ଅଧିନାୟକ ପଦରୁ ହଟିବା ପରେ ଶେଷରେ ପାଟି ଖୋଲିଲେ ବିରାଟ କୋହଲି,ଦିନିକିଆର ଅଧିନାୟକ ହୋଇ ରହିବାକୁ ଚାଁହୁଥିଲେ କିନ୍ତୁ ସିଲେକ୍ଟର୍ସ ନିଜର ରାଜ…ଜାଣନ୍ତୁ କଣ କଣ କହିଲେ !
ଦିନିକିଆ ଦଳରୁ ହଟାଇବା ପରେ ବିରାଟ କୋହଲି ପ୍ରଥମଥର ପାଇଁ ପ୍ରେସ କନ୍ଫରେନ୍ସ ସାମ୍ନାକୁ ଆସିଛନ୍ତି। ଜଣାଇଦେଉଛୁ କି, କାଲି ଡ଼ିସେମ୍ବର 16 ତାରିଖ ଦିନ ଭାରତ ଦକ୍ଷିଣ ଆଫ୍ରିକା ଗସ୍ତ କରିବ। ଯେଉଁଠାରେ ଭାରତକୁ 3ଟି ଦିନିକିଆ ଓ 3ଟି ଟେଷ୍ଟ ଖେଳିବାକୁ ହେବ। ଟେଷ୍ଟ ସିରିଜର ଆରମ୍ଭ ଡ଼ିସେମ୍ବର 26 ତାରିଖରେ ହେବାକୁ ଯାଉଛି। ବିରାଟ କୋହଲି କହିଛନ୍ତି କି, ସେ ଦିନିକିଆ, ଟେଷ୍ଟ ସିରିଜ ଖେଳିବେ ଓ କୌଣସି ଆରାମ ମାଗିବେନାହିଁ। କୋହଲି ସଫା ସଫା କହିଲେ କି, ସାଉଥ ଆଫ୍ରିକାରେ ସେ ଦିନିକିଆ ଖେଳିବାକୁ ପ୍ରସ୍ତୁତ ରହିଛନ୍ତି। ମୋ ବିଷୟରେ ଯାହା ଖବର ଶୁଣିବାକୁ ମିଳୁଛି ତାହା ସମ୍ପର୍ଣ୍ଣ ଭାବରେ ଭୁଲ ଅଟେ। ଯେତେବେଳେ ଟେଷ୍ଟ ଟିମ ପ୍ରସ୍ତୁତ କରାଯାଉଥିଲା ସେତେବେଳେ ସିଲେକ୍ଟର୍ସ ମୋତେ କହିଥିଲେ, ଦିନିକିଆ ଦଳରୁ ଅଧିନାୟକ ପଦରୁ ମୋତେ ହଟାଇ ଦିଆଯାଇଛି ଓ ଏହା ପରଠାରୁ କୌଣସି ଆଲୋଚନା ହୋଇନାହିଁ।
ବିରାଟ କୋହଲିଙ୍କ ଏହି ବୟାନ ଚମକାଇ ଦେଲା:-
ବିରାଟ କୋହଲି କହିଥିଲେ, ଯେତେବେଳେ ସେ t-20 ଅଧିନାୟକ ପଦ ଛାଡ଼ିଥିଲେ ସେତେବେଳେ ସେ ତାଙ୍କ ତରଫରୁ ଏହା କହିଥିଲେ। କିନ୍ତୁ ସେ ଦିନିକିଆ ଓ ଟେଷ୍ଟ ଟିମରେ ଅଧିନାୟକ କରିବାକୁ ଚାହୁଁଥିଲେ କିନ୍ତୁ ଚୟନକର୍ତା ଅଲଗା ନିଷ୍ପତ୍ତି ନେଇଥିଲେ ଯାହାକି ମୁଁ ଗ୍ରହଣ କରୁଛି।
କୋହଲି କହିଲେ- ରୋହିତ ଶର୍ମାଙ୍କ ସହିତ କୌଣସି ସମସ୍ୟା ନାହିଁ:-
ଦିନିକିଆ ଦଳରୁ ଅଧିନାୟକ ପଦରୁ ହଟିବା ପରେ କୋହଲି କହିଥିଲେ, ମୁଁ କାରଣ ବୁଝିପାରୁଛି। ବିସିସିଆଇ ତାର୍କୀକ ଦୃଷ୍ଟିକୋଣରୁ ଏହି ଫଇସଲା ନେଇଛନ୍ତି। ମୋର ଓ ରୋହିତ ଶର୍ମାଙ୍କ ମଧ୍ୟରେ କୌଣସି ସମସ୍ୟା ନାହିଁ। କୋହଲି ଏହାମଧ୍ୟ ଆଉଥରେ କହିଥିଲେ କି, ତାଙ୍କର କୌଣସି ବି ଫଇସଲା ଟିମକୁ ନୀଚ ଦେଖାଇବା ଉପରେ ନୁହେଁ। ରୋହିତ ଶର୍ମା ଆହତ କାରଣରୁ ଟେଷ୍ଟ ସିରିଜରେ ଉପଲବ୍ଧ ରହିବେନାହିଁ। ଏହାକୁ ନେଇ କୋହଲି କହିଥିଲେ, ରୋହିତଙ୍କ ଅନୁପସ୍ଥିତି ଅନୁଭଵ ହେବ।
ଅଧିନାୟକ ଭାବରେ କୋହଲିଙ୍କ ରେକର୍ଡ଼:-
ବିରାଟଙ୍କ ନେତୃତ୍ବରେ ଭାରତୀୟ ଟିମ 95 ମ୍ୟାଚରୁ 65 ବିଜୟ ସହିତ 27 ପରାଜୟ ହାସଲ କରିଛି। ଗୋଟିଏ ମ୍ୟାଚ ଟାଇ ରହିଥିବା ବେଳେ ଦୁଇଟି ମ୍ୟାଚର ଫଳାଫଳ ମିଳିପାରିନାହିଁ। କିନ୍ତୁ ସେ ନିଜର ଅଧିନାୟକତାରେ ଭାରତକୁ କୌଣସି ଆଇସିସି ଟ୍ରଫି ଜିତାଇ ନାହାଁନ୍ତି। 2017 ଚାମ୍ପିୟନ୍ସ ଟ୍ରଫି ଫାଇନାଲ ମ୍ୟାଚରେ ଭାରତ ପାକିସ୍ତାନ ଠାରୁ ହାରି ଯାଇଥିଲା। ସେହିପରି t-20 ବିଶ୍ୱକପ ମ୍ୟାଚରେ ପାକିସ୍ତାନ ଭାରତକୁ 10 ଉଇକେଟରେ ହରାଇ ଦେଇଥିଲା। ସେ ପାକିସ୍ତାନ ଠାରୁ ବିଶ୍ୱକପରେ ମାତ୍ ଖାଇବାରେ ପ୍ରଥମ ଭାରତୀୟ ଅଧିନାୟକ ଅଟନ୍ତି।
କୋହଲି ଅଟନ୍ତି ଶାନଦାର ବ୍ୟାଟ୍ସମ୍ୟାନ:-
ଭାରତୀୟ ଅଧିନାୟକ ବିରାଟ କୋହଲି ଦୁନିଆର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ମାନଙ୍କ ମଧ୍ୟରୁ ଏକ ଅଟନ୍ତି। ସେ ବହୁତ ତାବଡ଼ତୋଡ଼ ବ୍ୟାଟିଂ କରିଥାନ୍ତି। ତିନୋଟି ଫର୍ମାଟରେ 50 ରୁ ଉର୍ଦ୍ଧ୍ବ ମ୍ୟାଚ ଜିତିବାରେ ସେ ପ୍ରଥମ କ୍ରିକେଟର ଅଟନ୍ତି। ତାଙ୍କର ଫ୍ୟାନ୍ସ ତାଙ୍କୁ ଚେସ ମାଷ୍ଟର କହିଥାନ୍ତି। କୋହଲି ଭାରତ ପାଇଁ 95 ଟେଷ୍ଟରୁ 7801 ରନ ବନାଇଛନ୍ତି। 254 ଦିନିକିଆରୁ 12169 ରନ ଓ 95 t-20 ମ୍ୟାଚରୁ 3227 ରନ କରିସାରିଛନ୍ତି। ସବୁ ଫର୍ମାଟରେ ତାଙ୍କର ବ୍ୟାଟିଂ ଆଭରେଜ 50 ରୁ ଉର୍ଦ୍ଧ୍ବ ରହିସାରିଛି।