ବର୍ତ୍ତମାନ ବ୍ୟାଙ୍କ ଗୁଡିକ ନିଜର ଉପଭୋକ୍ତାମାନଙ୍କୁ ବିଭିନ୍ନ ପ୍ରକାର ସହାୟତା ଯୋଗାଇ ଦେଉଛି। ତେବେ ଏହା ସହ ଯଦି ଆପଣଙ୍କର କୌଣସି ପେନ୍ସନ ବ୍ୟବସ୍ଥା ଜଡ଼ିତ ରହିଛି ତାହା ମଧ୍ୟ ବ୍ୟାଙ୍କ ସହ ମିଶି ଆପଣଙ୍କୁ ସମସ୍ତ ସୁବିଧା ଯୋଗାଇ ଦେଉଛି। ଆପଣ ଯଦି ଏଲଆଇସିର ଜଣେ ଉପଭୋକ୍ତା। ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ରହିଛି। ଆପଣ ପାଇପାରିବେ ଲାଇଫଟାଇମ ପେନସନ ସରଲ ପେନ୍ସନ ଯୋଜନା ମାଧ୍ୟମରେ। ସରଲ ପେନ୍ସନ୍ ସ୍କିମ ପାଇଁ ସର୍ବନିମ୍ନ ବୟସ ୪୦ ବର୍ଷ ଏବଂ ସର୍ବାଧିକ ବୟସ ୮୦ ବର୍ଷ ହେବା ଉଚିତ।ଏହା ସହ ଏଲଆଇସି ପଲିସି ହୋଲ୍ଡର୍ସ ଭାରତୀୟ ନାଗରିକ ହେବା ଉଚିତ। ଭାରତୀୟ ଜୀବନ ବୀମା ନିଗମ ଅନୁସାରେ, ପଲିସିଧାରୀମାନେ ଦୁଇଟି ଅପ୍ସନରୁ କୌଣସି ଗୋଟିଏ ଏନ୍ୟୁଟି ବା ଏମାଉଣ୍ଟକୁ ବାଛିପାରିବେ।
ଏହି ଏଲଆଇସି ସରଲ ପେନସନ ଯୋଜନା କ’ଣ ଜାଣନ୍ତୁ:-
ଲାଇଫ ଇନସୁରାନ୍ସ କର୍ପୋରେସନ ଅଫ ଇଣ୍ଡିଆ ସରଲ ପେନ୍ସନ ଯୋଜନା ଆରମ୍ଭ କରିଛି, ଯାହାକି ସିଙ୍ଗିଲ ପ୍ରିମିୟମରେ ଜୀବନ ସାରା ପେନ୍ସନକୁ ପ୍ରଦାନ କରୁଥିବା ଏକ ଯୋଜନା ଅଟେ। ଯଦି ଆପଣ ମଧ୍ୟ ଏହି ଯୋଜନାର ଲାଭ ଉଠାଇବାକୁ ଚାହୁଁଛନ୍ତି। ତେବେ ଏହା ବିଷୟରେ ଜାଣିବା ଆପଣମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ, ଯେଉଁଥିରେ ଆପଣ ଜାଣିବେ ଏହି ଯୋଜନାରେ ସିଙ୍ଗଲ ପ୍ରିମିୟମ ଦେବା ପରେ ଆପଣ ସାରା ଜୀବନ ପାଇଁ କେତେ ଟଙ୍କା ପେନ୍ସନ ପାଇବେ। ଏହା ସହ, ଆପଣ ଏହି ଯୋଜନାର ଅନ୍ୟାନ୍ୟ ଲାଭ ବିଷୟରେ ମଧ୍ୟ ସୂଚନା ପାଇପାରିବେ।
ସରଲ ପେନ୍ସନ୍ ସ୍କିମ୍ ହେଉଛି IRDAI (ଇନ୍ସ୍ୟୁରାନ୍ସ ରେଗୁଲେଟୋରୀ ଆଣ୍ଡ୍ ଡେଭେଲୋପମେଣ୍ଟ ଅଥରିଟି ଅଫ୍ ଇଣ୍ଡିଆ)ର ନିୟମ ଅନୁସାରେ ଏକ ତୁରନ୍ତ ପ୍ରତିରକ୍ଷା ଯୋଜନା ବା ଇମିଡିଏଟ ଇମ୍ୟୁନିଟି ପ୍ଲାନ। ଯେଉଁଥିପାଇଁ ଜଣେ ଉପଭୋକ୍ତାଙ୍କ ବୟସ ସର୍ବନିମ୍ନ ବୟସ ୪୦ ଏବଂ ସର୍ବାଧିକ ବୟସ ୮୦ ବର୍ଷ ହେବା ଉଚିତ। ଏହା ସହ ପଲିସିହୋଲ୍ଡର୍ସ ଭାରତୀୟ ନାଗରିକ ହେବା ଦରକାର। ଭାରତୀୟ ଜୀବନ ବୀମା ନିଗମ ଅନୁସାରେ, ପଲିସିହୋଲ୍ଡର୍ସ ଏହାର ଦୁଇଟି ଅପ୍ସନ ମଧ୍ୟରୁ ଯେକୌଣସି ଗୋଟିଏ ଏନ୍ୟୁଟିକୁ ବାଛିପାରିବେ। ଏହା ସହ,ସରଲ ପେନ୍ସନ ସ୍କିମ ଆରମ୍ଭ ହେବାର ୬ ମାସ ପରେ ଲୋନ ମଧ୍ୟ ନେଇପାରିବେ।
ତେବେ ଏହା ମଧ୍ୟରେ ଆପଣଙ୍କୁ କିଛି ଅପ୍ସନ ମଧ୍ୟ ମିଳିଯିବ, ଯାହାର ନାମ ହେଉଛି ଲାଇଫ ଆନ୍ୟୁଟି ଉଇଥ ରିଟର୍ଣ୍ଣ ଅଫ ପରଚେସ ପ୍ରାଇସ। ଏହି ପ୍ଲାନ ଅନୁସାରେ ପେନସନରେ ମିଳୁଥିବା ଟଙ୍କା କେବଳ ଜଣେ ବ୍ୟକ୍ତିଙ୍କୁ ହିଁ ପ୍ରଦାନ କରାଯିବ। ସେହି ପେନସନ ହୋଲଡରଙ୍କ ମୃତ୍ୟୁ ପରେ, ବେସ ପ୍ରାଇସ ବା ରହିଥିବା ଟଙ୍କା ପେନସନ ହୋଲ୍ଡରଙ୍କ ନୋମିନିଙ୍କୁ ଦିଆଯିବ।
ଏହାପରେ ଆସୁଛି ଜଏଣ୍ଟ ଲାଇଫ ପ୍ଲାନ:-
ଜଏଣ୍ଟ ଲାଇଫ ପ୍ଲାନ ମୁତାବିକ ଉଭୟ ସ୍ୱାମୀ-ସ୍ତ୍ରୀ ଏହି ଯୋଜନା ସହ ଜଡିତ ହୋଇ ରହିପାରିବେ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରୁ ଯିଏ ଅଧିକ ସମୟ ପର୍ଯ୍ୟନ୍ତ ବଞ୍ଚିବ ତାଙ୍କୁ ସେ ପର୍ଯ୍ୟନ୍ତ ପେନ୍ସନର ରାଶି ମିଳିବ। ସ୍ୱାମୀଙ୍କ ମୃତ୍ୟୁ ପରେ ପତ୍ନୀଙ୍କୁ ସମ୍ପୂର୍ଣ୍ଣ ଭାବରେ ପେନସନ ଯୋଗାଇ ଦିଆଯିବ।
ସେହିଭଳି ପତ୍ନୀଙ୍କ ମୃତ୍ୟୁ ପରେ ସ୍ୱାମୀଙ୍କୁ ମଧ୍ୟ ସମ୍ପୂର୍ଣ୍ଣ ରୂପରେ ପେନସନ ଦିଆଯିବ। ପେନସନ ରାଶିରୁ କିଛି ଟଙ୍କା ମଧ୍ୟ କଟିବ ନାହିଁ। ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ ପରେ ପେନସନର ସମସ୍ତ ଟଙ୍କା ତାଙ୍କ ନାମରେ ଥିବା ନୋମିନିଙ୍କୁ ମିଳିବ।
ତେବେ ବର୍ତ୍ତମାନ ଜାଣନ୍ତୁ ଏହି ପ୍ଲାନର ଫାଇଦା କେମିତି ଉଠାଇବେ:-
– ପ୍ରଥମେ ଆପଣ ଏହି ଯୋଜନାଗୁଡିକ ଉଭୟ ଅନଲାଇନ ଏବଂ ଅଫଲାଇନରେ କିଣି ପାରିବେ।
– ଆପଣ ଏହାକୁ http://www.licindia.in ୱେବସାଇଟରୁ ମଧ୍ୟ ଅନଲାଇନରେ କିଣିପାରିବେ।
– ଏହି ଯୋଜନାରେ ମିନିମମ ଆନ୍ୟୁଟି ୧୨୦୦୦ ଟଙ୍କା।
– ସର୍ବନିମ୍ନ କ୍ରୟ ମୂଲ୍ୟ ବା ମିନିମମ ପର୍ଚେସ ପ୍ରାଇସ ନିର୍ଭର କରିବ ଆନୁଆଲ ମୋଡ, ବଛା ଯାଇଥିବା ଅପ୍ସନ ଓ ପଲିସି ହୋଲ୍ଡରଙ୍କ ବୟସ ଉପରେ।
– ଯୋଜନାରେ ପର୍ସେଚ ପ୍ରାଇସର କୌଣସି ଲିମଟ ନାହିଁ ।
– ୪୦ ବର୍ଷରୁ ୮୦ ବର୍ଷର ଲୋକମାନେ ଏହି ଯୋଜନାକୁ କିଣିପାରିବେ।
– ଯଦି ଆପଣ ମାସିକ ପେନସନର ଲାଭ ଉଠାଇବାକୁ ଚାହାଁନ୍ତି, ତେବେ ମାସରେ ଅତି କମରେ ଏକ ହଜାର ଟଙ୍କା ଆପଣଙ୍କୁ ବିନିଯୋଗ କରିବାକୁ ପଡ଼ିବ।
– ସେହିଭଳି ତ୍ରୈମାସିକ ପେନ୍ସନ ପାଇଁ ଅତିକମରେ ଆପଣଙ୍କୁ ୩ ହଜାର ଟଙ୍କା ଏକ ମାସରେ ବିନିଯୋଗ କରିବାକୁ ପଡିବ।ଏହିପରି ଭାବରେ ଆପଣ ଲାଇଫ ଟାଇମ ପେନସନ ପାଇପାରିବେ।