୧୨ ବର୍ଷର ଝିଅ ପ୍ରତି ମାସରେ ରୋଜଗାର କରୁଛି ୭୬ ହଜାରରୁ ଅଧିକ ଟଙ୍କା ? ଜାଣନ୍ତୁ କିପରି ….!

0

Get real time updates directly on you device, subscribe now.

ଆମେରିକାରେ ଜଣେ ୧୨ ବର୍ଷୀୟ ଝିଅ ନିଜର ବିଜନେସ ଠିଆ କରିଦେଇଛି | ସେ ଏହି ବିଜନେସରୁ ଭଲ ରୋଜଗାର କରୁଛି ଏବଂ ଅନ୍ୟ ଲୋକମାନଙ୍କୁ ରୋଜଗାର ମଧ୍ୟ ଦେଉଛି | ଆସନ୍ତୁ ଜାଣିବା ଏହି ‘ ବିଜନେସ ଗାର୍ଲ’ଙ୍କ ବିଷୟରେ କୌତୁହଳପୂର୍ଣ୍ଣ କାହାଣୀ …

ଦି ସନର ରିପୋର୍ଟ ଅନୁଯାୟୀ ଏହି ଝିଅର ନାମ ଏଲେକ୍ସିସ କ୍ୟାପା ଅଟେ, ଯିଏ ଏହି ବର୍ଷ ଆରମ୍ଭରେ ସାବୁନ ତିଆରି କରିବାର ନିଜ ବିଜନେସ ଷ୍ଟାର୍ଟ କରିଥିଲେ | ଏଥିପାଇଁ ଏଲେକ୍ସିସ ନିଜ ମା କେଟିଙ୍କଠାରୁ ପ୍ରାୟ ୨୫୦୦୦ ଟଙ୍କା ଉଧାର ନେଇଥିଲେ |

ତେବେ କ୍ୟାପା ଏହି ପଇସା ପ୍ରଥମ ମାସରେ ହିଁ ମାଙ୍କୁ ଫେରାଇବାରେ ସଫଳ ହେଲେ, କାରଣ ତାଙ୍କ ଦ୍ୱାରା ତିଆରି କରାଯାଇଥିବା ସାବୁନ ଲୋକଙ୍କୁ ବହୁତ ଭଲ ଲାଗିଲା ଏବଂ ତାଙ୍କ ବିକ୍ରିରୁ ସେ ଠିକ ଠାକ ପଇସା ରୋଜଗାର କଲେ | ଏଲେକ୍ସିସ କ୍ୟାପା ବର୍ତ୍ତମାନ ନିଜ ବିଜନେସରୁ ପ୍ରତି ମାସରେ ୭୬ ହଜାର ଟଙ୍କାରୁ ଅଧିକ ରୋଜଗାର ମଧ୍ୟ କରୁଛନ୍ତି |

ବିଜନେସ ବଢ଼ିବାରୁ ଭାଇମାନଙ୍କୁ କାମରେ ରଖିଲେ :-

ଏଲେକ୍ସିସ ବର୍ତ୍ତମାନ ସାବୁନ ସହିତ ମହମବତୀ ଏବଂ ସୁଗାର ସ୍କ୍ରବ ମଧ୍ୟ ତିଆରି କରିବାକୁ ଲାଗିଛନ୍ତି | ଏପରି ପରିସ୍ଥିତିରେ ଯେତେବେଳେ କାମ ବଢ଼ିଲା, ସେତେବେଳେ ସେ ନିଜଠାରୁ ବଡ଼ ଦୁଇଜଣ ଭାଇଙ୍କୁ ମଧ୍ୟ କର୍ମଚାରୀ ଭାବରେ ନିଜ ସହିତ ରଖିଲେ | ୧୨ ବର୍ଷର ଏଲେକ୍ସିସଙ୍କ ଜଣେ ଭାଇଙ୍କ ବୟସ ୧୪ ବର୍ଷ ଏବଂ ଅନ୍ୟ ଜଣେ ଭାଇ ୧୬ ବର୍ଷର ଅଟନ୍ତି | ଅଫିସ ଭାବରେ ଘରର ଗ୍ୟାରେଜକୁ ୱାର୍କସପ କରାଯାଇଛି | ସେ ନିଜ ଉତ୍ପାଦକୁ ଇନ୍ସଟାଗ୍ରାମ @love.yourselfsoap ଆକାଉଣ୍ଟରେ ସେୟାର କରିଥାନ୍ତି |

ଝିଅର ସଫଳତା ଉପରେ ମା ବହୁତ ଖୁସି :-

ନିଜ ଝିଅର ସଫଳତା ଉପରେ ଏଲେକ୍ସିସଙ୍କ ୩୮ ବର୍ଷୀୟ ମା କେଟି କହିଛନ୍ତି ଯେ ‘ଯଦି ତାକୁ ୧୨ ବର୍ଷ ବୟସରେ ଏତେ ସଫଳତା ମିଳୁଛି, ତେବେ ଭାବନ୍ତୁ ଯେ ସେ ୨୦ ବର୍ଷ ବୟସରେ କଣ କଣ କରିପାରିବ |’ କେଟି କହିଛନ୍ତି ଯେ ତାଙ୍କ ଝିଅ ଭିତରେ ବିଜନେସ କରିବାର ଗୁଣ ଏବଂ ବସ ଵାଲା ମନୋଭାବ ଆରମ୍ଭରୁ ଥିଲା | ସେ ନିଜ ରୋଜଗାରର ଗୋଟିଏ ଅଂଶ ଚ୍ୟାରିଟିରେ ଦାନ କରିଥାନ୍ତି |

କୁହାଯାଇଛି ଯେ ଏଲେକ୍ସିସ ଏବଂ ତାର ଭାଇଙ୍କୁ ତ୍ୱଚା ସମ୍ବନ୍ଧୀୟ ସମସ୍ୟା ରହିଛି | ଏପରି ପରିସ୍ଥିତିରେ ଯେତେବେଳେ ସେମାନଙ୍କୁ କେହି Home Made Soap ୟୁଜ କରିବାର ପରାମର୍ଶ ଦେଲେ, ସେତେବେଳେ ସେ ସାବୁନ ତିଆରି କରିବାର ବିଜନେସ ହିଁ ଷ୍ଟାର୍ଟ କରିଦେଲେ | ଏଲେକ୍ସିସ YouTube ରେ ଭିଡିଓ ଦେଖି ଏବଂ କିଛି ଲୋକଙ୍କ ଠାରୁ ସୂଚନା ନେଇ ସାବୁନ ତିଆରି କରିବା ଶିଖିଥିଲେ |

Leave A Reply

Your email address will not be published.