମ୍ପାନୀମାନଙ୍କୁ ବିଶେଷ କ୍ଷତି ଭୋଗିବାକୁ ପଡିଛି, ଯାହାକୁ ପୁରା କରିବାକୁ ସମସ୍ତେ ଚେଷ୍ଟା କରୁଛନ୍ତି | ଲକଡାଉନ ସମୟରେ ଅନେକ କାରଖାନା ବନ୍ଦ ହେବାଦ୍ଵାରା ଲକ୍ଷ ଲକ୍ଷ ଲୋକଙ୍କର ରୋଜଗାର ମଧ୍ୟ ଚାଲିଯାଇଛି |

ଏପରି ପରିସ୍ଥିତିରେ ରୋଜଗାର କରିବା ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି | ଏହାମଧ୍ୟରେ ସରକାରଙ୍କ ତରଫରୁ ଏମିତି ଯୋଜନା ଚଳାଯାଉଛି, ଯାହା ଲୋକଙ୍କ ପାଇଁ ବରଦାନ ବୋଲି ପ୍ରମାଣିତ ହେଉଛି | ଯଦି ଆପଣଙ୍କ ଘରେ ପିଲା ଜନ୍ମ ହୁଏ, ତେବେ ବର୍ତ୍ତମାନ ସବୁ ମାସରେ କିଛି ପଇସା ଜମା କରି ଲକ୍ଷପତି ହେବାର ସ୍ୱପ୍ନକୁ ସାକାର କରିପାରିବେ |

ପୋଷ୍ଟ ଅଫିସ ଏମିତି ଗୋଟିଏ ସ୍କିମ ନେଇ ଆସିଛି, ଯାହା ଲୋକଙ୍କର ପ୍ରଥମ ପସନ୍ଦ ହୋଇଛି | ପୋଷ୍ଟ ଅଫିସ ରେକରିଙ୍ଗ ଡିପୋଜିଟ ସ୍କିମ ଆପଣଙ୍କ ପିଲାମାନଙ୍କ ସ୍ୱପ୍ନ ପାଇଁ ବହୁତ ମହତ୍ଵପୁର୍ଣ ଅଟେ | ଏହାଦ୍ୱାରା ଆପଣଙ୍କ ପିଲାଙ୍କୁ ଟଙ୍କା ଅଭାବକୁ ସାମ୍ନା କରିବାକୁ ପଡିବ ନାହିଁ | ଆବଶ୍ୟକ ପଡିଲେ ଏହି ସ୍କିମରୁ ମିଳୁଥିବା ପଇସାକୁ ଆପଣ ଆରାମରେ ବ୍ୟବହାର କରିପାରିବେ |

ପୋଷ୍ଟ ଅଫିସ ରେକରିଙ୍ଗ ଡିପୋଜିଟ ସ୍କିମ ଅଧୀନରେ ଗ୍ୟାରେଣ୍ଟି ରିଟର୍ନ ମିଳିଥାଏ | ବାପାମା ପିଲା ତରଫରୁ ପୋଷ୍ଟ ଅଫିସରେ ଆରଡ଼ି ଖାତା ଓପନ କରିପାରିବେ | ଏଥିରେ ୫ବର୍ଷରୁ ଇନଭେଷ୍ଟମେଣ୍ଟ ମ୍ୟାଚ୍ୟର ହୋଇଯାଏ | ଏହି ସ୍କିମ ଉପରେ ବାର୍ଷିକ ୫.୮ ପ୍ରତିଶତ ଦରରେ ସୁଧ ମିଳିଥାଏ ଏବଂ ପ୍ରତ୍ୟେକ ତିନିମାସରେ କମ୍ପାଉଣ୍ଡିଙ୍ଗ ହୋଇଥାଏ |

ଯଦି ଆପଣ ପିଲା ଜନ୍ମ ହେବା ସମୟରେ ପୋଷ୍ଟ ଅଫିସରେ ତାର ଆରଡ଼ି ଆକାଉଣ୍ଟ ଖୋଲି ଦିଅନ୍ତି, ତେବେ ୫ ବର୍ଷର ହେବା ପର୍ଯ୍ୟନ୍ତ ପିଲା ନାମରେ ଭଲ ପଇସା ସଂଗ୍ରହ ହୋଇଯିବ, ଯାହା ତାର ଭବିଷ୍ୟତରେ କାମରେ ଆସିବ | ଏହି ସ୍କିମ ଅଧୀନରେ ଆପଣଙ୍କ ପିଲା ନାମରେ କେତେ ରାଶି ହେବ, ଏହାକୁ ଉଦାହରଣ ମାଧ୍ୟମରେ ବୁଝନ୍ତୁ | ଯଦି ପିଲା ଜନ୍ମ ସମୟରେ ଆପଣ ଆରଡ଼ି ଆକାଉଣ୍ଟ ଖୋଲନ୍ତି ଏବଂ ପ୍ରତ୍ୟେକ ମାସରେ ୨ହଜାର ଟଙ୍କା ଜମା କରନ୍ତି, ତେବେ ୫ ବର୍ଷରେ ତା ନାମରେ ପ୍ରାୟ ୧.୪୦ ଲକ୍ଷ ଟଙ୍କା ହୋଇଯିବ |

ଆପଣ ଯେକୌଣସି ପୋଷ୍ଟ ଅଫିସର ବ୍ରାଞ୍ଚକୁ ଯାଇ ପିଲା ନାମରେ ରେକରିଙ୍ଗ ଡିପୋଜିଟ ଆକାଉଣ୍ଟ ଖୋଲିପାରିବେ | ଏହାପରେ ୧୦-୧୦ ଟଙ୍କାର ମଲ୍ଟିପଲରେ ଡିପୋଜିଟ କରିପାରିବେ | ପ୍ରତି ମାସରେ ଅତି କମରେ ୧୦୦ ଟଙ୍କା ଡିପୋଜିଟ କରିବାକୁ ପଡିବ | ଆକାଉଣ୍ଟ କ୍ୟାଶ କିମ୍ବା ଚେକ ମାଧ୍ୟମରେ ଖୋଲାଯାଇପାରିବ | ଚେକ ଦେଲେ ଡିପୋଜିଟର ତାରିଖ ସେହି ତାରିଖ ବୋଲି ଧରାଯିବ, ଯେଉଁଥିରେ ଚେକ କ୍ଲିୟର ହେବ |

କେବଳ ଏତିକି ନୁହେଁ, ଆପଣ ମ୍ୟାଚୟୁରିଟି ପୂର୍ବରୁ ହିଁ ପଇସା ଦରକାର ପଡିଲେ ଆକାଉଣ୍ଟକୁ ବନ୍ଦ କରିପାରିବେ | ତେବେ ଏଥିପାଇଁ ଆକାଉଣ୍ଟରେ ୩ ବର୍ଷ ପର୍ଯ୍ୟନ୍ତ ଡିପୋଜିଟ ହେବା ଜରୁରୀ ଅଟେ |

Leave A Reply

Your email address will not be published.