ଗୋଟିଏ ରାତିରେ କଲା ୨୦ ଲକ୍ଷ ଟଙ୍କା ରୋଜଗାର,କିଏ ଏହି ୧୮ ବର୍ଷୀୟ ଯୁବକ ?

0

Get real time updates directly on you device, subscribe now.

ଅଷ୍ଟ୍ରେଲିଆରେ ରହୁଥିବା ଜଣେ ଯୁବକ ମାତ୍ର ୧୮ ବର୍ଷ ବୟସରେ କ୍ରିପଟୋକରେନ୍ସି ମାଧ୍ୟମରେ ଜଣେ କୋଟିପତି ହୋଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି | ଏହି ବ୍ୟକ୍ତିଙ୍କ ନାମ ହେଉଛି ସ୍ୟାମୁଏଲ ସ୍ନେଲ ଏବଂ ସେ ଗୋଲଡ କୋଷ୍ଟରେ ରୁହନ୍ତି | ବର୍ତ୍ତମାନ ସେ ‘ କ୍ରିପଟୋ ଗଡ଼ସ’ ନାମକ ଗୋଟିଏ ଘରୋଇ ଗ୍ରୁପର ଆରମ୍ଭ କରିଛନ୍ତି, ଯେଉଁଥିରେ ସେ ଲୋକମାନଙ୍କୁ କ୍ରିପଟୋରେ ବିନିଯୋଗ କରିବାର କୌଶଳ ଶିଖାଉଛନ୍ତି |

ସ୍ୟାମୁଏଲଙ୍କ ଏହି ଗ୍ରୁପ ଅଷ୍ଟ୍ରେଲିଆର ସବୁଠାରୁ ବଡ଼ ପ୍ରାଇଭେଟ କ୍ରିପଟୋ ଗ୍ରୁପ ଅଟେ, ଯେଉଁଥିରେ ୩୦୦୦ରୁ ଅଧିକ ସଦସ୍ୟ ମଧ୍ୟ ଅଛନ୍ତି | ଏହାସହିତ ସ୍ୟାମୁଏଲ ନିଜ ଟିକଟକ ଆକାଉଣ୍ଟରେ ମଧ୍ୟ କ୍ରିପଟୋ କରେନ୍ସିକୁ ନେଇ ଅନେକ ଭିଡିଓ ସେୟାର କରିଥାନ୍ତି | ଏଥିରେ ସେ କହିଥାନ୍ତି ଯେ ଲୋକମାନେ କ୍ରିପଟୋରେ କିପରି ବିନିଯୋଗ କରିବା ଉଚିତ | ଏହାସହିତ ନିଜ ବିଷୟରେ ମଧ୍ୟ କୁହନ୍ତି ଯେ କିପରି ସେ କ୍ରିପଟୋ ମାଧ୍ୟମରେ କୋଟି କୋଟି ଟଙ୍କା ରୋଜଗାର କରିଛନ୍ତି |

କୁହାଯାଉଛି ଯେ କ୍ରିପଟୋକରେନ୍ସି, ଯେପରି ବିଟକଏନ ଏବଂ ଏଥେରିୟମ, ଡିଜିଟାଲ ମୁଦ୍ରାର ଗୋଟିଏ ରୂପ ଅଟେ, ଯାହାକୁ ଜିନିଷ ଏବଂ ସେବାଗୁଡିକୁ କିଣିବା ପାଇଁ ବ୍ୟବହାର କରାଯାଇଥାଏ | କିନ୍ତୁ ମୂଲ୍ୟ ବଢିଲେ ଏହାର ଆଦାନ-ପ୍ରଦାନ ମଧ୍ୟ କରାଯାଇଥାଏ, ଯେପରିକି ଅଧିକ ଲାଭ ରୋଜଗାର କରାଯାଇପାରିବ |

ଦ ସନର ରିପୋର୍ଟ ଅନୁଯାୟୀ, ସ୍ୟାମୁଏଲ କହିଛନ୍ତି ଯେ ସେ ସବୁବେଳେ ଏହି କଥା ଦୃଷ୍ଟି ଦେଇଥାନ୍ତି ଯେ ମାର୍କେଟରେ ଏହି ସମୟରେ କଣ ଚାଲିଛି | ସେ ପୁରା ପ୍ଲାନିଂ ସହିତ ଏଥିରେ ଇନଭେଷ୍ଟ କରନ୍ତି | ସେ କହିଛନ୍ତି, “ଥରେ ମୁଁ ଗୋଟିଏ ସପ୍ତାହରେ ୧୫ ଲକ୍ଷ ଟଙ୍କାରୁ ଅଧିକ ରୋଜଗାର କରିଥିଲି, ଯାହାପରେ ମୁଁ ନିଜ ସାଙ୍ଗମାନଙ୍କୁ ଫ୍ରି ହଲିଡେ ଟ୍ରିପକୁ ନେଇଥିଲି |” ସେହିପରି ସ୍ୟାମୁଏଲଙ୍କ ଏହା ମଧ୍ୟ ଦାବି ରହିଛି ଯେ ଏମିତି ମଧ୍ୟ ଗୋଟିଏ ସୁଯୋଗ ଆସିଥିଲା, ଯେତେବେଳେ ଗୋଟିଏ ରାତିରେ ହିଁ ସେ ୨୦ ଲକ୍ଷ ଟଙ୍କାର ଲାଭ କରିଥିଲେ |

ସେ କହିଛନ୍ତି, ” ମୁଁ କ୍ରିପଟୋରୁ ରୋଜଗାର କରିଥିବା ଟଙ୍କାରେ ଦୁଇଟି ମର୍ସିଡିଜ ଗାଡି କିଣିଦେଇଛି | ଯେଉଁଥିରୁ ଗୋଟିଏର ମୂଲ୍ୟ ୨ କୋଟି ୬୫ ଲକ୍ଷ ଟଙ୍କା ଅଟେ | ଏହାସହିତ ରଲେକ୍ସର ଗୋଟିଏ ଡାଇମଣ୍ଡ ୱାଚ ମଧ୍ୟ କିଣିଛନ୍ତି |”

ସ୍ୟାମୁଏଲ ଟିକଟକରେ ନିଜର ଗୋଟିଏ ଭିଡିଓରେ କହିଛନ୍ତି ଯେ “ମୁଁ ୨୦୧୪ରେ କ୍ରିପଟୋରେ ଇନଭେଷ୍ଟ କରିବା ଆରମ୍ଭ କରିଥିଲି | ସେହି ସମୟରେ ମୋ ଶିକ୍ଷକ ମତେ କହୁଥିଲେ ଯେ କ୍ରିପଟୋ ଉପରେ ନିଜର ସମୟ ବର୍ବାଦ କରିବା ବନ୍ଦ କର | ଏହାସହିତ ମତେ ମୋର କିଛି ସାଙ୍ଗ ମଧ୍ୟ ଚିଡାଉଥିଲେ | କିନ୍ତୁ ମୁଁ ଆଜି ସବୁଠାରୁ ବଡ଼ ଘରୋଇ କ୍ରିପଟୋ ଗ୍ରୁପର ମାଲିକ ଅଟେ |”

Leave A Reply

Your email address will not be published.