ନବ ବିବାହିତା ଖୁଡ଼ିକୁ ନେଇ ଫେରାର ହେଲା ପୁତୁରା,ଥାନାର ଦ୍ୱାରସ୍ଥ ହେଲା ସ୍ବାମୀ,ପୁରା ଘଟଣା ଜାଣିଲେ ଚକିତ ହୋଇଯିବେ ଆପଣ !

0

Get real time updates directly on you device, subscribe now.

ପୁତୁରା ଖୁଡ଼ିକୁ ନେଇ ମାରିଲା ଛୁ। ମାତ୍ର କିଛିଦିନ ତଳେ ଘରକୁ ବାହା ହୋଇ ଆସିଥିବା ମାଆ ସମାନ ଖୁଡ଼ି ସହିତ ପ୍ରେମ ସମ୍ପର୍କ ରଖିଥିଲା। ପୁତୁରା ଓ ଖୁଡ଼ି ସୁଯୋଗ ମିଳୁ ମିଳୁ ଘର ଛାଡ଼ି ଫେରାର ହୋଇଗଲେ। ଅନ୍ଧ ପ୍ରେମର ଏଭଳି ଏକ ନମୂନା ରାଜଧାନୀ ଦିଲ୍ଲୀଠାରେ ଦେଖିବାକୁ ମିଳିଛି। ଏହି ଘଟଣାରେ ମହିଳାଙ୍କର ସ୍ୱାମୀ ଏତଲା ଦେଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ ଫେରାର ହୋଇଥିବା ପ୍ରେମୀ ଯୁଗଳଙ୍କୁ ଧରିବାରେ ସଫଳ ହୋଇନାହିଁ।

ମିଳିଥିବା ସୂଚନା ଅନୁସାରେ ଉକ୍ତ ମହିଳା ଜଣକ ବାହା ହୋଇ ଆସିବା ପରଠାରୁ ପୁତୁରା ସହ ତାଙ୍କର ପ୍ରେମ ସମ୍ପର୍କ ରହି ଆସିଥିଲା। ଏପରିକି ଏହା ବିଷୟରେ ପରିବାର ଲୋକମାନେ ମଧ୍ୟ ଜାଣିଥିଲେ। ବହୁ ବୁଝାଇବା ପରେ ମଧ୍ୟ ସେମାନଙ୍କ ମଧ୍ୟରେ କୌଣସି ପ୍ରକାରର ପରିବର୍ତ୍ତନ ଆସିନଥିଲା। ତେବେ, ଅକ୍ଟୋବର ୧୬ ତାରିଖ ଦିନ ସୁଯୋଗ ପାଇ ଉଭୟ ଘର ଛାଡ଼ି ପଳାଇ ଯାଇଥିଲେ।

ପୋଲିସ କହିବା ଅନୁସାରେ ନବବିବାହିତା ମହିଳାଙ୍କର ବୟସ ମାତ୍ର ୧୯ ବର୍ଷ ହୋଇଥିବା ସମୟରେ ପୁତୁରାଙ୍କର ବୟସ ୨୪ ବର୍ଷ ହେବ। ମହିଳାଙ୍କର ସ୍ୱାମୀ ଉଭୟଙ୍କ ନାମରେ ଏକ ଏତଲା ଦେଇଥିବା ବେଳେ ପୋଲିସ ଏହାର ତଦନ୍ତ ଜାରି ରଖିଛି। ତେବେ, ବର୍ତ୍ତମାନ ପର୍ଯ୍ୟନ୍ତ ସେମାନଙ୍କର କୌଣସି ପତ୍ତା ମିଳିନଥିବାର ଜଣାପଡିଛି। ଏହି ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋରସୋରରେ ଧରିଛି।

Leave A Reply

Your email address will not be published.