ବେକାର ଯୁବକ ଯୁବତୀମାନଙ୍କ ପାଇଁ ଆସିଛି ଚାକିରିର ସୁଯୋଗ। ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡରେ ଚାକିରି ଖୋଜୁଛନ୍ତି କି? ତେବେ ଆପଣଙ୍କ ପାଇଁ ଖୁସି ଖବର ଅଛି। ଯଦି ଆପଣ ଏଠାରେ ଚାକିରି କରିବାକୁ ଚାହୁଁଚନ୍ତି ତେବେ ତୁରନ୍ତ ଆବେଦନ କରନ୍ତୁ। ଆଇଓସିଏଲରେ ଖାଲିପଡିଛି ଟେକ୍ନିସିଆନ ଏବଂ ଟ୍ରେଡ ଆପରଣ୍ଟିସ ୩୦୦ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଗ୍ରହଣ କରୁଛନ୍ତି। ଇଚ୍ଛା କରୁଥିବା ଏବଂ ଯୋଗ୍ଯ ପ୍ରାର୍ଥୀ ଏହାର ଅଫିସିଆଲ ୱେବସାଇଟକୁ ଯାଇ iocl.com କୁ ଯାଇ ଅନଲାଇନରେ ଆବେଦନ କରିପାରିବେ।
ଜାରି ହୋଇଥିବା ନୋଟିଫିକେସନ ଅନୁସାରେ, ଆବେଦନ ପ୍ରକ୍ରିୟା ଅନଲାଇନ ମାଧ୍ୟମରେ ୧୦ ଡିସେମ୍ବର ୨୦୨୧ ଠାରୁ ଆରମ୍ଭ ହୋଇ ଆବେଦନ ପ୍ରକ୍ରିୟା ୨୫ ଡିସେମ୍ବର ୨୦୨୧ରେ ଶେଷ ହେବ। ଇଚ୍ଛା କରୁଥିବା ପ୍ରାର୍ଥୀ ଆବେଦନ କରିବା ପୂର୍ବରୁ ଭଲ ଭାବରେ ନୋଟିଫିକେସନ ପଢନ୍ତୁ। ଅଫିସିଆଲ ୱେବସାଇଟକୁ ଯାଇ ଫର୍ମ ପୂରଣ କରିବା ସମୟରେ କୌଣସି ପ୍ରକାର ଭୁଲ କରନ୍ତୁ ନାହିଁ। ଏହି ସମୟରେ ଯଦି କୌଣସି ଭୁଲ ହୁଏ, ତେବେ ଫର୍ମକୁ ରଦ୍ଦ କରିଦିଆଯିବ।
ପଦବୀ ପାଇଁ ବିବରଣୀ: ୩୦୦
ଟ୍ରେଡ ଅପାରଣ୍ଟିସ: ୧୦୩
ଟେକ୍ନିସିଆନ ଅପାରଣ୍ଟିସ: ୫୫
ଟ୍ରେଡ ଅପାରଣ୍ଟିସ୍(ସେଲ୍ସ ଆସୋସିଏଟ୍): ୧୦
ଟ୍ରେଡ ଅପାରଣ୍ଟିସ୍ ଆକାଉଣ୍ଟ: ୧୨୨
ଡାଟା ଏଣ୍ଟ୍ରି ଅଫିସର: ୧୦
ମାସିକ ଦରମା:-
୪୦ ହଜାର ଟଙ୍କାରୁ ଆରମ୍ଭ କରି ୧,୪୦,୦୦୦ ଟଙ୍କା।
ଜରୁରୀ ତାରିଖ:-
ଆବେଦନ କରିବାର ଶେଷ ତାରିଖ ୨୫ ଡିସେମ୍ବର ୨୦୨୧। ପରୀକ୍ଷା ୯ ତାରିଖ ଜାନୁଆରୀ ୨୦୨୨ ରହିଥିବା ବେଳେ ଡକ୍ୟୁମେଣ୍ଟ ଭେରିଫିକେସନ ୧୭ ତାରିଖ ଜାନୁଆରୀ ରହିଛି।
ଶିକ୍ଷାଗତ ଯୋଗ୍ୟତା:-
ମାନ୍ୟତାପ୍ରାପ୍ତ ଭାରତୀୟ ବିଶ୍ୱବିଦ୍ୟାଳୟରୁ ରସାୟନ ବିଜ୍ଞାନ କିମ୍ବା ଅନ୍ୟ କୌଣସି ବିଷୟରେ ମାଷ୍ଟର ଡିଗ୍ରୀ କରିଥିବା ଜରୁରୀ ଅଟେ। ଆଉ ବିଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ଶିକ୍ଷାଗତ ଯୋଗ୍ୟତା ନିର୍ଦ୍ଧାରଣ କରାଯାଇଛି। ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟକୁ ଯାଇ ଆପଣ ଚେକ କରିପାରିବେ।
ବୟସର ସୀମା:-
ପ୍ରାର୍ଥୀମାନଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ ୨୪ ବର୍ଷ ହେବା ଜରୁରୀ ଅଟେ।
ଆବେଦନ ଶୁଳ୍କ:-
ଏହିସବୁ ପଦବୀରେ ଆବେଦନ କରିବା ପାଇଁ କୌଣସି ପ୍ରକାର ଶୁଳ୍କ ଦେବାକୁ ପଡିବ ନାହିଁ।
ଚୟନ ପ୍ରକ୍ରିୟା:-
ଏହି ପଦରେ ଚୟନ ପ୍ରକ୍ରିୟା ଲିଖିତ ପରୀକ୍ଷା ଅନୁସାରେ କରାଯିବ।
ଏହିପରି କରନ୍ତୁ ଆବେଦନ:
– ପ୍ରଥମେ ଅଫିସିଆଲ ୱେବସାଇଟକୁ ଯାଆନ୍ତୁ।
– ଅଫିସିଆଲ ୱେବସାଇଟକୁ ଯିବା ପରେ ଏପ୍ଲାଏ ଲିଙ୍କ ଉପରେ କ୍ଲିକ କରନ୍ତୁ।
– ସେଠାରେ ନିଜର ବ୍ଯକ୍ତିଗତ ବିବରଣୀ ଭରି ସବମିଟ କରନ୍ତୁ।
– ଫର୍ମର ଏକ ଫଟୋ କପି ନିଜ ପାଖରେ ରଖିଦିଅନ୍ତୁ।
ଏହି ବିଷୟରେ ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ:
https://ioclsrmd.onlinereg.in/kali1121reg/Home.aspx
https://ioclsrmd.onlinereg.in/kali1121reg/Images/Advertisement_1121.pdf
https://iocl.com/