ଭାରତୀୟ କ୍ରିକେଟରେ ଚାଲୁଥିବା ବିବାଦ ନେଇ ମୁହଁ ଖୋଲିଲେ କ୍ରୀଡା ମନ୍ତ୍ରୀ, ବିରାଟଙ୍କୁ ଦେଲେ ଚେତାବନୀ,ଆଉ କହିଲେ ଏମିତି କଥା ..

0

Get real time updates directly on you device, subscribe now.

ଭାରତୀୟ କ୍ରିକେଟରେ ଚାଲୁଥିବା ବିବାଦ ବର୍ତ୍ତମାନ ଦାଣ୍ଡରେ ପଡି ହାଟରେ ଗଡିବାକୁ ବସିଲାଣି। ଦିନକୁ ଦିନ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ମଧ୍ୟରେ ଚାଲିଥିବା ବିବାଦ ଧୀରେ ଧୀରେ ବଢିବାରେ ଲାଗିଲାଣି। ଦୁଇ ଖେଳାଳିଙ୍କ ମଧ୍ୟରେ କିଛି ମତଭେଦ ରହିଛି ବୋଲି କଳ୍ପନା ଜଳ୍ପନା ଚାଲିଥିବା ବେଳେ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ମୁହଁ ଖୋଲିଛନ୍ତି।

ପରୋକ୍ଷ ଭାବରେ ସେ ବିରାଟଙ୍କୁ ଚେତାବନୀ ଦେଇ କହିଛନ୍ତିଯେ ଖେଳଠାରୁ ବଡ କେହି ନୁହଁନ୍ତି। ଖେଳାଳିଙ୍କ ମଧ୍ୟରେ କ’ଣ ଘଟୁଛି ମୁଁ କୌଣସି ସୂଚନା ଦେଇ ପାରିବି ନାହିଁ। ଏହା ସେମାନଙ୍କ ସହ ଜଡିତ ଆସୋସିଏସନ କିମ୍ବା ଅନୁଷ୍ଠାନର ଦାୟିତ୍ୱ ଅଟେ। ସେ ଉପରେ ସୂଚନା ଦେବା ଠିକ ହେବ।

ଏହି ପ୍ରସଙ୍ଗରେ ଇନ୍ସାଇଡ ସ୍ପୋର୍ଟକୁ ଦେଇଥିବା ଏକ ସାକ୍ଷାତକାରରେ ବିସିସିଆଇର ଜଣେ ଅଧିକାରୀ କହିଛନ୍ତିଯେ ବିରାଟ ଦିନକିଆ ଅଧିନାୟକତ୍ୱରୁ ବରଖାସ୍ତକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି। ପରିବାର ସହ ସମୟ ବିତାଇବା ପାଇଁ ସେ ଦିନକିଆ ସିରିଜରୁ ବାହାରକୁ ଯିବାକୁ ନିଷ୍ପତ୍ତି ନେଇଛନ୍ତି, କିନ୍ତୁ ଏଠି କେହି ଛୋଟ ପିଲା ନୁହନ୍ତିଯେ, ସହଜରେ କେହି ଜାଣିପାରିବେନି। ଯାହା ଘଟୁଅଛି ତାହା ଆଦୌ ଗ୍ରହଣୀୟ ନୁହେଁ।

Leave A Reply

Your email address will not be published.