ଖେଳ ଖବର : ଆହତ ଯୋଗୁଁ ରୋହିତ ଶର୍ମା ଟେଷ୍ଟ ଦଳରୁ ପଡ଼ିଲେ ବାଦ, ବର୍ତ୍ତମାନ କିଏ ହେବ ଭାରତୀୟ ଦଳର ଉପ-ଅଧିନାୟକ !

0

Get real time updates directly on you device, subscribe now.

ଦକ୍ଷିଣ ଆଫ୍ରିକା ଗସ୍ତରେ ଟେଷ୍ଟ ସିରିଜ ଖେଳିବାକୁ ଯିବା ପୂର୍ବରୁ ଭାରତୀୟ ଦଳକୁ ବହୁତ ବଡ଼ ଝଟକା ଲାଗିଛି। ଭାରତୀୟ ଓପନର ରୋହିତ ଶର୍ମା ହ୍ୟାମଷ୍ଟ୍ରିଙ୍ଗ କାରଣରୁ ସିରିଜରୁ ବାଦ ହୋଇଯାଇଛନ୍ତି। ଏବେ ଭାରତୀୟ କ୍ରିକେଟ ବୋର୍ଡ଼ ରୋହିତଙ୍କ ସ୍ଥାନରେ ପ୍ରିୟଙ୍କ ପାଂଚଳଙ୍କୁ ଦଳରେ ସାମିଲ କରିଛନ୍ତି।

ବର୍ତ୍ତମାନ ବୋର୍ଡ଼ ଦଳର ଉପ-ଅଧିନାୟକ ଘୋଷିତ କରିନାହିଁ। ରୋହିତ ଫିଟ ଥିବାବେଳେ ତାଙ୍କୁ ସାଉଥ ଆଫ୍ରିକା ବିପକ୍ଷରେ ଟେଷ୍ଟରେ ଉପ-ଅଧିନାୟକ ପଦ ଦିଆଯାଇଥିଲା।

ବିସିସିଆଇ ନିଜର ବିଜ୍ଞପ୍ତି ସମୟରେ କହିଥିଲା, ଭାରତୀୟ ଉପ-ଅଧିନାୟକ ରୋହିତ ଶର୍ମା ମୁମ୍ବାଇରେ ପ୍ରଶିକ୍ଷଣ ସମୟରେ ହ୍ୟାମଷ୍ଟ୍ରିଙ୍ଗରେ ଆହତ ହୋଇଥିଲେ। ସେ ଆଗାମୀ 3 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଦଳରୁ ବାହାରି ସାରିଛନ୍ତି ଓ ତାଙ୍କ ସ୍ଥାନରେ ପ୍ରିୟଙ୍କ ପାଂଚଳଙ୍କୁ ସ୍ଥାନ ଦିଆଯାଇଛି।

ରାହାଣେଙ୍କୁ ଦିଆଯିବ ଦାୟିତ୍ବ:-

ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ବର୍ତ୍ତମାନ କିଏ ଉପ-ଅଧିନାୟକ ପଦ ସମ୍ଭାଳିବ ଏହାକୁ ନେଇ ବଜାର ଗରମ ରହିଛି। ଏମିତିରେ ଅଧିକ ଅନୁଭବ କାରଣରୁ ଆଜିଙ୍କ୍ୟ ରାହାଣେଙ୍କୁ ଦଳର ଅଧିନାୟକ ପଦ ମିଳିବା ସମ୍ଭାବ୍ୟ ରହିଛି। ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ତାଙ୍କୁ ଅଧିନାୟକ ପଦ ମିଳିଥିଲା କିନ୍ତୁ ଦୁଇଟି ପାଳିରେ ଖରାପ ପ୍ରଦର୍ଶନ କାରଣରୁ ତାଙ୍କ ଠାରୁ ଦଳର ଉପ-ଅଧିନାୟକ ପଦ ଛଡ଼ାଇ ନିଆଯାଇଥିଲା।

ଆଜିଙ୍କ୍ୟ ରାହାଣେ ଏହିବର୍ଷ 12 ଟେଷ୍ଟରୁ 19.25 ଆଭରେଜରେ 411 ରନ ବନାଇଛନ୍ତି। ବିଦେଶରେ ରାହାଣେଙ୍କ ପ୍ରଦର୍ଶନ ବହୁତ ଶାନଦାର ଅଟେ ସେ 41.71 ହାରରେ 3087 ରନ ବନାଇଛନ୍ତି ଓ ଘରୋଇ ପରିସ୍ଥିତିରେ 35.87 ଆଭରେଜ ରହିଛି।

କେଏଲ ରାହୁଲ- ପନ୍ତ ମଧ୍ୟ ଦୌଡ଼ରେ:-

ଏହାସହ ଭବିଷ୍ୟତକୁ ନଜରରେ ରଖି ରାହୁଲ ଓ ପନ୍ତଙ୍କୁ ଏହି ପଦର ଭାର ଦିଆଯାଇପାରେ, ଭାରତୀୟ t-20 ଦଳର ଉପ-ଅଧିନାୟକ ବର୍ତ୍ତମାନ ରାହୁଲ କରୁଥିବା ବେଳେ ପଞ୍ଜାଵ କିଙ୍ଗସ ତରଫରୁ ସେ ଅଧିନାୟକ ରହିବାର ଅନୁଭବ ରହିଛି।

ଉଇକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ମଧ୍ୟ ଏହି ପଦ ପାଇଁ ଦୌଡ଼ରେ ରହିଛନ୍ତି। ସେ ଦିଲ୍ଲୀ କ୍ୟାପିଟାଲସ ପାଇଁ ଚଳିତବର୍ଷ ଅଧିନାୟକ ପଦ ସମ୍ଭାଳିଥିଲେ ଓ ଦିଲ୍ଲୀକୁ ପ୍ଲେ ଅଫ ପର୍ଯ୍ୟନ୍ତ ମଧ୍ୟ ପହଞ୍ଚାଇଥିଲେ। ଏଥିସହ ଚଳିତ ଆଇପିଏଲରେ ମଧ୍ୟ ସେ ଶାନଦାର ଖେଳ ଦେଖାଇଛନ୍ତି।

ଭାରତର ଲକ୍ଷ୍ୟ ହେଉଛି ସାଉଥ ଆଫ୍ରିକା ମାଟିରେ ପ୍ରଥମଥର ଟେଷ୍ଟ ସିରିଜ ଜିତିବା। ଡିସେମ୍ବର 26 ତାରିଖରେ ସେଞ୍ଚୁରିଅନ ଠାରେ ପ୍ରଥମ ଟେଷ୍ଟ ଖେଳାଯିବାକୁ ଥିବାବେଳେ ଜାନୁଆରୀ 3-7 ଦ୍ବିତୀୟ ଟେଷ୍ଟ ଓ 11-15 ତୃତୀୟ ଟେଷ୍ଟ କେପ ଟାଉନରେ ଆୟୋଜିତ ହେବ।

ଭାରତୀୟ ଦଳ:-

ବିରାଟ କୋହଲି(ଅଧିନାୟକ), କେଏଲ ରାହୁଲ, ମୟଙ୍କ ଅଗ୍ରୱାଲ, ଚେତେଶ୍ୱର ପୂଜାରା, ଆଜିଙ୍କ୍ୟ ରାହାଣେ, ପ୍ରିୟଙ୍କ ପାଞ୍ଚଳ, ଶ୍ରେୟାସ ଆୟର, ହନୁମା ବିହାରୀ, ଋଷଭ ପନ୍ତ(କିପର), ଆର ଅଶ୍ୱିନ, ଜୟନ୍ତ ଯାଦବ, ଇଶାନ୍ତ ଶର୍ମା, ମହମ୍ମଦ ଶାମି, ଉମେଶ ଯାଦବ, ଯଶପ୍ରୀତ ବୁମରା, ଶାର୍ଦୁଲ ଠାକୁର, ମହମ୍ମଦ ସିରାଜ।

Leave A Reply

Your email address will not be published.