ତେଲରେ ନୁଁହ ବରଂ ଏଥର ପବନରେ ଚାଲିବ ଗାଡି,ବଜାରକୁ ବହୁତ ଜଲଦି ଆସୁଛି !

0

Get real time updates directly on you device, subscribe now.

ବର୍ତ୍ତମାନ ବଜାରକୁ ପବନରେ ଚାଲୁଥିବା ଏକ ଗାଡ଼ି ଆସୁଛି। ମର୍କରୀ R4D ରିସର୍ଚ୍ଚ ଅର୍ଗାନାଇଜେସନ ଏବଂ ଟୋକ୍ୟୋ ୟୁନିର୍ଭସିଟିର କିଛି ଛାତ୍ରମାନେ ମିଶି ଏହି ଏହି ଜବରଦସ୍ତ ବାଇକକୁ ପ୍ରସ୍ତୁତ କରିଛନ୍ତି। ଏହା ଏକ ଇଲେକଟ୍ରିକ ସ୍କୁଟର ଅଟେ। ଏହା କେବଳ ପବନରେ ଚାଲିଥାଏ। ପବନ ଶେଷ ହୋଇଯିବା ପରେ ଏହି ସ୍କୁଟର ବ୍ୟାଗପ୍ୟାକରେ କନଭର୍ଟ ହୋଇଯାଏ। ଏହି ସ୍କୁଟରର ନାମ ପୋଇମୋ, ଯାହାକି ପବନ ଦ୍ୱାରା ଚାଲିଥାଏ । ଏହା ଏକ ପୋର୍ଟେବଲ ଇଲେକଟ୍ରିକ ସ୍କୁଟର ଅଟେ। ଏହାକୁ ଥର୍ମୋପ୍ଲାଷ୍ଟିକ ପଲିୟୁରେଥିନ ସହିତ ବିଭିନ୍ନ ପାର୍ଟସକୁ ନେଇ ତିଆରି କରାଯାଇଛି।

ଏହି ପାର୍ଟସରେ ହ୍ୟାଣ୍ଡେଲ, ଚକା, ବ୍ୟାଟେରୀ ଓ ମୋଟର ମଧ୍ୟ ସାମିଲ ରହିଛି। ଖବର ଅନୁସାରେ, ଏହା ଡିଜନୀର ଏକ କାର୍ଟୁନ କ୍ୟାରେକ୍ଟର ଥିବା ସ୍କୁଟରରେ ପ୍ରଭାବିତ ହୋଇ ପ୍ରସ୍ତୁତ କରାଯାଇଛି। ଏହା କେବଳ ପବନ ଦ୍ୱାରା ଚାଲିଥାଏ। ସବୁଠାରୁ ବଡ଼ କଥା ହେଉଛିକି ଗାଡ଼ିରୁ ପବନ ସରିଗଲେ ଏହାକୁ ମଧ୍ୟ ବ୍ୟାଗ ଭଳି ଭାଙ୍ଗି ନିଆଯାଇପାରିବ।

ଆପଣ ଏହାକୁ ଯେକୌଣସି ସ୍ଥାନକୁ ମଧ୍ୟ ନେଇ ଯାଇପାରିବେ। R4Dର ରିସର୍ଚ୍ଚର ୟୋସୁକେ ୟମାମୁରା ଟୋକ୍ୟୋ ୟୁନିର୍ଭସିଟିର କିଛି ଛାତ୍ରଙ୍କ ସହ ମିଶି ଏହାକୁ ପ୍ରସ୍ତୁତ କରିଛନ୍ତି। ଏହାକୁ ରିସର୍ଚ୍ଚର ଇ-ସ୍କୁଟର ସଫ୍ଟ ମୋବିଲିଟିର ନାମ ଦେଇଛନ୍ତି। ଏହା ଉପରେ କମ ଓ ଓଜନିଆ ଲୋକ ସହଜରେ ମଧ୍ୟ ଯାଇପାରିବେ। ବର୍ତ୍ତମାନ ଇଲେକଟ୍ରିକ ବାହନର ଡିମାଣ୍ଡ ବଜାରରେ ଅଧିକ ରହିଥିବା ସମୟରେ ଏହି ସ୍କୁଟର ଅନେକ ସାହାଯ୍ୟ କରିବ। ଏଥିରେ ପାର୍କିଂର ଅସୁବିଧା ମଧ୍ୟ ଦୂର ହୋଇଯିବ। ସାଧାରଣ ଲୋକମାନଙ୍କ ପାଇଁ ଏହା ଏକ ଭଲ ବିକଳ୍ପ ମଧ୍ୟ ରହିବ।

ଏହି ଗାଡ଼ିର ଓଜନ ମାତ୍ର ସାଢ଼େ ପାଞ୍ଚ କିଲୋଗ୍ରାମ ଅଟେ। ଏହାର ଆଗରେ ୮ ଇଞ୍ଚର ଦୁଇଟି ଚକା ଲାଗିଥିବା ସମୟରେ ପଛ ଭାଗରେ ୬ ଇଞ୍ଚର ଚକା ଲାଗିଛି। ଏହା ବ୍ୟତିତ ବିଲ୍ଟ ଇନ ଓ୍ଵାୟରଲେସ କଣ୍ଟ୍ରୋଲର, ୭୦ ରୁ ୧୧୦ ମିଲିମିଟର ଲମ୍ବାର ବ୍ୟାଟେରୀ ମଧ୍ୟ ଖଞ୍ଜାଯାଇଛି। ଏହା ପଦଯାତ୍ରୀ ମାନଙ୍କ ପାଇଁ ଖୁବ ସହାୟକ ହେବ। ଏଥିରେ ଦୁର୍ଘଟଣା ହେବାର ସମ୍ଭାବନା ଆଦୌ ନାହିଁ। ତେବେ ଅନେକ ଲୋକଙ୍କୁ ଏହା ବହୁତ ପସନ୍ଦ ଆସିବ ବୋଲି ବିଶ୍ୱାସ ଅଛି।

Leave A Reply

Your email address will not be published.