କାନ୍ଦୁଥିଲା ମାସକର ଛୁଆଟି,ସହି ପାରିଲିନି ମାଆ,କାନ୍ଥରେ ମୁଣ୍ଡ ପିଟି କଲା ହ-ତ୍ୟା !

0

Get real time updates directly on you device, subscribe now.

ଜଣେ ମା ପାଇଁ ତା ଛୁଆ ପୁରା ଦୁନିଆ ଅଟେ|ସେ ତାର ଖୁସି ପାଇଁ କିଛିବି କରିପାରେ|ମା ନିଜର ଛୁଆର ଆଖିରେ ବୁନ୍ଦାଏ ଲୁହ ଦେଖିପାରେ ନାହିଁ|ଯଦି ଛୁଆ କାନ୍ଦେ ସେ ରାତିସାରା ଜାଗ୍ରତ ହୋଇ ଚୁପ କରାଏ|ଯଦି ଛୁଆ ଟିକିଏ ବେମାର ପଡେ ସେ ଶହଶହ ଡାକ୍ତରଙ୍କୁ ଦେଖାଏ|ଦିନରାତି ଛୁଆର ସେବାପାଇଁ ସେ ଲାଗିପଡେ|

କିନ୍ତୁ ଆଜି ମୁଁ କଳିଯୁଗର ଏମିତି ମା ସହ ମିଳେଇବାକୁ ଯାଉଛି ଯିଏ ନିଜର ଛୁଆର କାନ୍ଦରେ ଏତେ ରାଗିଲା ଫଳରେ ତା ମୁଣ୍ଡକୁ କାନ୍ଥରେ ପିଟି ହତ୍ୟା କଲେ|ମହିଳାଙ୍କ ବୟସ ୨୧ ବର୍ଷ ଓ ତାଙ୍କ ୪୫ ବର୍ଷୀୟ ପ୍ରେମି ରହିଛି|ଚାଲନ୍ତୁ ଜାଣିବା:

ଏହି ଆଶ୍ଚର୍ଯ୍ୟର ଘଟଣା ୯ ଡିସେମ୍ବରର ଅଟେ|ଜଣେ ୨୧ ବର୍ଷୀୟ ମା ନିଜର ୨୭ ଦିନର ଛୁଆ କାନ୍ଦିବାରୁ ବହୁ ହଇରାଣ ହେଉଥିଲା|ଛୁଆ ସମୟ ପୂର୍ବରୁ ଜନ୍ମ ହୋଇଥିଲା|ଏଥିପାଇଁ ସେ ସବୁବେଳେ କାନ୍ଦୁଥିଲା|ମା ଛୁଆର କାନ୍ଦପାଇ ବହୁ ଚିନ୍ତିତ ଥିଲେ|ଏମିତିରେ ଗଲା ଗୁରୁବାର ଦିନ ଯେତେବେଳେ ଛୁଆ ଅଧିକ କାନ୍ଦିଲା ମା ତା ମୂଣ୍ଡକୁ କାନ୍ଥରେ ପିଟି ଦେଲା|

କାନ୍ଥରେ ମୁଣ୍ଡ ପିଟି ହେବାରୁ ଛୁଆର ଅବସ୍ଥା ବିଗିଡି ଗଲା|ତାକୁ ଅପରାହ୍ନ ୧୧ ଟାରେ ହସ୍ପିଟାଲରେ ଭର୍ତ୍ତି କରାଗଲା|ଡାକ୍ତର ଦେଖାଇବା ପରେ ଛୁଆକୁ ଘରକୁ ଅଣାଗଲା|କିନ୍ତୁ ଦିନରେ ପୁଣି ଛୁଆର ଅବସ୍ଥା ଅସମ୍ଭାଳ ହୋଇଗଲା|ଫଳରେ ତାକୁ ଆଉଥରେ ହସ୍ପିଟାଲ ନିଆଗଲା, ଯେଉଁଠାରେ ସେ ଦମ ଭାଙ୍ଗିଲା ଓ ମୃତ୍ୟୁ ହୋଇଥିଲା|

ଏହି ଘଟଣାର ପର୍ଦ୍ଧାଫାଶ ସେତେବେଳେ ହୋଲା ଯେତେବେଳେ ଆଶ୍ରମ ଚଳାଉଥିବା ଫାଦର ଜେଜି ଥୋମାସ ବୟାନ ଦେଇ ପୋଲିସରେ ମାମଲା ଦର୍ଜ କରିଥିଲେ|ଆରୋପୀ ମହିଳା ଏହି ଆଶ୍ରମର ରୋଷେଇ ଘରେ କାମ କରେ|ତାର ୪୫ ବର୍ଷୀୟ ପ୍ରେମି ରହିଛି ଯିଏ ଏହି ଆଶ୍ରମମରେ କାମ କରେ|୧୦ ଡିସେମ୍ଵରରେ ଛୁଆର ପୋଷ୍ଟମର୍ଟମ ହେଲା ଫଳରେ ଡାକ୍ତର ପୋଲିସକୁ କହିଲା ଯେ ଛୁଆର ମୁଣ୍ଡରେ ଆହତ ଚିହ୍ନ ରହିଛି|

ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ପୋଲିସ ଛୁଆର ମାତାପିତାଙ୍କୁ ପଚରାଉଚରା କଲା |ଏଥିରେ ଜଣାଗଲା ଯେ ମହିଳା ଓ ତା ପ୍ରେମୀ ମଧ୍ୟରେ ଫୋନରେ ସମ୍ପର୍କ ହୋଇଥିଲା|ଯେଵେ ପ୍ରେମ ହେଲା ସେବେଠାରୁ ଦୁହେଁ ଆଶ୍ରମରେ ରହିଲେ|ମହିଳାଙ୍କ ପ୍ରେମୀ ପ୍ରଥମରୁ ବିବାହିତ|

ପୋଲିସ ଯେତେବେଳେ ପଚରାଉଚରା କଲା ସେତିକିବେଳେ ସେ ମୁଣ୍ଡକୁ କାନ୍ଥରେ ପିଟି ହତ୍ୟା କରିଥିବା କଥା ସ୍ୱୀକାର କରିଥିଲେ|ସେ କହିଲା ଯେ ଛୁଆ ବେମାର ଯୋଗୁଁ ରାତିସାରା କାନ୍ଦିବା ଫଳରେ ସେ ତଙ୍ଗ ହୋଇଥିଲା|ଫଳରେ ରାଗରେ ଏହା କଲା|ମହିଳାଙ୍କୁ ପୋଲିସ ଛୁଆର ହତ୍ୟା ଘଟଣାରେ ଗିରଫ କରିଛି|

Leave A Reply

Your email address will not be published.