ଅଧିନାୟକ ବିବାଦରେ ବିରାଟ କୋହଲି ଏକ ଘରିଆ,କୋହଲିଙ୍କ ଦାବିକୁ ଖାରଜ କଲା ବିସିସିଆଇ,ଆଉ କହିଲା ଏମିତି କଥା !

0

Get real time updates directly on you device, subscribe now.

ବିରାଟ କୋହଲି ଦିନିକିଆରୁ ଅଧିନାୟକ ପଦରୁ ହଟିବା ପରେ ପ୍ରଥମ ଥର ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ବୁଧବାର ଦିନ କୋହଲି କହିଛନ୍ତିକି, ସେ ଦିନିକିଆ ଦଳର ଅଧିନାୟକ ଛାଡିବାକୁ ଚାହୁଁନଥିଲେ। ଏଥିସହ ଟି-୨୦ ଅଧିନାୟକତ୍ଵ ନେଇ କୋହଲି ମୁହଁ ଖୋଲିଛନ୍ତି। କୋହଲିଙ୍କର ବୟାନ ଉପରେ ବର୍ତ୍ତମାନ ବିସିସିଆଇ ପ୍ରତିକ୍ରିୟା ଦେଇଛି।

ବିସିସିଆଇ ସୂତ୍ର ଅନୁସାରେ, ବିରାଟ କୋହଲି ଏମିତି କହିପାରିବେ ନାହିଁଯେ, ତାଙ୍କୁ ଅଧିନାୟକ ପଦରୁ ହଟାଯିବାର ସୂଚନା ଦିଆଯାଇନଥିଲା। ବିରାଟ ଯେତେବେଳେ ଟି-୨୦ ଅଧିନାୟକ ଦାୟିତ୍ଵ ଛାଡିଲେ, ସୀମିତ ଓଭର କ୍ରିକେଟରେ ଦୁଇଜଣ ଅଧିନାୟକ ରଖାଯିବା ସହଜ ନଥିଲା। ଆମେ ବିରାଟ କୋହଲିଙ୍କ ସହିତ ସେପ୍ଟେମ୍ବର ମାସରେ ଆଲୋଚନା କରିଥିଲୁ। ଏବଂ ତାଙ୍କୁ ଟି-୨୦ ଅଧିନାୟକ ନ ଛାଡିବା ପାଇଁ ମଧ୍ୟ କହିଥିଲୁ। ଯେତେବେଳେ ବିରାଟଙ୍କୁ ଦିନିକିଆ ଅଧିନାୟକ ପଦରୁ ହଟାଗଲା, ସେ ସମୟରେ ନିଜେ ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା ବିରାଟଙ୍କୁ ଫୋନ କରି ଏହି ବିଷୟରେ ସୂଚନା ଦେଇଥିଲେ।

ବିରାଟ କୋହଲି ବୁଧବାର ଦିନ ସାମ୍ବାଦିକ ସମ୍ମିଳନୀରେ ଖୁଲାସା କରିଛନ୍ତିଯେ, ଡିସେମ୍ବର ୮ ତାରିଖରେ ଟେଷ୍ଟ ଦଳ ପାଇଁ ଚୟନ କମିଟିର ବୈଠକର ଦେଢ ଘଣ୍ଟା ପୂର୍ବରୁ ମୋ ସହ ଯୋଗାଯୋଗ କରାଯାଇଥିଲା। ଏହା ପୂର୍ବରୁ ଟି-୨୦ ଦଳର ଅଧିନାୟକ ଛାଡିବା ପରେ ମୋ ସହ କୌଣସି ଅଧିକାରୀ ଯୋଗାଯୋଗ କରିନଥିଲେ। ମୁଖ୍ୟ ଚୟନକର୍ତ୍ତା ମୋ ସହିତ କେବଳ ଟେଷ୍ଟ ଦଳକୁ ନେଇ ଆଲୋଚନା କରିଥିଲେ। ଏଥିରେ ଆମେ ସହମତ ଥିଲୁ। ତେବେ ଆଲୋଚନା ଶେଷରେ ମୋତେ ଜଣାଇ ଦିଆଗଲାଯେ, ମୁଁ ଦିନିକିଆ ଦଳର ଅଧିନାୟକ ରହିବି ନାହିଁ। ମୁଁ ଏହା ଉପରେ କହିଥିଲି ଠିକ ଅଛି, କୌଣସି କଥା ନାହିଁ। ତେବେ ବିସିସିଆଇ କୋହଲିଙ୍କର କଥାକୁ ସଂପୂର୍ଣ୍ଣ ରୂପେ ଖଣ୍ଡନ କରିଛି।

Leave A Reply

Your email address will not be published.