IBPS ନିଯୁକ୍ତି: ସରକାରୀ ବ୍ୟାଙ୍କରେ ଖାଲି ପଡିଛି ୪୧ ହଜାର ରୁ ଅଧିକ ପଦବୀ,ଶୀଘ୍ର ଶୀଘ୍ର କରନ୍ତୁ ଆବେଦନ !

0

Get real time updates directly on you device, subscribe now.

ଆପଣ ବ୍ୟାଙ୍କରେ ଚାକିରୀ କରିବା ପାଇଁ ଚେଷ୍ଟା କରୁଛନ୍ତି କି? ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ରହିଛି। ବର୍ତ୍ତମାନ SBI ଓ PNB ଛଡା ଅନ୍ୟ ସରକାରୀ ବ୍ୟାଙ୍କରେ ୪୧ ହଜାରରୁ ଅଧିକ ପୋଷ୍ଟ ଖାଲି ପଡିଛି। ସରକାରୀ ବ୍ୟାଙ୍କରେ ଚାକିରି ଖୋଜୁଥିବା ଆଇବିପିଏସ ନିଯୁକ୍ତି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଯୁବକ ଯୁବତୀମାନଙ୍କ ପାଇଁ ଏକ ବଡ଼ ଖବର ଆସିଛି। ସରକାରଙ୍କ ତରଫରୁ ସୂଚନା ଦିଆଯାଇଛିଯେ ଏସବିଆଇ ଏବଂ ପିଏନବି ସମେତ ସମସ୍ତ ସରକାରୀ ବ୍ୟାଙ୍କରେ ୪୧ ହଜାରରୁ ଅଧିକ ପଦବୀ ଏଥିରେ ଖାଲିପଡିଛି। ଏମିତିକି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଗତ ସୋମବାର ଦିନ କହିଛନ୍ତିଯେ ସରକାରୀ ବ୍ୟାଙ୍କଗୁଡିକରେ ମୋଟ ଅନୁମୋଦିତ ପଦବୀ ମଧ୍ୟରୁ ପାଞ୍ଚ ପ୍ରତିଶତ କିମ୍ବା ୪୧,୧୭୭ଟି ପଦବୀ ଖାଲି ରହିଛି।

ଲୋକସଭାରେ ଏକ ଲିଖିତ ପ୍ରଶ୍ନର ଏହି ଚିଠା ପ୍ରସ୍ତୁତ କରଯାଇଥିଲା। ଓ ଏହାର ଉତ୍ତରରେ ସୀତାରମଣଙ୍କ ଦ୍ୱାରା ଦିଆଯାଇଥିବା ସରକାରୀ ତଥ୍ୟ ଅନୁସାରେ, ସାର୍ବଜନିକ ଭାବରେ ସରକାରୀ ବ୍ୟାଙ୍କ ବା ପବ୍ଲିକ ସେକ୍ଟର ବ୍ୟାଙ୍କ ଗୁଡିକରେ ୮,୦୫,୯୮୬8 ରୁ ଅଧିକ ପଦବୀକୁ ମଞ୍ଜୁର କରାଯାଇଛି। ଏହି ପଦବୀଗୁଡ଼ିକ ମଧ୍ୟରୁ ଅଧିକାଂଶ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ୮,୫୪୪ ପୋଷ୍ଟ ରହିଛି। ଏହି ପୋଷ୍ଟଗୁଡିକରେ ବ୍ୟାଙ୍କ ଅଫିସର , କିରାଣୀ ଏବଂ ଉପ-କର୍ମଚାରୀ ଅନ୍ତର୍ଭୁକ୍ତ ଅଛନ୍ତି। ସମୁଦାୟ ପବ୍ଲିକ ସେକ୍ଟର ବ୍ୟାଙ୍କରେ ୧୨ଟି ପଦବୀ ଖାଲିପଡିଛି।
ଠିକ ସେହିପରି ଭାବରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ୬୭୪୩ଟି ପଦବୀ, ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରେ ୬୨୯୫ଟି ପଦବୀ, ଇଣ୍ଡିଆନ ଓଭରସିସଜ ବ୍ୟାଙ୍କରେ ୫୧୧୨ଟି ପଦବୀ ଓ ବ୍ୟାଙ୍କ ଅଫ ଇଣ୍ଡିଆରେ ୪୮୪୮ଟି ପଦବୀ ଖାଲି ପଡିଛି।

ଏସବିଆଇରେ ଥିବା ସମୁଦାୟ ପଦବୀ ମଧ୍ୟରୁ କେବଳ ୩୪୨୩ଟି ପୋଷ୍ଟ ହେଉଛି ଅଫିସର ପୋଷ୍ଟ ଓ ୫୧୨୧ଟି ପୋଷ୍ଟ ହେଉଛି କ୍ଲର୍କ ପୋଷ୍ଟ। ଅର୍ଥମନ୍ତ୍ରୀ ଏହା ମଧ୍ୟ ସୂଚନା ଦେଇଛନ୍ତିଯେ ୨୦୧୬ ମସିହାରେ ପଞ୍ଜାବ ଏବଂ ସିଣ୍ଡ ବ୍ୟାଙ୍କ ବ୍ୟତୀତ ପବ୍ଲିକ ସେକ୍ଟର ବ୍ୟାଙ୍କଗୁଡିକରେ ଗୋଟିଏ ମଧ୍ୟ ପଦବୀ ରଦ୍ଦ କରାଯାଇନାହିଁ। ତେଣୁ ବ୍ୟାଙ୍କ ପୋଷ୍ଟ ପାଇଁ ପ୍ରସ୍ତୁତ ହେଉଥିବା କ୍ୟାଣ୍ଡିଡେଟମାନେ ବର୍ତ୍ତମାନ ନିଜର ଯୋଗ୍ୟତା ଅନୁସାରେ ବ୍ୟାଙ୍କରେ ଚାକିରୀ ପାଇଁ ଆବେଦନ କରିପାରିବେ।

Leave A Reply

Your email address will not be published.