ଦେଖନ୍ତୁ ଭିଡ଼ିଓ : କମେଣ୍ଟ ମାରିବା ପଡ଼ିଲା ମହଙ୍ଗା,ବଡ଼ ଭଉଣୀଙ୍କୁ କମେଣ୍ଟ ମାରିବାରୁ ଦୁଇ ରୋମିଓଙ୍କୁ ଗୋଡେଇ ଗୋଡେଇ ପିଟିଲା ସାନ ଭଉଣୀ
ମହାରାଷ୍ଟ୍ରର ଔରଙ୍ଗାବାଦ ସହରରୁ ଏକ ଏଭଳି ଭିଡ଼ିଓ ସମ୍ନାକୁ ଆସିଛି ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭାଇରାଲ ହେବାରେ ଲାଗିଛି। ପ୍ରକୃତରେ ଏଠାରେ କମେଣ୍ଟ ମାରିବାକୁ କେନ୍ଦ୍ର କରି ରାସ୍ତା ମଝିରେ ରୋଡ଼ ରୋମିଓକୁ ଗୋଡ଼ାଇ ଗୋଡ଼ାଇ ଜଣେ ଯୁବତୀ ପିଟିଛନ୍ତି।
ଏହି ଘଟଣା ମୁତାବିକ ଔରଙ୍ଗାବାଦର ସୂତାନଗରୀ ଛକ ନିକଟରେ ଦୁଇ ବାଇକ ଆରୋହି ଜଣେ ଯୁବତୀଙ୍କୁ ଅଟକାଇ ତାଙ୍କୁ ଅସଦାଚରଣ କରିଥିଲେ। ଏହି ସମୟରେ ଯୁବତୀଙ୍କର ସାନ ଭଉଣୀ ସେଠାରେ ପହଞ୍ଚି ଦୁଇ ରୋଡ଼ ରୋମିଓଙ୍କୁ ଗାଳି କରିବା ସହିତ ପିଟିବା ଆରମ୍ଭ କରିଥିଲେ।
ତେବେ ଯୁବତୀଙ୍କର ସାହସୀକତା ଦେଖି ଜଣେ ଯୁବକ ବାଇକ ଛାଡ଼ି ପଳାଇଥିବା ସମୟରେ ଅନ୍ୟଜଣେ ଯୁବତୀଙ୍କର ହାବୁଡ଼ରେ ପଡିଯାଇଥିଲେ। ତାପରେ ସେଠାରେ ଯୁବତୀଙ୍କ ସାନ ଭଉଣୀଙ୍କର ଉଗ୍ରରୂପ ଦେଖିବାକୁ ମିଳିଥିଲା। ଏହି ଯୁବତୀ ଧରାପଡିଥିବା ଯୁବକଙ୍କୁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ।
ତେବେ ହୋହାଲ୍ଲା ଶୁଣି ସେଠାରେ ବହୁତ ଲୋକ ରୁଣ୍ଡ ହୋଇଯାଇଥିଲେ। କିଛିଲୋକ ଏହି ଘଟଣାର ଭିଡ଼ିଓ ରେକର୍ଡ କରିବାକୁ ଲାଗିଥିଲେ। କ୍ୟାମେରାରେ ରେକର୍ଡ ହୋଇଥିବା ଏହି ସବୁ ଦୃଶ୍ୟ ଇଣ୍ଟରନେଟରେ ଅପଲୋଡ଼ ହେବାପରେ ଏହା ବହୁତ ଭାଇରାଲ ହେଉଅଛି। ଏଥିସହ ଲୋକମାନେ ଯୁବତୀ ଦେଖାଇଥିବା ସାହସ ପାଇଁ ଲୋକମାନେ ତାଙ୍କର ଖୁବ ପ୍ରଶଂସା ମଧ୍ୟ କରୁଛନ୍ତି।