ସେ ମୋ’ ସହ ସେ-କ୍ସ କରିଛ, ମୋତେ ବାହା ହୁଅ…। ଗତକାଲି ଏପରି ଏକ ଅଭିଯୋଗ ଆଣି ପ୍ରେମିକା ପ୍ରେମିକଙ୍କ ଘର ଆଗରେ ବସିଥିଲା। ଏହାର ଉତ୍ତରରେ ଆଜି ପ୍ରେମିକ କହିଛନ୍ତିକି, ସିଏ ପୂର୍ବରୁ ନୋଟାରୀରେ ଆଉ କାହାକୁ ବାହା ହୋଇ ମୋତେ ଧକ୍କା ଦେଇଛନ୍ତି। ପ୍ରେମିକା ସହ ପୂର୍ବତନ ସ୍ୱାମୀଙ୍କର ଫଟୋ ଦେଖାଇ ଆଜି ଘାଇଲା କରିଛନ୍ତି ଦ୍ୱିତୀୟ ପ୍ରେମିକ।
ଯାଜପୁର ଜିଲ୍ଲାର କୋରେଇ ଥାନା ରଗଡି ଗାଁର ଜିତେନ୍ଦ୍ର ଆଚାର୍ଯ୍ୟ ଭୁବନେଶ୍ୱରରେ ଏକ ହୋଟେଲରେ ମ୍ୟାନେଜର ଭାବରେ କାମ କରୁଥିଲେ। ସେଠାରେ ତାଙ୍କ ଦେଖା ରାଣୀ (ଛଦ୍ମନାମ)ଙ୍କ ସହିତ ହୋଇଥିଲା। ତା’ପରେ ଉଭୟ ପରସ୍ପର ପ୍ରେମରେ ପଡ଼ି ଯାଇଥିଲେ। ଏପରିକି ଉଭୟ ଏକ ଭଡ଼ା ଘରେ ଲିଭ ଇନ ରିଲେସନସିପରେ ମଧ୍ୟ ରହିଥିଲେ। ଉଭୟେ ଚାରି ମାସ ଧରି ଏକାଠି ରହିଥିଲେ।
ଜିତେନ୍ଦ୍ର ଆଚାର୍ଯ୍ୟଙ୍କ କହିବା ଅନୁସାରେ ଲିଭ ଇନ ରିଲେସନ୍ସିପ୍ରେ ରହିବା ପରେ ରାଣୀଙ୍କର ପ୍ରେମ କାହାଣୀ ସମସ୍ତଙ୍କ ସାମ୍ନାକୁ ଆସିଥିଲା। ତାଙ୍କର ପୂର୍ବତନ ସ୍ୱାମୀ ତାଙ୍କୁ ବାରମ୍ୱାର ଫୋନ କରିଥିଲେ। ମାତ୍ର ରାଣୀ ସବୁ ଜାଣି ନଜାଣିଲା ପରି ଅଭିନୟ କରୁଥିଲେ। କିଏ ମୋତେ ଫୋନ୍ କରୁଛି ବୋଲି ଜିତେନ୍ଦ୍ରଙ୍କୁ ରାଣୀ କହୁଥିଲେ। ଏହା ଜିତେନ୍ଦ୍ର ଫୋନ କରିଥିବା ସମ୍ପୃକ୍ତ ବ୍ୟକ୍ତିଙ୍କୁ କଲ କରିଥିଲେ। ଏହା ପରେ ସମ୍ପୂର୍ଣ୍ଣ ଘଟଣା ଉପରୁ ପର୍ଦ୍ଦା ହଟିଥିଲା। ରାଣୀ ପୂର୍ବରୁ ନୋଟାରୀରେ ବିବାହ କରିଥିଲେ ଓ ତାଙ୍କ ସହିତ ୪ ମାସ ସଂସାର ଗଢ଼ିଥିଲେ ବୋଲି ଜିତେନ୍ଦ୍ର ଜାଣିବାକୁ ପାଇଥିଲେ। ଏପରିକି ରାଣୀ ଓ ତାଙ୍କର ପ୍ରଥମ ସ୍ୱାମୀଙ୍କ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋକୁ ମଧ୍ୟ ଦେଖିବାକୁ ପାଇଥିଲେ।
ରାଣୀ ବିବାହ କରିଥିବା ଜାଣିବାକୁ ପାଇବା ପରେ ଜିତେନ୍ଦ୍ରଙ୍କର ଅକଲ ଗୁଡୁମ ହୋଇଯାଇଥିଲା। ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଯାହାଫଳରେ ଜିତେନ୍ଦ୍ର ରାଣୀଙ୍କୁ ଅଲଗା ରହିବାକୁ କହିଥିଲେ। ମାତ୍ର ସେ ଏହି ପ୍ରସ୍ତାବରେ ଆଦୌ ରାଜି ହୋଇନଥିଲେ। ଜିତେନ୍ଦ୍ରଙ୍କ ସହ ଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଦେଖାଇ ବ୍ଲାକ ମେଲିଂ ମଧ୍ୟ କରିଥିଲା। ଏଥିସହ ଉଭୟଙ୍କର ଫଟୋ ଦେଇ ଫେକ ଫେସ୍ବୁକ ଆକାଉଣ୍ଟ ରାନୀ ଖୋଲିଥିଲେ। ସେ ଜିତେନ୍ଦ୍ରଙ୍କ ସାଙ୍ଗ ଓ ବନ୍ଧୁ ପରିଜନଙ୍କୁ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇ ଚାର୍ଟିଂ ମଧ୍ୟ କରୁଥିଲା।
ସେ ଜିତେନ୍ଦ୍ରଙ୍କ ବିରୋଧରେ ଚାଟିଂ କରୁଥିଲା। ଏ ସମ୍ପର୍କରେ ଜିତେନ୍ଦ୍ର ଜାଣିବା ପରେ ସାଇବର ଥାନାରେ ଏକ ଅଭିଯୋଗ କରିବାକୁ କହିବାରୁ ରାଣୀ ନିଜ ଦୋଷ ମାନିଥିଲା। ଆଉ ତା’ପରେ ଫେକ୍ ଫେସ୍ବୁକ୍କୁ ବ୍ଲକ କରାଯାଇଥିଲା। ଏହି ଘଟଣା ପରେ ଜିତେନ୍ଦ୍ର ଅଲଗା ରହିଲେ। ସେଥିପାଇଁ ରାଣୀ ଏ ବିଷୟରେ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଉଭୟଙ୍କୁ ଡାକି ମାମଲା ସମାଧାନ କରିବାକୁ କହିଥିଲେ। ମାସକ ଭିତରେ ଉଭୟ କୋର୍ଟ ମ୍ୟାରେଜ କରିବେ ବୋଲି ଲିଖିତ ପ୍ରତିଶ୍ରୁତି ଦେଇ ମହିଳା ଥାନାରୁ ସେ ଆସିଥିଲେ।
ଜିତେନ୍ଦ୍ରଙ୍କ ପରିବାର ଲୋକ ରାଣୀ ବିବାହିତ ବୋଲି ଜାଣିଲା ପରେ ବିବାଦର ଉଗ୍ରରୂପ ଧାରଣ କରିଥିଲା। ବାହାଘର ହେବନାହିଁ ବୋଲି ସେମାନେ କହିଥିଲେ। ସେତେବେଳେ ଜିତେନ୍ଦ୍ରଙ୍କ ଚାକିରି ପଳାଇ ଯାଇଥିବାରୁ ସେ ଘରକୁ ପଳାଇ ଆସିଥିଲେ। ଆଉ ଏହାରି ଭିତରେ ରାଣୀ ଆସି ଜିତେନ୍ଦ୍ରଙ୍କ ଘର ସାମ୍ନାରେ ଧାରଣାରେ ବସିଛନ୍ତି। ଆଉ ବାହା ହେବେ ବୋଲି ଜିଦ ଧରି ବସିଥିଲେ। ରାଣୀଙ୍କର ଏହି ଧାରଣାକୁ ଜିତେନ୍ଦ୍ର ଡ୍ରାମା ବୋଲି କହିଛନ୍ତି।