ଟିମ ଇଣ୍ଡିଆରେ ଫାଟ ! ରୋହିତଙ୍କ ଅଧୀନରେ ଖେଳିବାକୁ ଚାହୁଁ ନାହାନ୍ତି କି କୋହଲି ? ସାଉଥ ଆଫ୍ରିକାରେ ହେବାକୁ ଥିବା ଦିନିକିଆ ସିରିଜରୁ ଫେରାଇ ନେଲେ ନାଁ !

0

Get real time updates directly on you device, subscribe now.

ଦକ୍ଷିଣ ଆଫ୍ରିକା ଟୁର ପୂର୍ବରୁ ଭାରତୀୟ ଦଳକୁ ନେଇ ବିଭିନ୍ନ ଖବର ଶୁଣିବାକୁ ମିଳୁଛି। ପ୍ରଥମେ ରୋହିତ ଶର୍ମା ଆହତ ହେବା ପରେ ବର୍ତ୍ତମାନ ବିରାଟ କୋହଲି ଦିନିକିଆ ସିରିଜରୁ ନିଜର ନାଁ ପ୍ରତ୍ୟାହୃତ କରି ନେଇଥିବା ଖବର ସାମ୍ନାକୁ ଆସିଛି। ନିକଟରେ ବିସିସିଆଇ ରୋହିତଙ୍କୁ ଦିନିକିଆ ମ୍ୟାଚ ପାଇଁ ଅଧିନାୟକ ଚୟନ କରିଥିବା ଯୋଗୁଁ ବିରାଟ ଏପରି ନିଷ୍ପତ୍ତି ନେଇଥିବାର ଖବର ଚର୍ଚ୍ଚା ଚାଲିଛି। ଟାଇମ୍ସ ଅଫ ଇଣ୍ଡିଆ ରିପୋର୍ଟ ମୁତାବିକ, ବିରାଟ କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷରେ ହେବାକୁ ଥିବା ଦିନିକିଆ ସିରିଜରୁ ଓହରି ଯାଇଛନ୍ତି। ଭାରତୀୟ ଦଳ ବର୍ତ୍ତମାନ ପର୍ଯ୍ୟନ୍ତ ଦିନିକିଆ ସିରିଜ ପାଇଁ ଘୋଷଣା ହୋଇନାହିଁ। ଆଉ ଯଦି ଏପରି ହୁଏ, ତେବେ ବିରାଟଙ୍କ ବିନା ଭାରତୀୟ ଦଳକୁ ମଇଦାନକୁ ଓହ୍ଲାଇବ।

ସୂଚନା ଅନୁସାରେ, ବିରାଟ କୋହଲି ପୂର୍ବରୁ ଦିନିକିଆ ସିରିଜରୁ ଓହରି ଯାଇଛନ୍ତି। କୋହଲିଙ୍କ କହିବା ଅନୁସାରେ ଜାନୁୟାରୀ ୧୧ ତାରିଖରେ ଝିଅ ଭାମିକାର ଜନ୍ମଦିନ। ଏଥିପାଇଁ ସେ ନିଜ ଝିଅର ପ୍ରଥମ ଜନ୍ମଦିନକୁ ଘରେ ପାଳିବା ପାଇଁ ନିଷ୍ପତ୍ତି ନେଇଛନ୍ତି। କାରଣ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଟେଷ୍ଟ ୧୧ ଜାନୁୟାରୀରେ ଖେଳାଯିବ। ସେଥିପାଇଁ ସେ ଖେଳ ଛାଡି ପରିବାରକୁ ସମୟ ଦେବାକୁ ଉଚିତ ମନେ କରୁଛନ୍ତି।

ବିରାଟଙ୍କୁ ଅଧିନାୟକ ପଦରୁ ହଟାଇ ରୋହିତଙ୍କୁ ଦାୟିତ୍ୱ ଦେବା ପରେ ଏପରି ହୋଇଛି। ବିରାଟ ଟି-୨୦ ଅଧିନାୟକ ପଦ ଛାଡୁନଥିଲେ। ସେଥିପାଇଁ ସିଲେକ୍ସନ କମିଟି ବୋର୍ଡ ମିଳିତ ବୈଠକ କରି ହଟାଇବାକୁ ନିଷ୍ପତ୍ତି ନେଇଥିଲେ। ଏପଟେ ଆହତ ଜନିତ କାରଣ ଦର୍ଶାଇ ଟେଷ୍ଟର ଉପ-ଅଧିନାୟକ ରୋହିତ ଶର୍ମା ୩ ସପ୍ତାହ ପାଇଁ ଖେଲିବେନି ବୋଲି ନିଷ୍ପତ୍ତି ନେଇଛନ୍ତି। ରୋହିତଙ୍କ ବଦଳରେ ଗୁଜରାଟ ବ୍ୟାଟର ପ୍ରିୟଙ୍କ ପାଞ୍ଚାଲଙ୍କୁ ସାମିଲ କରାଯାଇଛି। ମୁମ୍ବାଇରେ ଅଭ୍ୟାସ କରୁଥିବା ସମୟରେ ରୋହିତଙ୍କୁ ଆଘାତ ଲାଗିଥିଲା। ରୋହିତଙ୍କ ବାମଗୋଡ଼ ମାଂସପେଶୀରେ ଆଘାତ ଲାଗିଛି।

ବର୍ତ୍ତମାନ ପ୍ରଶ୍ନ ଆସୁଛି କି, ବିରାଟ କାହିଁକି ଏମିତି ପଦକ୍ଷେପ ନେଉଛନ୍ତି। ଆଉ ବିରାଟଙ୍କ ଏପରି ପଦକ୍ଷେପ ବିସିସିଆଇ ପାଇଁ ମୁସ୍କିଲ ବଢିବାରେ ଲାଗିଛି। ନୂଆ ନିଯୁକ୍ତ ହୋଇଥିବା ରୋହିତ ଆଘାତ କାରଣରୁ ଟେଷ୍ଟ ସିରିଜରୁ ବାଦ ପଡିଛନ୍ତି। ଆଉ କୁହାଯାଉଛିକି, ରୋହିତ ଦିନିକିଆ ସିରିଜ ମଧ୍ୟ ଖେଳିପାରିବେ ନାହିଁ। ଯଦି ବିରାଟ ଏବଂ ରୋହିତ ଦିନିକିଆ ସିରିଜରୁ ବାଦ ପଡନ୍ତି, ତେବେ ଅଧିନାୟକ କିଏ ହେବ? ବିରାଟଙ୍କ ପାଖରୁ ଦାୟିତ୍ୱ ଯିବା ପରେ ହୁଏତ ସେ ଆଉ ଅଧିନାୟକ ଦାୟିତ୍ୱ ହେବାକୁ ଇଚ୍ଛୁକ ନୁହନ୍ତି।

ଏଇ ନିକଟରେ ରୋହିତ ଶର୍ମା ଟୁଇଟ୍‌ କରି କହିଥିଲେକି ଲୋକେ କଣ କହୁଛନ୍ତି ଆମର ସେଥିରେ କିଛି ଯାଏଆସେ ନାହିଁ। କୋହଲି ଓ ମୁଁ ଆମେ ଆମ କ୍ୟାରିୟର ଓ ଖେଳକୁ ବେଶ ମଜାଦାର ଢଙ୍ଗରେ ଉପଭୋଗ କରୁଛୁ। ଅର୍ଥାତ ପରୋକ୍ଷରେ ରୋହିତ କହିଛନ୍ତିଯେ କୋହଲି ଓ ତାଙ୍କ ଭିତରେ କୌଣସି ଖରାପ ସମ୍ପର୍କ ନାହିଁ। ଆଉ ଦକ୍ଷିଣ ଆଫ୍ରିକା ଗସ୍ତରୁ କୋହଲି ଓହରିବା ବେଳକୁ ରୋହିତ ଆହତ ହେବା ଘଟଣାକୁ ନେଇ ବର୍ତ୍ତମାନ କେତେ କଣ ଚର୍ଚ୍ଚା ଚାଲିଛି। ଆଲୋଚନାରେ ଏକଥା ବି ଉଠୁଛି, ଏସବୁ ସେଇ ଗୋଟିଏ କାରଣ ଅର୍ଥାତ କୋହଲିଙ୍କୁ ଅଧିନାୟକ ପଦରୁ ହଟାଯିବା ଯୋଗୁଁ ହେଉ ନାହିଁ ତ?

ଅବଶ୍ୟ ଭାରତୀୟ ଦଳର ବେଞ୍ଚ ଷ୍ଟ୍ରେନ୍ଥ ଯେମିତି ଅଛି ସେଥିରେ ଜଣେ ଦୁଇ ଜଣ କଣ ଚାରି ଚାରି ଜଣ ଖେଳାଳି ଓହରି ଗଲେ ମଧ୍ୟ କିଛି ଅସୁବିଧା ହେବ ନାହିଁ। ଏହା ଭିତରେ ବିସିସିଆଇ କହି ସାରିଲାଣିକି ଦିନିକିଆ ସିରିଜ ବେଳକୁ ରୋହିତ ସୁସ୍ଥ ହୋଇ ସାରିଥିବେ। ହେଲେ ଦଳକୁ ନେତୃତ୍ୱ ଦେବା ଭଳି ଖେଳାଳି ନିଶ୍ଚିତ ଭାବରେ କମ ଅଛନ୍ତି। ତେଣୁ ବର୍ତ୍ତମାନ ଦେଖିବାର କଥା ଆଗକୁ ଏ ଘଟଣା କେଉଁ ମୋଡ଼ ନେଉଅଛି।

Leave A Reply

Your email address will not be published.