ଏଲ୍‌ପିଜି ସିଲିଣ୍ଡର ବୁକିଙ୍ଗ୍‌ କରନ୍ତୁ,ଆଉ ୨୭୦୦ ଟଙ୍କା କ୍ୟାସ୍‌ବ୍ୟାକ୍‌ ଅଫର ପାଆନ୍ତୁ,ଜାଣନ୍ତୁ କିପରି କରିବାକୁ ପଡ଼ିବ !

0

Get real time updates directly on you device, subscribe now.

ଏଲପିଜିର ଦର ବୃଦ୍ଧିକୁ ନେଇ ଗ୍ରାହକମାନେ ଚିନ୍ତାରେ ଥିବା ସମୟରେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବର୍ତ୍ତମାନ ଆପଣ ଶସ୍ତାରେ ଏଲପିଜି ସିଲିଣ୍ଡର ବୁକ କରିପାରିବେ। ଏଥର ଗ୍ରାହକ ସିଲିଣ୍ଡର ବୁକିଙ୍ଗ କରିବା ସହ କ୍ୟାସବ୍ୟାକର ଅଫର ମଧ୍ୟ ପାଇପାରିବେ। ଏକ ସ୍ୱତନ୍ତ୍ର ଅଫର ଅଧିନରେ ଏଲପିଜି ସିଲିଣ୍ଡର ବୁକିଙ୍ଗ କରିଲେ ଗ୍ରାହକମାନେ ପାଇପାରିବେ ୨୭୦୦ ଟଙ୍କାର କ୍ୟାସବ୍ୟାକ ଅଫର ପାଇବେ। ଏହା ସହ ଗ୍ରାହକମାନେ ଆହୁରି ଅନେକ ସୁବିଧା ପାଇପାରିବେ। ଏହି ଲାଭ ପାଇଁ ଆପଣଙ୍କୁ କେବଳ ‘ପେଟିଏମ’ ମାଧ୍ୟମରେ ଗ୍ୟାସ ବୁକ କରିବାକୁ ପଡିବ। ତେବେ ଆସନ୍ତୁ ଜାଣିବା ଆପଣ କେଉଁ ଅଫରଗୁଡିକ ପାଇବେ ଏବଂ ଏହି ଅଫରଗୁଡିକର ଲାଭ ଉଠାଇବା ପାଇଁ ଆପଣଙ୍କୁ କ’ଣ କରିବାକୁ ହେବ।

ଏହି ବିଶେଷ ଅଫର ଅନୁସାରେ, ଯଦି ଆପଣ ପେଟିଏମ ସହ ଏଲପିଜି ସିଲିଣ୍ଡର ବୁକ କରନ୍ତି, ତେବେ ଆପଣ ୨୭୦୦ ଟଙ୍କା ସିଧାସଳଖ ଲାଭପାଇବେ। ବାସ୍ତବରେ ପେଟିଏମ ଏଲପିଜି ସିଲିଣ୍ଡର ବୁକିଂ ଉପରେ କ୍ୟାସବ୍ୟାକ ଏବଂ ଅନ୍ୟାନ୍ୟ ପୁରସ୍କାର ରାଶି ଘୋଷଣା କରାଯାଇଛି। ପେଟିଏମ ୩ ପେ ୨୭୦୦ କ୍ୟାସବ୍ୟାକ୍ ଅଫର୍ ନାମକ ଏକ ସ୍କିମ୍ ଆରମ୍ଭ କରିଛି। ନୂଆ ୟୁଜର୍ସମାନେ ଏହି ଅଫରର ଲାଭ ଉଠାଇବାକୁ ସମର୍ଥ ହେବେ। ଏହି ସ୍କିମରେ ନୂଆ ଗ୍ରାହକମାନଙ୍କୁ ପ୍ରଥମ ୩ ମାସ ପର୍ଯ୍ୟନ୍ତ ଗ୍ୟାସ ବୁକିଙ୍ଗ ଉପରେ ୯୦୦ ଟଙ୍କା ପର୍ଯ୍ୟନ୍ତ ସୁନିଶ୍ଚିତ କ୍ୟାସ୍‌ବ୍ୟାକ୍‌ ମିଳିବ। ଏହି ଅଫର ପାଇଁ କିଛି ସର୍ତ୍ତ ମଧ୍ୟ ଅଛି ବୋଲି ଜଣାପଡିଛି।

ଏହି ଅଫର ପାଇଁ କିଛି ସର୍ତ୍ତ ଅଛି। ବାସ୍ତବରେ, ଏହି କ୍ୟାସବ୍ୟାକ କେବଳ ଗ୍ରାହକମାନଙ୍କ ପାଇଁ ଉପଲବ୍ଧ ହେବ ଯେଉଁମାନେ ପ୍ରଥମ ଥର ପାଇଁ ଏଲପିଜି ସିଲିଣ୍ଡର ବୁକ କରିଛନ୍ତି। ପ୍ରତି ମାସରେ ତିନୋଟି ଗ୍ୟାସ୍ ସିଲିଣ୍ଡର ବୁକିଂ କରିବା ସମୟରେ, ଆପଣ ପ୍ରଥମ ବୁକିଂରେ ୯୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ ପାଇପାରିବେ। ଏହି କ୍ୟାସବ୍ୟାକ କେବଳ ତିନିମାସ ପାଇଁ ଉପଲବ୍ଧ ହେବ। ଏହି କ୍ୟାସବ୍ୟାକ ୧୦ ରୁ ୯୦୦ ଟଙ୍କା ମଧ୍ୟରେ ମିଳିପାରେ।

Leave A Reply

Your email address will not be published.