ଦଶମ ଶ୍ରେଣୀର ପିଲାଙ୍କୁ ପଢାଉଥିଲେ ଶିକ୍ଷକ,ହଠାତ କିଛି ଦୁଷ୍ଟ ପିଲା ଷ୍ଟଡବିନକୁ ନେଇ କଲେ ଏମିତି ଲଜ୍ଜାଜନକ କାମ,ଦେଖନ୍ତୁ ଭିଡିଓ

0

Get real time updates directly on you device, subscribe now.

ଆପଣମାନେ ସୋସିଆଲ ମିଡିଆରେ ଅନେକ ପ୍ରକାର ଭାଇରଲ ଭିଡିଓ ନିଶ୍ଚିତ ଭାବରେ ଦେଖୁଥିବେ। ଏଥିରେ ଏମିତି କିଛି ଭିଡିଓ ଥାଏ, ଯାହାକୁ ଦେଖି ଲୋକେ ମଧ୍ୟ ବିଶ୍ୱାସ କରିପାରନ୍ତି ନାହିଁ। ଆଉ ଭାଇରାଲ ହେଉଥିବା ଏହି ଭିଡିଓ ଯୋଗୁଁ କିଏ ରାତାରାତି ଷ୍ଟାର ପାଲଟିଯାଏ ତ ଆଉ କେଉଁଠି ଚୋର ମଧ୍ୟ ଧରାପଡିଯାଏ। ବର୍ତ୍ତମାନ ଯେଉଁ ଭିଡିଓଟି ଭାଇରାଲ ହେଉଅଛି, ଯାହାକୁ ଆପଣମାନେ ହୁଏତ କେବେ ଦେଖିନଥିବେ। ଆଉ ଏହି ଲଜ୍ଜାଜନକ ଘଟଣା ଅନ୍ୟ ପିଲାଙ୍କ ଉପରେ ନିଶ୍ଚିତ ରୂପରେ କିଛି ନା କିଛି ପ୍ରଭାବ ପକାଇବ। ଏହି ଭିଡିଓକୁ ଦେଖି ସମସ୍ତେ ନିନ୍ଦା କରୁଛନ୍ତି।

ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଏହି ଭିଡିଓ କର୍ଣ୍ଣାଟକର ଦେବନାଗରୀ ଜିଲ୍ଲାର ଚେନ୍ନାଗିରି ତାଲୁକର ନେଲ୍ଲାରୁ ସରକାରୀ ହାଇସ୍କୁଲର ବୋଲି ଜଣାପଡିଛି। ଯେଉଁଥିରେ ୧୦ମ ଶ୍ରେଣୀର ଛାତ୍ର ପଢିବା ସମୟରେ ନିଜର ଶିକ୍ଷକଙ୍କ ସହ ଲଜ୍ଜାଜନକ କାମ କରିଛନ୍ତି। ଖୁବଶୀଘ୍ର ଅବସର ନେବାକୁ ଥିବା ଶିକ୍ଷକ ପ୍ରକାଶ ୧୦ମ ଶ୍ରେଣୀର ପିଲାଙ୍କୁ ହିନ୍ଦୀ ପଢାଇବା ସମୟରେ କିଛି ବଦମାସ ପିଲା ଡଷ୍ଟବିନ ନେଇ ଶିକ୍ଷକଙ୍କର ମୁଣ୍ଡରେ ଘୋଡାଇ ଦେଉଛନ୍ତି। ସାର ପଢାଇବା ସମୟରେ ବ୍ଲାକବୋର୍ଡରେ କିଛି ଲେଖୁଥିବା ବେଳେ ଦୁଷ୍ଟ ପିଲାମାନେ ଡଷ୍ଟବିନ ବାଲଟିକୁ ନେଇ ସାରଙ୍କ ମୁଣ୍ଡରେ ଘୋଡାଇ ଦେଇ ପୁଣି ଚୁପଚାପ ହୋଇ ବସିଯାଉଥିବା ଭିଡିଓରେ ଦେଖିବାକୁ ମିଳିଛି। କିଏ ସାରଙ୍କ ମୁଣ୍ଡରେ ହାତ ମାରୁଛି ତ ଆଉ କିଏ ସାର୍ଟ ଭିଡି ଦେଉଛି। ଆଉ ଜଣେ ପିଲାଙ୍କ ଡଷ୍ଟବିନ ବାଲଟି ଉଠାଇ ମାରିବାକୁ ଚେଷ୍ଟା ମଧ୍ୟ କରୁଛି। ତଥାପି ଶିକ୍ଷକ ପିଲାଙ୍କର ଏପରି ଔଦ୍ଧତ୍ୟରେ କିଛି ନ କହି ପଢାଇବା ପାଇଁ ଚେଷ୍ଟା କରୁଛନ୍ତି।

ଦୁଷ୍ଟ ପିଲାଙ୍କର ଏପରି କାରନାମା ପରେ ମଧ୍ୟ ଶିକ୍ଷକ କିଛି ନ କହି, ପିଲାମାନଙ୍କୁ ପଢଉଛନ୍ତି। ଏହି ଘଟଣା ପରେ ଭିଡିଓଟି ଭାଇରଲ ହେଉଅଛି। ଭିଡିଓ ଭାଇରଲହେବା ପରେ ସ୍ଥାନୀୟ ବିଧାୟକ ସ୍କୁଲ ପରିଦର୍ଶନ କରିବା ସହ ପିଲାମାନଙ୍କୁ ତାଗିଦ କରିଛନ୍ତି। ସେହିପରି ଛାତ୍ର ସଂଘ ଏହି ଘଟଣାକୁ ଗମ୍ଭୀରତା ସହ ଗ୍ରହଣ କରି ପିଲାଙ୍କୁ ଶିକ୍ଷକଙ୍କୁ ସମ୍ମାନ କରିବା ପାଇଁ କହିଛନ୍ତି। ଏହି ଭିଡିଓଟିକୁ ଶରଭ ବିଷ୍ଣୁ ନାମକ ଜଣେ ବ୍ୟକ୍ତି ତାଙ୍କର ଟ୍ଵିଟର ଆକାଉଣ୍ଟରେ ସେୟାର କରିଛନ୍ତି।

ପିଲାମାନେ ପୂର୍ବରୁ ସ୍କୁଲରେ ଶିକ୍ଷକଙ୍କୁ ଦେଖି ମାଡ ଭୟରେ ହେଉ ପଛେ ସମ୍ମାନ କରୁଥିଲେ। କିନ୍ତୁ ସ୍କୁଲକୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରିବା ପରେ କିଛି ଦୁଷ୍ଟ ପିଲାଙ୍କର ଉତ୍ପାତ ଦିନକୁ ଦିନ ବଢିବାରେ ଲାଗିଛି। ଯାହାକି ବର୍ତ୍ତମାନ ବୁଦ୍ଧିଜୀବୀ ମହଲର ଏକ ଚର୍ଚ୍ଚାର ବିଷୟ ପାଲଟିଛି।

Leave A Reply

Your email address will not be published.