ମାଛ ଧରିବା ସମୟରେ ଜାଲରେ ପଡ଼ିଲା ମ୍ୟାକବୁକ ସହ ଆଇଫୋନ….

0

Get real time updates directly on you device, subscribe now.

ଜୀବନରେ କେତେବେଳେ କେଉଁ ସବୁ ଘଟଣା ଘଟିଯିବ ତାହା କାହାରିକୁ ଜଣାନଥାଏ। ଅନେକ ଥର ଏଭଳି ଘଟଣା ଘଟିଛି ଯାହାକୁ ଆଦୌ ବିଶ୍ୱାସ କରିହୁଏନାହିଁ। ଲାଗେ ଯେପରି ‘ଏହା ହେଉଛି ଭଗବାନଙ୍କର ଚମତ୍କାର’। ଇଣ୍ଡୋନେସିଆର ଏକ ମାଛ ଧରାଳୀଙ୍କ ସହିତ ମଧ୍ୟ ଏଭଳି କିଛି ଘଟଣା ଘଟିଛି। ଯାହାକି ରାତାରାତି ତାଙ୍କର ଭାଗ୍ୟକୁ ପରିବର୍ତ୍ତନ କରିଦେଇଛି। ଆପଣ ଭାବୁଥିବେ ବୋଧ ହୁଏ ତାଙ୍କୁ କିଛି ଲଟେରୀ ଲାଗିଛି। କିଛି ସେଭଳି ହିଁ ଘଟଣା ଘଟିଛି।

ଏଠାକାର ସମୁଦ୍ରରେ ଏକ ମାଛ ଧରାଳୀ ମାଛ ଧରିବାକୁ ଯାଉଥିବା ସମୟରେ ତାଙ୍କ ହାତରେ କୋଟିଏ ଟଙ୍କାର ଜିନିଷ ଲାଗିଥିଲା। ଏହି ଘଟଣା ଘଟିବା ପରେ ମାଛ ଧରାଳୀର ଭାଗ୍ୟ ସମ୍ପୂର୍ଣ ରୂପରେ ପରିବର୍ତ୍ତନ ହୋଇଗଲା। ପରେ ଅନେକ ଲୋକ ତାଙ୍କୁ ଭାଗ୍ୟବାନ ବୋଲି ମଧ୍ୟ କହିଲେ।

ସୂଚନା ଅନୁସାରେ, ଇଣ୍ଡୋନେସିଆ ବାଙ୍ଗକା ବେଲିତୁଙ୍ଗ ସମୁଦ୍ରରେ ମାଛ ଧରିବା ପାଇଁ ଯାଉଥିବା ସମୟରେ ଏକ ଏମିତି ଘଟଣା ଘଟିଲା ଯାହାକୁ ଦେଖି ମାଛ ଧରାଳୀ ଜଣକ ସମ୍ପୂର୍ଣ୍ଣ ରୂପରେ ଆଶ୍ଚର୍ଯ୍ୟ ହୋଇଗଲା। ଜାଲ ପକାଇବା ସମୟରେ ଜାଲରେ ମାଛ ବଦଳରେ ପଡ଼ିଥିଲା କିଛି ବକ୍ସ। ଏହାପରେ ମାଛ ଧରାଳୀ ଜଣକ ବକ୍ସକୁ ଭୟରେ ଖୋଲିଲେ। ବକ୍ସ ଖୋଳିବା ପରେ ଯାହା ଦେଖିଲେ ତାକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ। ଏହି ବକ୍ସରେ ଭିନ୍ନ ଭିନ୍ନ ମଡେଲର ଆପଲ ଆଇଫୋନ ଥିଲା। ଏହା ବ୍ୟତୀତ ଆଇପାଡ ଓ ମ୍ୟାକବୁକ ମଧ୍ୟ ଥିଲା। ଯାହାର ଦାମ କୋଟିଏ ଟଙ୍କାରୁ ଅଧିକ ହେବ।

ଏହାପରେ ବ୍ୟକ୍ତି ଜଣକ ଏହି ଘଟଣାକ ସୋସିଆଲ ମିଡିଆରେ ସେୟାର କରିଥିଲେ। ସେ ନିଜକୁ ବହୁତ ଭାଗ୍ୟବାନ ବୋଲି ମଧ୍ୟ ଭାବିଲେ। ବକ୍ସ ଭିତରେ ଥିବା କାରଣରୁ ଏହି ଜିନିଷ ଗୁଡ଼ିକ ଖରାପ ହୋଇନଥିଲା। ବକ୍ସର ପ୍ୟାକିଂ ଭଲ ହୋଇଥିବା କାରଣରୁ ସବୁ ଜିନିଷ ସୁରକ୍ଷିତ ଥିଲା।

Leave A Reply

Your email address will not be published.