ଦକ୍ଷିଣ ଆଫ୍ରିକା ଟୁରରେ ଭାରତୀୟ ଦଳ ସହିତ ଏହି ଖେଳାଳିକୁ ଯିବାପାଇଁ କେହି ବି ଅଟକାଇ ପାରିବେ ନାହିଁ ! ୫ଟି ମ୍ୟାଚରୁ ମାରିଛନ୍ତି ୪ଟି ଶତକ !

0

Get real time updates directly on you device, subscribe now.

ଟିମ ଇଣ୍ଡିଆ ଏହି ମାସରେ ଟେଷ୍ଟ ଓ ଦିନିକିଆ ସିରିଜ ଖେଳିବା ପାଇଁ ଦକ୍ଷିଣ ଆଫ୍ରିକା ଗସ୍ତ କରିବ। ଏହାପୂର୍ବରୁ ଭାରତରେ ଘରୋଇ ଟୁର୍ଣ୍ଣାମେଣ୍ଟ ବିଜୟ ହଜାରେ ଟ୍ରଫି ଚାଲୁଛି ଓ ଏହି ତୁର୍ଣ୍ଣାମେଣ୍ଟରେ ବହୁତ ଯୁବା ଖେଳାଳି ଭଲ ପ୍ରଦର୍ଶନ ସହିତ ଭାରତୀୟ ଦଳରେ ସ୍ଥାନ ବନାଇବାକୁ ଯାଉଛନ୍ତି।

ଋତୁରାଜ ମାରିଲେ ଚତୁର୍ଥ ଶତକ:-

ବଢ଼ିଆ ଫର୍ମରେ ଚାଲୁଥିବା ଋତୁରାଜ ଗାଇକୱାଦ ଚଳିତ ସିଜିନରେ 4ଟି ଶତକ ସହ ବିଜୟ ହଜାରେ ଟ୍ରଫି ଗ୍ରୁପ-ଡ଼ି ମ୍ୟାଚରେ ଚଣ୍ଡୀଗଡ଼କୁ ପାଞ୍ଚ ଉଇକେଟକୁ ହରାଇଥିଲା କିନ୍ତୁ ନକଆଉଟ ପାଇଁ କ୍ବାଲିଫାଏ କରିବା ପାଇଁ ଅସଫଳ ରହିଲା। କେରଳ(୦.୯୭୪), ମଧ୍ୟପ୍ରଦେଶ(୦.୪୮୫), ମହାରାଷ୍ଟ୍ର(.104) ସହ 16 ପଏଣ୍ଟରେ ରହିଥିଲେ। ନେଟ ରନରେଟ କମ ଥିବା ଯୋଗୁଂ ବାହାର ହୋଇଥିଲା। ସେପଟେ କେରଳ ଉତ୍ତରାଖଣ୍ଡକୁ 86 ବଲ ଥାଇ ହରାଇବା ପରେ ସିଧା କ୍ୱାର୍ଟର ଫାଇନାଲ ଖେଳିବାରେ ସକ୍ଷମ ହୋଇଥିଲେ। କେରଳର ସାମ୍ନା ଡ଼ିସେମ୍ବର 22 ତାରିଖରେ ଜୟପୁର ଠାରେ ସେନା ସହିତ ହେବ।

5ଟି ମ୍ୟାଚରେ 4ଟି ଶତକ:-

ମହାରାଷ୍ଟ୍ର ଓ ଚେନ୍ନାଇ ସୁପର କିଙ୍ଗସର ସଲାମୀ ବ୍ୟାଟ୍ସମ୍ୟାନ ଋତୁରାଜ ଗାଇକୱାଦ ଏହି ବିଜୟ ହଜାରେ ଟ୍ରଫିରେ 5ଟି ମ୍ୟାଚରୁ 4ଟି ଶତକ ମାରିଥିଲେ। ଏହାପୂର୍ବରୁ ଆଇପିଏଲ 2021 ରେ ସେ 635 ରନ ବନାଇ ଅରେଞ୍ଜ କ୍ୟାପ ହୋଲଡ଼ର ରହିଥିଲେ। ଗାଇକୱାଦ ଯୋଗେଶ ନାହାର ସହିତ ପ୍ରଥମ ଉଇକେଟ ଭାଗିଦାରୀରେ 109 ରନ ବନାଇ ଟିମକୁ ଶାନଦାର ପ୍ରାରମ୍ଭ ଦେଇଥିଲେ। ମାହାରାଷ୍ଟ୍ର ଏହାପରେ 22 ରନ ଭିତରେ 4ଟି ଉଇକେଟ ହରାଇଥିଲା, ଯେଉଁଥିପାଇଁ 24 ଓଭର ବେଳକୁ ସ୍କୋର 4 ଉଇକେଟରେ 131 ରନ ହୋଇଗଲା। ବାମହାତୀ ଅଲରାଉଣ୍ଡର କାଜି ଏହାପରେ ଅଧିନାୟକଙ୍କ ସହିତ 139 ରନ ଯୋଡି ଦଳକୁ ଲକ୍ଷ୍ୟ ପାଖରେ ପହଞ୍ଚାଇ ଥିଲେ। ଗାଇକୱାଦ ଏହାପୂର୍ବରୁ 136, 154 ଓ 124 ରନର ପାଳି ଖେଳି ଶତକ ହ୍ୟାଟ୍ରିକ ଲଗାଇଥିଲେ। ସେ ସିଜିନରେ 150.7 ଆଭରେଜରେ 603 ରନ ବନାଇଥିଲେ। ସେ ବିରାଟ କୋହଲି, ପାଡ଼ିକଲ ଓ ପୃଥ୍ୱୀ ସଙ୍କ ଶ୍ରେଣୀରେ ସାମିଲ ହୋଇଗଲେ। ଯେଉଁମାନେ ଗୋଟିଏ ସିଜିନରେ ଚାରୋଟି ଶତକ ବନାଇଥିଲେ।

ଦକ୍ଷିଣ ଆଫ୍ରିକା ଟୁର ପାଇଁ ରଖିଲେ ଦାବି:-

ଋତୁରାଜ ନିଜର ପ୍ରଦର୍ଶନ ବଳରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳରେ ସିଲେକ୍ସନ ପକ୍କା କରିଥିଲେ। ଏମିତି ଲାଗୁଛି ସିଲେକ୍ଟର୍ସ ଏବେ ଋତୁରାଜଙ୍କୁ ନଜର ଅନ୍ଦାଜ କରି ପାରିବେନାହିଁ।

Leave A Reply

Your email address will not be published.