ରାତି ୧୦ଟା ପରେ ବିବାହ ପ୍ରସେସନରେ ଡିଜେ ସାଉଣ୍ଡ ଓ ବାଣ ଫୁଟାଇବା ଉପରେ କଟକଣା। କମିଶନରେଟ୍ ପୋଲିସ କଟକଣା କଡାକଡି କଲା। ପୂର୍ବରୁ ଏହି ନିୟମ ବଳବତ୍ତର ରହିଥିଲେ ମଧ୍ୟ ଏହି ନିୟମକୁ ରାଜଧାନୀବାସୀ ଫୁ କରିଦେଉଛନ୍ତି। ବର୍ତ୍ତମାନ ନିୟମ ଉଲଂଘନ କରିଲେ ଶକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ। ରାତି ୧୦ଟା ପରେ ଡିଜେ ସାଉଣ୍ଡ ଅବାଦ୍ଧରେ ବଜାଯାଉଛି। ରାସ୍ତାଘାଟରେ ମଧ୍ୟ ବାଣ ଫୁଟାଯାଉଛି। ଏ ବିଷୟରେ ବାରମ୍ବାର ଅଭିଯୋଗ ଆସିଲା ପରେ କମିଶନରେଟ ପୋଲିସ ଆକ୍ସନ ମୋଡକୁ ଆସିଛି।
ଯଦି କୌଣସି ସ୍ଥାନରେ କଟକଣାକୁ ଉଲଂଘନ ହେଉଥିବାର ନଜରକୁ ଆସେ ତେବେ ଜଣାଇବାକୁ କମିଶନରେଟ ପୋଲିସ ତରଫରୁ କୁହାଯାଇଛି। ଡିସିପି କାର୍ଯ୍ୟାଳୟର ଲ୍ୟାଣ୍ଡଲାଇନ ନମ୍ବର କିମ୍ବା ୧୧୨କୁ କଲ କରି ଜଣାଇବାକୁ ଭୁବନେଶ୍ବରର ଡିସିପି କହିଛନ୍ତି। କମିଶନରେଟ ପୋଲିସ ତରଫରୁ ଜାରି କରାଯାଇଥିବା ନମ୍ବରଟି ହେଉଛି ୦୬୭୪୨୫୪୦୨୯୪ ।
ତେବେ ବରିଷ୍ଠ ନାଗରିକ, ପ୍ରସୂତୀ ମହିଳା, ଛୋଟ ପିଲାଙ୍କୁ ଦୃଷ୍ଟିରେ ରଖି ଏହିଭଳି କଟକଣା ଜାରି କରାଯାଇଛି ବୋଲି ଭୁବନେଶ୍ବର ଡିସିପି ଏହି ବିଷୟରେ ସୂଚନା ଦେଇଛନ୍ତି।