ପ୍ରଥମେ ପ୍ରେଗ୍ନେଣ୍ଟ ଗାର୍ଲଫ୍ରେଣ୍ଡକୁ ମାରିଲା, ତାପରେ ଲାଇଭ ଯାଇ ପୂର୍ବ ସ୍ତ୍ରୀକୁ ହତ୍ୟା କଲା, ତାପରେ ନିଜେ ମଧ୍ୟ ଜୀବନ ଦେଇଦେଲା,ଜାଣନ୍ତୁ ପୁରା ଘଟଣା
ଆମେରିକାର ଜଣେ ବ୍ୟକ୍ତି ପ୍ରଥମେ ନିଜର ପ୍ରେଗ୍ନେଣ୍ଟ ଗାର୍ଲଫ୍ରେଣ୍ଡକୁ ମାରିଦେଲା | ଫେସବୁକ ଲାଇଭରେ ଏହାର ଖୁଲାସା କଲା ଏବଂ ତାପରେ ପୂର୍ବ ସ୍ତ୍ରୀକୁ ଗୁଳି ମାରି ହତ୍ୟା କରିବାପରେ ନିଜେ ମଧ୍ୟ ନିଜର ଜୀବନ ଦେଇଦେଲା | ବାଲ୍ଟିମୋରରେ ରହୁଥିବା ବ୍ୟକ୍ତି ଶନିବାର ଦିନ ଏହି ହୃଦୟ ବିଦାରକ ଘଟଣା ଘଟାଇଛନ୍ତି | ପୋଲିସ ତିନିଟିଯାକ ଶବକୁ ଉଦ୍ଧାର କରିଛି | ବ୍ୟକ୍ତିଜଣକ ମେଡିକାଲ ଫିଲଡ ସହିତ ଯୋଡି ହୋଇଥିଲା, କିନ୍ତୁ କିଛି ସମୟ ପୂର୍ବରୁ ହସ୍ପିଟାଲ ତାଙ୍କୁ ଚାକିରିରୁ ବାହାର କରି ଦେଇଥିଲା |
‘ସବୁ କିଛି ସ୍ୱପ୍ନ ପରି ଲାଗୁଛି’ :-
ଡେଲିମେଲର ରିପୋର୍ଟ ଅନୁଯାୟୀ, ୪୪ ବର୍ଷୀୟ ରାଜାଈ ବ୍ଲାକ ଶନିବାର ଦିନ ଫେସବୁକ ଲାଇଭରେ ସ୍ୱୀକାର କରିଛନ୍ତି ଯେ ସେ କିଛି ସମୟ ପୂର୍ବରୁ ହିଁ ନିଜର ପୂର୍ବ ପ୍ରେମିକା ତାରା ଲାବାଙ୍ଗଙ୍କ ହତ୍ୟା କରିଥିଲେ ଏବଂ ପରବର୍ତ୍ତୀ ନମ୍ବର ତାଙ୍କ ପୂର୍ବ ସ୍ତ୍ରୀର ଅଟେ | ବ୍ଲାକ ଫେସବୁକ ଲାଇଭ ସମୟରେ କହିଛି, ‘ମୁଁ ଏଇ କିଛି ସମୟ ପୂର୍ବରୁ ନିଜର ପୂର୍ବ ଗାର୍ଲଫ୍ରେଣ୍ଡଙ୍କ ମୁଣ୍ଡରେ ଗୁଳି ମାରିଛି, ସବୁକିଛି ସ୍ୱପ୍ନ ପରି ଲାଗୁଛି | ମୁଁ କେବେ ଭାବିନଥିଲି ଯେ ମୁଁ ଏମିତି ଜଣେ ବ୍ୟକ୍ତି ହେବି |’
ସ୍ତ୍ରୀକୁ କହିଲା ଡିପ୍ରେସନର କାରଣ :-
ପୂର୍ବ ସ୍ତ୍ରୀକୁ ମାରିବା ପୂର୍ବରୁ ବ୍ଲାକ କହିଥିଲେ ଯେ, ‘ମୁଁ ଜେଲ ଯାଇପାରିବି ନାହିଁ, ତେଣୁ ଯିଏ ବି ମୋ ଡିପ୍ରେସନର କାରଣ ତାକୁ ଶେଷ କରିବାକୁ ଯାଉଛି ଏବଂ ସେ ହେଉଛି ମୋ ପୂର୍ବ ସ୍ତ୍ରୀ | ଏହାପରେ ମୁଁ ମୋ ଜୀବନକୁ ମଧ୍ୟ ଶେଷ କରିଦେବି |’ ଭିଡିଓ ଫୁଟେଜରେ ଏହା ମଧ୍ୟ ରେକର୍ଡ ହୋଇଛି ଯେ ବ୍ଲାକ ନିଜର ପୂର୍ବ ସ୍ତ୍ରୀ ଘରେ ପହଞ୍ଚନ୍ତି ଏବଂ କଥା ହୋଇ ହୋଇ ଗୁଳି ଚଳାଇ ଦିଅନ୍ତି | ପୋଲିସ ସେହି ଘରୁ ଦୁଇଟିଯାକ ଡେଡ଼ବଡିକୁ ଉଦ୍ଧାର କରିଛି |ଦୁହିଁଙ୍କ ପିଲା ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଅଛନ୍ତି |
ପିଲାମାନଙ୍କୁ ବାହାରକୁ ବାହାର କରିଦେଇଥିଲା :-
ରିପୋର୍ଟ ଅନୁଯାୟୀ, ଯେତେବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଲା, ସେତେବେଳେ ମୃତ କପଲଙ୍କ ପିଲାମାନଙ୍କୁ ଘର ବାହାରେ ଠିଆ ହୋଇଥିବା କାରରେ ପାଇଲା | ତେଣୁ କୁହାଯାଉଛି ଯେ ବ୍ଲାକ ଏହି ଘଟଣା ଘଟାଇବା ପୂର୍ବରୁ ପିଲାମାନଙ୍କୁ ବାହାରକୁ ଯିବାକୁ କହିଥିବ | ଏହି କଥା ମଧ୍ୟ ସାମ୍ନାକୁ ଆସିଛି ଯେ ବ୍ଲାକଙ୍କ ପୂର୍ବ ସ୍ତ୍ରୀ ସହିତ ଅନେକ ମାମଲାକୁ ନେଇ ବିବାଦ ଚାଲିଥିଲା, ଯେଉଁଥିରେ ପିଲାମାନଙ୍କ କଷ୍ଟଡି ମଧ୍ୟ ସାମିଲ ରହିଛି | ରାଜାଈ ବ୍ଲାକଙ୍କ ସାଙ୍ଗମାନେ କହିଛନ୍ତି ଯେ ତାଙ୍କର ପୂର୍ବ ସ୍ତ୍ରୀ ସହିତ ବିବାଦ ନିଶ୍ଚିତ ଭାବରେ ରହିଥିଲା, କିନ୍ତୁ କେହି ବି ଜାଣିନଥିଲେ ଯେ କଥା ଏଯାଏଁ ପହଞ୍ଚିଯିବ |
ଏହି କାରଣରୁ ଝଗଡା ଚାଲିଥିଲା :-
ବ୍ଲାକ ଗୋଟିଏ ହସ୍ପିଟାଲରେ ନର୍ସ ଭାବରେ କାମ କରୁଥିଲେ | ଏଠାରେ ହିଁ ତାଙ୍କର ନିଜ ଏକ୍ସ ୱାଇଫ ଏବଂ ଏକ୍ସ ଗାର୍ଲଫ୍ରେଣ୍ଡ ସହିତ ଭେଟ ହୋଇଥିଲା | ତେବେ କିଛି ସମୟ ପୂର୍ବରୁ ତାଙ୍କୁ ଚାକିରିରୁ ବାହାର କରାଯାଇଥିଲା | ବ୍ଲାକ University of Maryland Medical System ଉପରେ ଭୁଲ ଭାବରେ ଚାକିରିରୁ ବାହାର କରି ଦେଇଥିବାର ଅଭିଯୋଗ କରି କହିଥିଲେ ଯେ ସେ ଜଣେ ଡାକ୍ତରଙ୍କ ଡ୍ରଗ୍ସ ବ୍ୟବହାରର ଖୁଲାସା କରିଥିଲେ, ଯେଉଁ କାରଣରୁ ତାଙ୍କୁ ଚାକିରିରୁ ବାହାର କରି ଦିଆଗଲା | କୁହାଯାଉଛି ଯେ ଚାକିରୀ ଚାଲିଯିବା ଏବଂ ଦୁଇ ମହିଳାଙ୍କ ସହିତ ଠିକରେ ସମ୍ପର୍କ ନ ରହିବା କାରଣରୁ ବ୍ଲାକ ଡିପ୍ରେସନରେ ଥିଲା ଏବଂ ଏହି କାରଣରୁ ସେ ଏହି ହୃଦୟ ବିଦାରକ ଘଟଣା ଘଟାଇଦେଲେ |