ଯଦି ଆପଣ ଇଣ୍ଟରନେଟ ଦୁନିଆରେ ଆକ୍ଟିଭ ରହୁଛନ୍ତି, ତେବେ ମଜାଳିଆ ଏବଂ ଫନି ଭିଡିଓ ଆପଣଙ୍କ ପାଖକୁ ନିଶ୍ଚିତ ଭାବରେ ଆସୁଥିବ | ଅନେକଥର ଏହି ଭିଡିଓ ଏତେ ଭଲ ଲାଗେ ଯେ, ଏହି ଭିଡିଓଗୁଡିକୁ ବାରମ୍ବାର ଦେଖିବାକୁ ଇଚ୍ଛା ହୁଏ | ଏପରି ଗୋଟିଏ ଭିଡିଓ ଆଜିକାଲି ସୋସିଆଲ ମିଡିଆରେ ଭାଇରଲ ହେଉଛି | ଯାହାକୁ ଦେଖିବାପରେ ଆପଣଙ୍କୁ ସେହି ରୂଢି ‘ଆ ବଳଦ ମତେ ବିନ୍ଧ’ … ନିଶ୍ଚୟ ମନେପଡିଯିବ |ଏହି ରୂଢିକୁ ସତ କରି ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ବହୁତ ଭାଇରଲ ହେଉଛି |
ଆପଣ ଦେଖିଥିବେ ଯେ ଅନେକଥର ମଣିଷ ନିଜ ଭୁଲ କାରଣରୁ ହିଁ ନିଜକୁ ବିପଦରେ ପକାଇଦିଏ ଏବଂ ତାର ଜୀବନ ବିପଦ ମୁହଁରେ ପଡ଼ିଯାଏ | ଏପରି କିଛି ଦୃଶ୍ୟ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି | ଯେଉଁଥିରେ ଗୋଟିଏ ଷଣ୍ଢ ଆରାମରେ ପାଚେରୀ କାନ୍ଥରେ ଠିଆ ହୋଇଛି | ଠିକ ସେତିକିବେଳେ ଜଣେ ବୃଦ୍ଧ ବ୍ୟକ୍ତି ବାଡ଼ି ନେଇ ସ୍ଥର ପହଞ୍ଚି ଯାଆନ୍ତି ଏବଂ ଜୋରରେ ଷଣ୍ଢକୁ ମାରିବାକୁ ଲାଗେ | କିନ୍ତୁ କିଛି ସେକେଣ୍ଡ ମଧ୍ୟରେ ହିଁ ଷଣ୍ଢ ତାକୁ ଏମିତି ଶିକ୍ଷା ଦେଲା ଯାହାକୁ ଦେଖିଲେ ଆପଣ ମଧ୍ୟ ବୁଝିଯିବେ ଯେ ବିନା କାରଣରେ କାହାକୁ ବି ଆମେ ହଇରାଣ କରିବା ଉଚିତ ନୁହେଁ |
ଭାଇରଲ ହେଉଥିବା ଭିଡିଓରେ ଆପଣ ଦେଖିପାରିବେ ଯେ ଗୋଟିଏ ଷଣ୍ଢ ଆରାମରେ ପାଚେରୀ କାନ୍ଥରେ ଠିଆ ହୋଇଛି, କିନ୍ତୁ ସେତେବେଳେ ଜଣେ ବୃଦ୍ଧ ବ୍ୟକ୍ତି ସେଠାରେ ପହଞ୍ଚି ଯାଆନ୍ତି ଏବଂ ତା ଉପରେ ବହୁତ ଲାଠି ମାଡ଼ ବର୍ଷା କରିବା ଆରମ୍ଭ କରନ୍ତି | ବୃଦ୍ଧ ବ୍ୟକ୍ତିଙ୍କୁ ଏପରି ବ୍ୟବହାର କରୁଥିବାର ଦେଖି ଷଣ୍ଢ ମଧ୍ୟ ଖୁବ ରାଗିଯାଏ |ଏହାପରେ ଷଣ୍ଢ ବୃଦ୍ଧ ବ୍ୟକ୍ତିଙ୍କୁ ସିଙ୍ଗରେ ଉଠାଇଲା ଏବଂ ଜୋରରେ ତଳେ କଚାଡି ଦେଲା | ବୃଦ୍ଧକୁ କଚାଡିବା ପରେ ଷଣ୍ଢ ସେଠାରୁ ପଳାଇ ଯାଏ |
ପାଖରେ ଦୁଇଜଣ ଯୁବକ ମଧ୍ୟ ବସିଥିଲେ, ବୃଦ୍ଧ ବ୍ୟକ୍ତି ତଳେ ପଡିବା ମାତ୍ରେ ସେମାନେ ଦୌଡ଼ି ଆସି ତାଙ୍କୁ ଉଠାଇ ଦିଅନ୍ତି | ଏହି ପୁରା ଘଟଣା ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଯାଇଥିଲା | ଏହି ଭିଡିଓ କ୍ଲିପ ବର୍ତ୍ତମାନ ଖୁବ ଦ୍ରୁତ ଗତିରେ ଭାଇରଲ ହେବାରେ ଲାଗିଛି |
ଦେଖନ୍ତୁ ଭିଡିଓ :-
इसे कहते हैं जैसे को तैसा pic.twitter.com/6JlKBZy6Y1
— @StunnedVideo (@kumarayush084) December 15, 2021