ଏହି ରହସ୍ୟମୟ ହ୍ରଦରେ କେହି ବି କେହି ଚାହିଁଲେ ବି ଆ-ତ୍ମ-ହ-ତ୍ୟା କରିପାରିବେନି ! ଯିଏବି ହ୍ରଦ ଭିତରକୁ ଡେଇଁବ ସେ ଭାସିବ,ଦେଖନ୍ତୁ ଭିଡ଼ିଓ
ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ରହସ୍ୟମୟ ହ୍ରଦ ଭାଇରାଲ ହେଉଅଛି। ଯେଉଁଠି ଜଣେ ଚାହିଁ ମଧ୍ୟ ବୁଡି ପାରିବନାହିଁ, ଆପେ ଆପେ ପହଁରିବାକୁ ଲାଗିବ। ଆପଣ ନିଶ୍ଚିତ ଭାବରେ ବିଦ୍ୟାଳୟରେ ପଢୁଥିବା ସମୟରେ ଲୁଣିଆ ଜଳରେ ଅନେକ ଏକ୍ସପେରିମେଣ୍ଟ ବା ପରୀକ୍ଷଣ କରିଥିବେ। ଏହି ପରୀକ୍ଷଣଗୁଡିକ ମଧ୍ୟରୁ ଗୋଟିଏରେ, ଲୁଣିଆ ପାଣିରେ ଅଣ୍ଡା ରଖି ପରୀକ୍ଷା କରିବାର ଏକ ପ୍ରୋଜେକ୍ଟ ଥିଲା। ଲୁଣ ପାଣିରେ କୌଣସି ଜିନିଷ ସହଜରେ ବୁଡ଼ି ପାରିବ ନାହିଁ। ଏକ୍ସପେରିମେଣ୍ଟ କରିବା ସମୟରେ ଅଣ୍ଡାକୁ ଲୁଣିଆ ପାଣିରେ ରଖିବା ମାତ୍ରେ ଏହା ଭାସୁଥିଲା। ଠିକ ସେମିତି ଏହି ଲୁଣିଆ ପାଣିର ଏକ ପ୍ରାକୃତିକ ନଦୀ ମଧ୍ୟ ଇଜିପ୍ଟରେ ଦେଖାଯାଇଛି।
ଏଠାରେ ଥିବା ସିୱା ଓସିସର ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଜଣେ ବ୍ୟକ୍ତି ଖାଲି ଚଟାଣରେ ଥିବା ଏହି ହ୍ରଦରେ ବୁଡ଼ିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଥିଲା। କିନ୍ତୁ ବ୍ୟକ୍ତି ଜଣକ ନିଜେ ପାଣିରେ ବୁଡିବା ବଦଳରେ ଆପେ ଆପେ ଭାସିବାକୁ ଲାଗିଥିଲେ। ଇଂଷ୍ଟାଗ୍ରାମରେ ଥିବା ”ଆଓ୍ଵାରପ୍ଲାନେଟଡେଲି” ନାମକ ଆକାଉଣ୍ଟରେ ଏହି ଭିଡିଓକୁ ସେୟାର କରାଯାଇଥିଲା। ତେବେ ପାଣିରେ ପହଁରୁଥିବା ବ୍ୟକ୍ତି ଜଣକ ବହୁତ କିଛି କଥା ସେହି ପୋଷ୍ଟରେ ଲେଖିଥିଲେ।
ବ୍ୟକ୍ତି ଜଣଙ୍କ ଏହା ମଧ୍ୟ ଲେଖିଥିଲେଯେ ଯଦି କେହି ପହଁରା ଜାଣି ନଥିବ ତେବେ ଏହି ସଲ୍ଟ ଲେକ ବା ଲୁଣୀ ହ୍ରଦ ତାଙ୍କ ପହଁରିବା ପାଇଁ ଏକ ଭଲସ୍ଥାନ ଅଟେ। ଏହି ହ୍ରଦ ଇଜିପ୍ଟ ସହରରେ ଲୁଣୀ ହ୍ରଦ ଭାବରେ ବିଶ୍ୱ ପ୍ରସିଦ୍ଧ ମଧ୍ୟ ଅଟେ। ଏହାକୁ ଦେଖିବା ପାଇଁ ଓ ଏହି ଛୋଟ ହ୍ରଦରେ ପହଁରିବା ପାଇଁ ଦୂର ଦୂରାନ୍ତରରୁ ଅନେକ ଲୋକମାନେ ଆସିଥାନ୍ତି। ଏହି ହ୍ରଦର ଗଭୀରତା ୪ ମିଟର। ଏହି ହ୍ରଦର ପାଣିରେ ୯୫ ପ୍ରତିଶତ ଲୁଣ ରହିଛି।
View this post on Instagram
ଏହି ହ୍ରଦର ପାଣିର ରଙ୍ଗ ନୀଳ ରଙ୍ଗ ଅଟେ। ପାଣିରେ ଲୁଣର ମାତ୍ରା ଏତେ ଅଧିକ ଅଛିଯେ ଆପଣ ଏହି ହ୍ରଦରେ ଚାହିଁ ମଧ୍ୟ ବୁଡି ପାରିବେନାହିଁ ,ଆପଣଙ୍କୁ ସ୍ୱୀମିଙ୍ଗ ଜଣା ଥାଉ କି ନଥାଉ।
ଭିଡିଓ ସେୟାର ହେବା ପରଠାରୁ, ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ ଲକ୍ଷ ଲକ୍ଷ ଲୋକେ ଦେଖିସାରିଲେଣି। ଅନେକ ଲୋକ ଏହି ହ୍ରଦକୁ ପ୍ରକୃତିର ବରଦାନ ଓ ସୌନ୍ଦର୍ଯ୍ୟ ବୋଲି କହିଛନ୍ତି। ତେବେ ଏହାକୁ ଦେଖିବା ପରେ ଅନେକ ଲୋକ ଏହା ବିପଜ୍ଜନକ ବୋଲି ମଧ୍ୟ ଲେଖିଛନ୍ତି। ଜଣେ ବ୍ୟକ୍ତି ମନ୍ତବ୍ୟ ଦେଇ ଲେଖିଛନ୍ତିଯେ ଏହି ଦୃଶ୍ୟ ମନଲୋଭା ଓ ଆଶ୍ଚର୍ଯ୍ୟଜନକ କିନ୍ତୁ ଯଦି ମୋତେ ଏଥିରେ ପ୍ରବେଶ କରିବାକୁ ପଡିବ ତେବେ ମୁଁ ଯିବି ନାହିଁ।
କେବଳ ଇଜିପ୍ଟର ଏହି ହ୍ରଦ ନୁହେଁ ଦୁନିଆରେ ଅନେକ ସ୍ଥାନରେ ଏମିତି କିଛି ହ୍ରଦ ଅଛି ଯାହାର ଅନେକ ରହସ୍ୟ ମଧ୍ୟ ରହିଛି। ଯେମିତିକି ଇଜ୍ରାଏଲର ଡେଡ ସି। ଏଥିରେ ମଧ୍ୟ ଲୁଣର ମାତ୍ରା ଅଧିକ ଥିବା କାରଣରୁ କୌଣସି ଜିନିଷ ଏହି ନଦୀରେ ଆଦୌ ବୁଡେ ନାହିଁ। ଏମିତିକି କୌଣସି ମଣିଷ ମଧ୍ୟ ଏହି ହ୍ରଦରେ ବୁଡନ୍ତି ନାହିଁ।