ଭାରତରେ ଏଵେ ବିବାହର ସିଜନ ଚାଲୁଅଛି|ଏହି ସମୟରେ ବରକନ୍ୟା ନିଜର ବିବାହକୁ ସ୍ମରଣଯୋଗ୍ୟ କରିବାକୁ କିଛି ଛାଡୁ ନାହାଁନ୍ତି|ଆଜିକାଲି ବିବାହରେ ଗ୍ରାଣ୍ଡ ଏଣ୍ଟ୍ରି ର ଚଳନ ରହିଛି|ଏପରି କରିବା ଗୋଟିଏ କପଲକୁ ଭାରି ପଡିଗଲା ଓ ଵଡ ଦୁର୍ଘଟଣାର ଶିକାର ହୋଇଗଲା|ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି|
ମାମଲା ଛତିଶଗଡ଼ର ରାଜଧାନୀ ରାୟପୁରର ଅଟେ|ଭାଇରାଲ ଭିଡିଓରେ ଆପଣ ଦେଖିପାରିବେ ଯେ ବରକନ୍ୟାର ଗ୍ରାଣ୍ଡ ଏଣ୍ଟ୍ରି ନେଵା ଚକ୍କରରେ ଗୋଟିଏ ଝୁଲାରେ ବସିଛନ୍ତି|ବରକନ୍ୟା ଗୋଲ ରିଙ୍ଗ ଭଳି ନିର୍ମିତ ଝୁଲାରେ ବସିକି ଏଣ୍ଟ୍ରି ନେଵାକୁ ଯାଉଥିଲେ କିନ୍ତୁ ଅଚାନକ ଦୋଳିର ରସି ଛିଣ୍ଡି ଯାଏ ଓ ଦୁହେଁ ଷ୍ଟେଜରେ ୧୨ ଫୁଟ ଉଚ୍ଚତାରୁ ତଳେ ଖସି ପଡନ୍ତି|ଯଦିଓ ଭଗବାନଙ୍କ କୃପାରୁ କାହାକୁ ଅଧିକ ଆଘାତ ହୋଇନାହିଁ|
ଯେଉଁ ସମୟରେ ଏହି ଦୁର୍ଘଟଣା ଘଟିଥିଲା ତାକୁ ଦେଖି ବରକନ୍ୟାର ପରିବାର ଲୋକ ବହୁ ଡରିଥିଲେ|ଯେମିତି ଦୋଳିର ରସି ଛିଣ୍ଡିଲା ବିବାହ ସମାରୋହରେ ହଲଚଲ ମଚିଗଲା|ରାୟପୁର ଥାନା କ୍ଷେତ୍ରର ତେଲିବାନ୍ଧାରେ ଗୋଟିଏ ହୋଟେଲରେ ଏହି ବିବାହ ହେଉଥିଲା|ଗୋଟିଏ ଇଭେଣ୍ଟ କମ୍ପାନୀ ବରକନ୍ୟାଙ୍କର ଗ୍ରାଣ୍ଡ ଏଣ୍ଟ୍ରି ଓ ବିବାହ ସମାରୋହର ଦାୟିତ୍ଵ ଦିଆଯାଇଥିଲା|ଶନିବାର ଦିନ ଵିଵାହ ସମୟରେ ଷ୍ଟେଜରେ ଅତିଶବାଜୀ ଚାଲୁଥିଲା ଓ ବରକନ୍ୟାଙ୍କର ଗ୍ରାଣ୍ଡ ଏଣ୍ଟ୍ରିରେ ନାଚ କରୁଥିଲେ|
ଦେଖନ୍ତୁ ଭିଡିଓ:
Unfortunate accident at Raipur Wedding yesterday.
Thank God all are safe.
source : https://t.co/yal9Wzqt2f pic.twitter.com/ehgu4PTO8f— Amandeep Singh 💙 (@amandeep14) December 12, 2021
ଭିଡିଓରେ ଦେଖିପାରିବେ ଯେ ଦୋଳିରେ ଯେପରି ବରକନ୍ୟାର ଏଣ୍ଟ୍ରି ହୋଇଥିଲା ଓ ତାଙ୍କୁ କ୍ରେନ ଜରିଆରେ ଉପରକୁ ଉଠାଗଲା|ଏସମୟରେ ଦୋଳିର ଗୋଟିଏ ରସି ଅଚାନକ ଛିଣ୍ଡି ଗଲା|ଏହାପରେ ଵରକନ୍ୟା ୧୨ ଫୁଟ ଉଚ୍ଚତାରୁ ଷ୍ଟେଜରେ ପଡିଲା|ଏହାପରେ ସମାରୋହରେ ହାହାକାର ମଚିଗଲା|ଲୋକମାନେ ମଞ୍ଚ ଆଡ଼କୁ ଦୈଡିଲେ|ଯଦିଓ ଵରକନ୍ୟାକୁ ହାଲକା ଚୋଟ ଲାଗିଲା ଓ ବିବାହ ସମାରୋହ କାର୍ଯ୍ୟକ୍ରମ ଅଧାଘଣ୍ଟା ପରେ ପୂରଣ ହେଲା|