ବ୍ୟକ୍ତିଜଣକ ଜୁଗାଡ ଦ୍ଵାରା ତିଆରି କଲେ ହେଲିକପ୍ଟର, ଉଡାଣ ଦେଖି ଲୋକେ କହିଲେ – ଚମତ୍କାର ଜୁଗାଡ ଭାଇ

0

Get real time updates directly on you device, subscribe now.

ବର୍ତ୍ତମାନ ଆମେ ଆପଣଙ୍କୁ ଜୁଗାଡର ଗୋଟିଏ କାରନାମା ଦେଖାଇବାକୁ ଯାଉଛୁ, ଯାହାକୁ ଦେଖିଲେ ଆପଣ ମଧ୍ୟ ଜୁଗାଡ ଟେକ୍ନୋଲୋଜି ର ଫ୍ୟାନ ହୋଇଯିବେ । ଅନେକଥର ତ ଏହି ଜୁଗାଡ ଟେକ୍ନୋଲୋଜି ଏପରି ହୋଇଥାଏ ଯେ ଦେଖିବା ଲୋକ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ଏହି ପରିପ୍ରେକ୍ଷୀରେ ଜଣେ ବ୍ୟକ୍ତି ଜୁଗାଡ ଦ୍ଵାରା ଚମତ୍କାର ହେଲିକପ୍ଟର ତିଆରି କରିଦେଲେ । ଏହି ହେଲିକପ୍ଟର କୁ ଦେଖିବାପରେ ଲୋକମାନେ ବହୁତ୍ ଆଶ୍ଚର୍ଯ୍ୟ ହେଉଛନ୍ତି ଏବଂ ଏହାକୁ ପ୍ରଶଂସା ମଧ୍ୟ କରୁଛନ୍ତି ।

ଭାଇରଲ ହେଉଥିବା ଭିଡ଼ିଓରେ ଆପଣ ଦେଖିପାରିବେ ଯେ ଜଣେ ବ୍ୟକ୍ତି ପ୍ରଥମେ ହେଲିକପ୍ଟରକୁ ରାସ୍ତା ଉପରକୁ ଆଣନ୍ତି । ଏହାପରେ ରନବେ ରେ ପ୍ଲେନ ଉଡ଼ିବା ପରି ସେ ମଧ୍ୟ ଉଡେ । ଏହି ହେଲିକପ୍ଟରକୁ Volkswagen Beetle engine ଦ୍ଵାରା ତିଆରି କରାଯାଇଛି । କ୍ୟାପସନରୁ ଜଣାପଡୁଛି ଯେ ବ୍ୟକ୍ତିଜଣକ କାରରୁ ବଞ୍ଚିଥିବା ପାର୍ଟ ଦ୍ଵାରା ହିଁ ହେଲିକପ୍ଟର ତିଆରି କରି ଦେଇଛନ୍ତି । ହେଲିକପ୍ଟରକୁ ଉଡୁଥିବା ର ଦେଖି ଲୋକମାନେ ଆଶ୍ଚର୍ୟ୍ଯ ହୋଇଗଲେ, କାରଣ ବିଶ୍ୱାସ ହେଉନଥିଲା ଯେ ଏପରି ମଧ୍ୟ ହୋଇପାରେ ।

ଦେଖନ୍ତୁ ଭିଡିଓ :-

ଟୁଇଟରରେ ଏହି ଭିଡିଓକୁ ‘@MendesOnca’ ନାମକ ଆକାଉଣ୍ଟ ରୁ ସେୟାର କରାଯାଇଛି । ବର୍ତ୍ତମାନ ଏହି ଭିଡିଓ ଇଣ୍ଟରନେଟ ଦୁନିଆରେ ଚହଳ ସୃଷ୍ଟି କରୁଛି । ଯାହାର ଅନୁମାନ ଆପଣ ଏହି କଥାରୁ କରିପାରିବେ ଯେ ଖବର ଲେଖିବା ବେଳକୁ ଏହି ଭିଡିଓ କୁ 10 ଲକ୍ଷରୁ ଅଧିକ ଭ୍ୟୂ ମିଳିସାରିଛି । ଭିଡିଓରେ ଲୋକମାନେ ନିଜ ନିଜର ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି ।

ଏହି ଭିଡିଓକୁ ଲୋକମାନେ ବହୁତ୍ ପସନ୍ଦ କରୁଛନ୍ତି । ଲୋକମାନେ ଏହି ଭିଡ଼ିଓରେ ବିଭିନ୍ନ ପ୍ରକାରର କମେଣ୍ଟ କରୁଛନ୍ତି । ଜଣେ ୟୁଜର ଭିଡ଼ିଓରେ କମେଣ୍ଟ କରି ଲେଖିଛନ୍ତି, ଏହା ତ ବହୁତ୍ ଚମତ୍କାର ଜୁଗାଡ ଅଟେ ଭାଇ । ସେହିପରି ଅନ୍ୟ ଜଣେ ୟୁଜର କମେଣ୍ଟ କରି କହିଛନ୍ତି ଯେ, ଜୁଗାଡ ମାଧ୍ୟମରେ ଆମେ ସବୁ କଷ୍ଟକର ଦେଖାଯାଉଥିବା କାମକୁ ସହଜ କରିପାରିବା ।

Leave A Reply

Your email address will not be published.