ଫେବୃଆରୀ ମାସର ପ୍ରଥମ ସପ୍ତାହରେ ପଞ୍ଚାୟତ ନିର୍ବାଚନ ,୧୭ ତାରିଖରେ ପ୍ରକାଶ ପାଇବଚୂ ଡ଼ାନ୍ତ ଭୋଟର ତାଲିକା

0

Get real time updates directly on you device, subscribe now.

ଫେବ୍ରୁଆରୀ ମାସର ପ୍ରଥମ ସପ୍ତାହରେ ପଞ୍ଚାୟତ ନିର୍ବାଚନ ହେବ। ଡିସେମ୍ବର ମାସର ଶେଷ ସପ୍ତାହରେ ନିର୍ବାଚନ ତାରିଖ ଘୋଷଣା ହେବ। ଆସନ୍ତା ୧୭ ତାରିଖରେ ପଞ୍ଚାୟତ ନିର୍ବାଚନ ନେଇ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା। ଏ ବିଷୟରେ ରାଜ୍ୟ ନିର୍ବାଚନ କମିଶନ କାର୍ଯ୍ୟାଳୟ ତରଫରୁ ସୂଚନା ମିଳିଛି।

ସୂଚନା ଅନୁସାରେ, କିଛିଦିନ ତଳେ ପଞ୍ଚାୟତ ନିର୍ବାଚନକୁ ନେଇ ନିର୍ବାଚନ କମିଶନର ଏକ ଗାଇଡ଼ଲାଇନ ଜାରି କରିଥିଲେ। ଏଥିରେ ଜଣେ ଜିଲ୍ଲା ପରିଷଦର ସଭ୍ୟ ପ୍ରାର୍ଥୀ ଅତି ବେଶୀରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ। ସେହିଭଳି ଜଣେ ସରପଞ୍ଚ ପ୍ରାର୍ଥୀ ୨ ଲକ୍ଷ ଟଙ୍କା ଖର୍ଚ୍ଚ ଏବଂ ଜଣେ ସମିତି ସଭ୍ୟ ପ୍ରାର୍ଥୀ ଅତି ବେଶିରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ। ଏହା ସହ ନିର୍ବାଚନ ପ୍ରଚାର ପାଇଁ କେଉଁ ପ୍ରାର୍ଥୀ କେତୋଟି ଗାଡି ବ୍ୟବହାର କରିପାରିବେ ସେ ନେଇ ମଧ୍ୟ ଏକ ନିର୍ଦେଶାବଳୀ ଜାରି କରାଯାଇଛି। ଜିଲ୍ଲା ପରିଷଦର ସଭ୍ୟ ପ୍ରାର୍ଥୀ ଅତି ବେଶିରେ ୫ଟି କାର ଏବଂ ୧୦ଟି ବାଇକ ବ୍ୟବହାର କରିପାରିବେ।

ସେମିତି ସରପଞ୍ଚ ଏବଂ ସମିତି ସଭ୍ୟର ପ୍ରାର୍ଥୀମାନେ ୨ଟି ଲେଖାଏଁ କାର ଏବଂ ୫ଟି ଲେଖାଏଁ ବାଇକକୁ ନିର୍ବାଚନର ପ୍ରଚାରରେ ବ୍ୟବହାର କରିପାରିବେ। ଭୋଟିଂର ୩୬ ଘଣ୍ଟା ପୂର୍ବରୁ ବାଇକ ଓ କାରରେ ପ୍ରଚାର କରିବା ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି।

Leave A Reply

Your email address will not be published.