Mi ର ୪୦ ଇଞ୍ଚର ସ୍ମାର୍ଟ ଟିଭି ମାତ୍ର ୧୦ ହଜାର ଟଙ୍କାରେ କିଣନ୍ତୁ, ଫ୍ଲିପକାର୍ଟରେ ମିଳୁଅଛି ଦମଦାର ଅଫର !

0

Get real time updates directly on you device, subscribe now.

ଫ୍ଲିପକାର୍ଟର ବିଗ ସେଭିଙ୍ଗ ଡେଜ ସେଲ ଆରମ୍ଭ ହୋଇସାରିଛି। ଏହି ସେଲ ଆଜି ଅର୍ଥାତ ଡିସେମ୍ବର ୧୬ ତାରିଖରୁ ଆରମ୍ଭ ହୋଇସାରିଛି। ଏବଂ ଏହି ଅଫର ଡିସେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଫ୍ଲିପକାର୍ଟ ସେଲରେ ସ୍ମାର୍ଟଫୋନ୍ସ ଏବଂ ସ୍ମାର୍ଟ ଟିଭି ଉପରେ ଧମାକାଦାର ଡିସକାଉଣ୍ଟ ମିଳୁଛି। ସେଲରେ ବଡ ସାଇଜର ସ୍ମାର୍ଟ ଟିଭି ସବୁ ବହୁତ କମ ଦାମରେ ମିଳୁଛି। ସେଲରେ ୪୦ ଇଞ୍ଚର ସ୍ମାର୍ଟଟିିଭି (Mi 4A Horizon Edition 40 inch Android TV) ଉପରେ ବଡ ଡିକାଉଣ୍ଟ ମିଳୁଛି।

ଯଦି ଆପଣ ଭଲ ସ୍ମାର୍ଟ ଟିଭି କମ ବଜେଟରେ ଖୋଜୁଛନ୍ତି ତେବେ ଏହି ସେଲ ଆପଣଙ୍କୁ ବହୁତ ଲାଭ ଦେବ। ଏମଆଇର ୪୦ ଇଞ୍ଚର ସ୍ମାର୍ଟ ଟିଭିକୁ ବହୁତ ଶସ୍ତାରେ ଆପଣ କିଣିପାରିବେ। ତେବେ ଆସନ୍ତୁ ଜାଣିବା ଏହି ଫିଚର୍ସ ବିଷୟରେ। Mi 4A Horizon Edition 40 inch Android TV ର ଲଞ୍ଚ୍‌ ପ୍ରାଇସ ୨୯,୯୯୯ ଟଙ୍କା ରହିଛି। କିନ୍ତୁ ଫ୍ଲିପକାର୍ଟର ଏହି ସେଲରେ ଏହି ଟିିଭି ଆପଣଙ୍କୁ ୨୨,୯୯୯ ଟଙ୍କାରେ ମିଳିପାରିବ। ଅର୍ଥାତ ଟିଭି ଉପରେ ୨୩ ପ୍ରତିଶତର ରିହାତି ଆପଣଙ୍କୁ ମିଳୁଛି। ଏହା ବ୍ୟତୀତ ବ୍ୟାଙ୍କର ଅଫର୍ସ ଏବଂ ଏକ୍ସଚେଞ୍ଜ ଅଫର ଜରିଆରେ ଟିିଭିର ଦାମ ମଧ୍ୟ ଆହୁରି କମିଯିବ।

ଯଦି ଆପଣ ଏସବିଆଇର କ୍ରେଡିଟ୍‌ କାର୍ଡରେ ପେମେଣ୍ଟ କରୁଛନ୍ତି ତେବେ ୧୦ ପ୍ରତିଶତ ଇନଷ୍ଟାଣ୍ଟ ଡିସକାଉଣ୍ଟ ଆପଣଙ୍କୁ ମିଳିଯିବ। ଅର୍ଥାତ ଏଥିରୁ ଆପଣ ପୂରା ୧୫୦୦ ଟଙ୍କାର ଡିସକାଉଣ୍ଟ ପାଇପାରିବେ। ଏହିସବୁ ଡିସକାଉଣ୍ଟ ପରେ ଟିଭିର ଦାମ ୨୧,୪୯୯ ଟଙ୍କା ଆସିଯିବ। ଏହାପରେ ଆହୁରି ମଧ୍ୟ ଅଫର୍ସ ରହିଛି ଯାହାପରେ ଟିଭିର ଦାମ ଆହୁରି ମଧ୍ୟ କମିଯିବ।

Mi 4A Horizon Edition 40 inch Android TV ଉପରେ ୧୧,୦୦୦ ଟଙ୍କାର ଏକ୍ସଚେଞ୍ଜ ମିଳୁଅଛି। ଯଦି ଆପଣ ପୁରୁଣା ଟିଭି ଏକ୍ସଚେଞ୍ଜ କରୁଛନ୍ତି ତେବେ ଆପଣମାନେ ରିହାତି ପାଇପାରିବେ। ଏତିିକି ରିହାତି ଆପଣଙ୍କୁ ସେତେବେଳେ ମିଳିବ ଯେତେବେଳେ ଟିଭିର କଣ୍ଡିସନ୍‌ ଭଲ ଥିବ ଏବଂ ମଡେଲଟି ଲାଟେଷ୍ଟ ଥିବ। ଯଦି ଆପଣଙ୍କୁ ଏହି ଅଫର ମିଳିବ ତେବେ ଟିଭିର ମୂଲ୍ୟ ୧୦,୪୯୯ ଟଙ୍କା ହୋଇଯିବ।

Leave A Reply

Your email address will not be published.