ଏବେ ବିରାଟ କୋହଲି ମଧ୍ୟ ଦଳରୁ ଡ୍ରପ ହୋଇପାରନ୍ତି ? ଏହି ଦିଗଜ୍ଜ କହିଲେ – ନମ୍ଵର ୩ ପାଇଁ ଏହି ପ୍ଲେୟରକୁ ହେଉଛନ୍ତି ସବୁଠାରୁ ବେଷ୍ଟ !

0

Get real time updates directly on you device, subscribe now.

ଭାରତୀୟ ଦଳ ଏହି ମାସରୁ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବେ|ଭାରତୀୟ ଦଳ ପ୍ରଥମେ ଆଫ୍ରିକୀୟ ଦଳ ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ ଓ ଏହାପରେ ଦଳ ଏତିକିଟି ମଧ୍ୟ ଏକଦିବସୀୟ ମ୍ୟାଚ ଖେଳିବ|ଏହି ସିରିଜ ପୂର୍ବରୁ ଭାରତୀୟ ଘରୋଇ ଦଳର ଟୁର୍ଣ୍ଣାମେଣ୍ଟ ବିଜୟ ହଜାରେ ଟ୍ରଫିରେ ବହୁ ଯୁଵ ଖେଳାଳି ତାଗଡା ପ୍ରଦର୍ଶନ କରିଛନ୍ତି ଯେଉଁମାନେ ଦକ୍ଷିଣ ଆଫ୍ରିକା ଗସ୍ତରେ ଦଳରେ ସ୍ଥାନ ପାଇପାରନ୍ତି|ଏଥିମଧ୍ୟରେ ଭାରତୀୟ ଦଳର ପୂର୍ବତନ ଦିଗ୍ଗଜ ବୋଲର ଦିଲ୍ଲୀପ ଭେଙ୍ଗସରକାର ସେହି ଖେଳାଳୀଙ୍କ ନାମ କହିଛନ୍ତି ଯିଏ ୩ ନମ୍ଵରରେ କୋହଲିଙ୍କ‌ ସ୍ଥାନରେ ବ୍ୟାଟିଂ କରିପାରିବେ|

ଦିଲ୍ଲୀପ ଭେଙ୍ଗସରକାରଙ୍କ କହିବାନୁଯାୟୀ ଏହି ଯୁଵ ଓପନର ଋତୁରାଜ ଗାୟକୱଡକୁ ଆଗାମୀ ଦକ୍ଷିଣ ଆଫ୍ରିକା ଗସ୍ତରେ ସୁଯୋଗ ଦେବା ଆବଶ୍ୟକ ଓ ସେ ୩ ନମ୍ବରରେ ମଧ୍ୟ ବ୍ୟାଟିଂ କରିପାରିବେ|ସେ ଟାଇମ୍ସ ଅଫ ଇଣ୍ଡିଆ ସହ କଥାବାର୍ତ୍ତା ବେଳେ କହିଛନ୍ତି ଗାୟକୱଡ ୩ ନମ୍ବରରେ ମଧ୍ୟ ବ୍ୟାଟିଂ କରିପାରିବେ|ଏହି ଖେଳୀକୁ ସାମିଲ କରିବା ଆବଶ୍ୟକ|ଏଵେ ସେ ୨୪ ବର୍ଷର ଅଟେ ଓ ୨୮ ବର୍ଷ ପରେ ବାଛିବା ଯଥାର୍ଥ ନୁହେଁ|କହିରଖେ କୋହଲି ଲମ୍ବା ସମୟ ଧରି ୩ ନମ୍ବରରେ ବ୍ୟାଟିଂ କରି ଆସୁଛନ୍ତି|

ଋତୁରାଜ ଗାୟକୱଡଙ୍କ କଥା କହିବା ଯଦି ସେ ଏବେ ପୂରା ଫର୍ମରେ ଅଛନ୍ତି|ସେ ଏଵେ ହୋଇଥିବା ବିଜୟ ହଜାରେ ଟ୍ରଫିରେ ମହାରାଷ୍ଟ୍ର ତରଫରୁ ଖେଳି ହ୍ୟାଟ୍ରିକ ସେଞ୍ଚୁ୍ରୀ ମାରି ଚକିତ କରିଥିଲେ|ସେ ଶନିବାର କେରଳ ବିପକ୍ଷରେ ୧୨୯ ବଲରେ ୧୨୪ ରନର ଧୂଆଁଧାର ପାଳି ଖେଳିଥିଲେ, ଏଥିରେ ୯ ଛକା ଓ ୩ ଚୈକା ସହ ମହାରାଷ୍ଟ୍ର ନିର୍ଧାରିତ ସମୟରେ ୨୯୧ ରନ ସ୍କୋର କରିଥିଲେ|ଏହାପୂର୍ବରୁ ସେ ମଧ୍ୟପ୍ରଦେଶ ବିପକ୍ଷରେ ୧୩୬ ରନ ଓ ଛତିଶଗଡ଼ ବିପକ୍ଷରେ ଅପରାଜିତ ୧୫୪ ରନ କରିଥିଲେ|

ସେ ଏହି ୩ ପାଳିରେ ବିଜୟ ହଜାରେ ଟ୍ରଫିରେ ୪୧୪ ରନ ଯୋଡିବା ସହ ତାଙ୍କ ୱଟିଙ୍ଗ ଆଭରେଜ ୨୦୭ ଅଟେ|ସେ ନିଜର ଦମ ଫଳରେ ଆଗାମୀ ସିରିଜ ପାଇଁ ସ୍ଥାନ ପକ୍କା କରିଛନ୍ତି|ଏଭଳି ଲାଗୁଛି ଯେ ସିଲେକ୍ଟର୍ସ ତାକୁ ଅଣଦେଖା କରିବା କଷ୍ଟକର ହୋଇପଡିବ|

ଚେନ୍ନାଇ ସୁପରକିଙ୍ଗର ଯୁଵ ବ୍ୟାଟ୍ସମ୍ୟାନ୍ ଋତୁରାଜ ପୂରା ସିଜିନରେ ଧୂଆଁଧାର ବ୍ୟାଟିଂ କରି ରନ ବର୍ଷା କରିଥିଲେ|ଆଇପିଏଲ ୨୦୨୧ରେ ୧୬ ମ୍ୟାଚରୁ ୪୫.୩୫% ହାରରେ ଓ ୧୩୬.୨୬ ଷ୍ଟ୍ରାଇକ ରେଟରେ ୬୩୫ ରନ କରିବା ସହ ଅରେଞ୍ଜ କ୍ୟାପର ଦାବିଦାର ହୋଇଥିଲେ|ଏଥିରେ ସେ କ୍ୟାରିୟରର ପ୍ରଥମ ଆଇପିଏଲ ଶତକ ମଧ୍ୟ ଲଗାଇଥିଲେ|ତେଣୁ ଏଭଳି ଉତ୍ତମ ପ୍ରଦର୍ଶନ ସହ ସେ ଭାରତୀୟ ଦଳର ଭବିଷ୍ୟତ ହୋଇପାରନ୍ତି|

Leave A Reply

Your email address will not be published.