ଜାପାନୀ ଆରବପତି ମହାକାଶରୁ ସେୟାର କଲେ ପୃଥିବୀର ଟାଇମ ଲ୍ୟାପଶ ଭିଡିଓ,ଦେଖନ୍ତୁ କେମିତି ଦେଖା ଯାଉଛି ପୃଥିବୀର ଅଦ୍ଭୁତ ଦୃଶ୍ୟ !

0

Get real time updates directly on you device, subscribe now.

ଜାପାନୀ ଅରବପତି ଏବଂ ରିଟେଲ ଫ୍ୟାସନ ବ୍ରାଣ୍ଡ ଜୋଜୋ ଇଙ୍କର ଫାଉଣ୍ଡର ୟୁସାକୁ ମେଜାବା ଇଣ୍ଟରନେଶନାଲ ସ୍ପେସ ଷ୍ଟେସନରୁ ପୃଥିବୀର ଟାଇମ ଲ୍ୟାପଶ ଭିଡିଓ ଟ୍ୱିଟରରେ ସେୟାର କରିଛନ୍ତି | ମେଜାବା ଏହି ଭିଡ଼ିଓର କ୍ୟାପ୍ସନରେ ଲେଖିଛନ୍ତି, “ଏହା ପୃଥିବୀର ବିଲକୁଲ ଗୋଟିଏ ଚକ୍କର ଅଟେ |” ମେଜାବା ନିଜର ୧୨ ଦିନର ଯାତ୍ରା ଉପରେ ବୁଧବାର ଦିନ ISS ପହଞ୍ଚିଥିଲେ | ଜାପାନୀ ଅରବପତି ସହିତ ତାଙ୍କ ପ୍ରଡ୍ୟୁସର ୟୋଜୋ ହୀରାନୋ ମଧ୍ୟ ଅଛନ୍ତି |

ରୁଷ ବିମାନରେ ଯାଇଛନ୍ତି ମେଜାୱା :-

ୟୁସାକୁ ମେଜାୱା ଏବଂ ତାଙ୍କ ସହକର୍ମୀ ହିରାନୋ ମହାକାଶରେ ୧୨ ଦିନ ବିତାଇବେ | ଏହି ଦୁଇଜଣ ୨୦୦୯ ମସିହା ପରେ ମହାକାଶକୁ ଯାଇଥିବା ଏପରି ପ୍ରଥମ ପର୍ଯ୍ୟଟକ ହୋଇପାରିଛନ୍ତି, ଯେଉଁମାନେ ଏଥିପାଇଁ ଦେୟ ଦେଇଛନ୍ତି | ତେବେ ଏହି ଯାତ୍ରାରେ କେତେ ଖର୍ଚ୍ଚ ଆସିଛି, ତାକୁ ଖୁଲାସା କରାଯାଇ ନାହିଁ |

ଦୁହେଁ ରୁଷ ମହାକାଶଯାନ ଆଲେକ୍ସଜାଣ୍ଡାର ମିସୁରକିନ ସହିତ ରୁଷି ମହାକାଶଯାନ ସୋୟୁଜ ମାଧ୍ୟମରେ ଆନ୍ତର୍ଜାତୀୟ ସ୍ପେସ ଷ୍ଟେସନରେ ପହଞ୍ଚିଛନ୍ତି | ଆନ୍ତର୍ଜାତୀୟ ସ୍ପେସ ଷ୍ଟେସନ ଯିବା ପୂର୍ବରୁ ମେଜାୱା କହିଥିଲେ, ‘ମୁଁ ମହାକାଶରୁ ପୃଥିବୀକୁ ଦେଖିବାକୁ ଚାହେଁ | ମୁଁ ଭାରହୀନତା ଅନୁଭବ କରିବାର ସୁଯୋଗକୁ ଅନୁଭବ କରିବାକୁ ଚାହେଁ |’

ୟୁଟ୍ୟୁବରେ ମଧ୍ୟ ଭିଡିଓ ଅପଲୋଡ କରିବେ :-

ମେଯାୱା ନିଜର ଏହି ଯାତ୍ରାର ଭିଡିଓ ଫୁଟେଜ ୭.୯୫ ଲକ୍ଷ ଫୋଲର୍ସ ଥିବା ୟୁଟ୍ୟୁବ ଚ୍ୟାନେଲରେ ମଧ୍ୟ ଅପଲୋଡ କରିବେ | ସେ ତାଙ୍କ ପ୍ରଶଂସକମାନଙ୍କୁ ଏପରି ୧୦୦ ଟି ଜିନିଷ କହିବାକୁ କହିଥିଲେ, ଯାହା ସେ ମହାକାଶରେ କରିପାରିବେ | ଏହାସହିତ ସେ କହିଥିଲେ ଯେ ସେ ଇଣ୍ଟରନେଶନାଲ ସ୍ପେସ ଷ୍ଟେସନରେ ବ୍ୟାଡମିଣ୍ଟନ ଖେଳିବାକୁ ଯାଉଛନ୍ତି |

କୁହାଯାଉଛି ଯେ ଏହା ପୂର୍ବରୁ ଜାପାନର ଅରବପତି ମେଜାୱା ୨୦୨୩ ମସିହାରେ ଚନ୍ଦ୍ରକୁ ଯିବା ପାଇଁ ଟିକେଟ କିଣି ଚର୍ଚ୍ଚାକୁ ଆସିଥିଲେ | ସେ SpaceX ର ଚନ୍ଦ୍ର ଯାତ୍ରା ଉପରେ ମଧ୍ୟ ପ୍ରଥମ ଯାତ୍ରୀ ହେବେ | ସେ ଏହି ଯାତ୍ରାରେ ନିଜ ସହିତ ନେବା ପାଇଁ ୮ ଜଣ ଲୋକଙ୍କୁ ଖୋଜିବା ଆରମ୍ଭ କରି ଦେଇଛନ୍ତି |

Leave A Reply

Your email address will not be published.