ଚଉଠି ରାତି ପରେ ବର କଲା ସୁସାଇଡ, ଜାଣନ୍ତୁ କଣ୍ ଥିଲା କାରଣ

0

Get real time updates directly on you device, subscribe now.

ପଶ୍ଚିମବଙ୍ଗର ହବଡାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଯେଉଁଠାରେ ଚଉଠି ରାତି ଶେଷ ହେବା ମାତ୍ରେ ହିଁ ବୋହୂର ସିନ୍ଦୂର ଉଜୁଡି ଗଲା । ସକାଳେ ବର୍ ଫାଶୀ ରେ ଝୁଲୁଥିବା ଅବସ୍ଥାରେ ମିଳିଲା । ଏହି ମାମଲା ବି ଗାର୍ଡେନ ଥାନା ଅନ୍ତର୍ଗତ ସାଲିମାର ଅଞ୍ଚଳର ଅଟେ । ଏହି ଘଟଣା ପରଠାରୁ ପରିବାରରେ ଆତଙ୍କ ସୃଷ୍ଟି ହୋଇଛି । ସୂଚନା ମିଳିବା ମାତ୍ରେ ହିଁ ପୋଲିସ ଘଟଣାସ୍ଥଳରେ ପହଞ୍ଚିଲା ଏବଂ ଶବ କୁ କବଜାକୁ ନେଇ ପୋଷ୍ଟମର୍ଟମ ପାଇଁ ପଠାଇ ଦେଲା । ପରିବାର ଲୋକ ଏବଂ ପୋଲିସ ଏହି ଆତ୍ମହତ୍ୟାର କାରଣ ଖୋଜିବାରେ ଲାଗି ପଡିଛନ୍ତି । ପ୍ରକୃତରେ ଏମିତି କଣ୍ ହେଲା ଯେ ବରକୁ ଆତ୍ମହତ୍ୟା କରିବାକୁ ପାଇଁ ବାଧ୍ୟ ହେବାକୁ ପଡ଼ିଲା ।

ଚଉଠି ରାତି ପରେ ବର୍ କଲା ସୁସାଇଡ :-

ପୋଲିସ୍ କହିଛି ଯେ ପ୍ରାଥମିକ ଯାଞ୍ଚ ରେ ମାମଲା ଆତ୍ମହତ୍ୟା ବୋଲି ଜଣାପଡିଛି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ସଠିକ୍ କାରଣ ଜଣାପଡିବ । ବର୍ତ୍ତମାନ ବରର ମୃତ୍ୟୁକୁ ନେଇ ରହସ୍ୟ ମନେ ହେଉଛି । ପରିବାର ସହିତ ବୋହୂ ମଧ୍ୟ ଏହି ଚିନ୍ତାରେ ରହିଛି ଯେ ପ୍ରକୃତରେ ଚଉଠି ରାତିରେ ଏମିତି କଣ୍ ହେଲା, ଯେଉଁ କାରଣ ପାଇଁ ବର ନିଜ ଜୀବନକୁ ହିଁ ଶେଷ କରିଦେଲା । ଏହି ବିଷୟରେ ପୋଲିସ ପରିବାର ଲୋକଙ୍କୁ ପଚରାଉଚରା କରିବାରେ ଲାଗିପଡ଼ିଛି ।

ଡିସେମ୍ବର 7ତାରିଖରେ ସାଲିମାରର ବାସିନ୍ଦା ଆଦର୍ଶ ସାବଙ୍କ ବିବାହ ବୈରକ ପୂରର ବାସିନ୍ଦା ଝିଅ ସହିତ ଧୁମଧାମରେ ହୋଇଥିଲା । ପରିବାର ଲୋକ କହିବା ଅନୁଯାୟୀ, ଦୁହେଁ ରାଜି ହେବାପରେ ହିଁ ବିବାହ ସ୍ତିର କରାଯାଇଥିଲା । ଡିସେମ୍ବର 8ତାରିଖରେ କନ୍ୟା ଶାଶୁଘରେ ପହଞ୍ଚିଲା । ଗୁରୁବାର ଦିନ ଚଉଠି ରାତି ଏବଂ ଶୁକ୍ରବାର ଦିନ ବହୁ ଭାତ ପାଇଁ ଯୋଜନା ଥିଲା । ଶୁକ୍ରବାର ଦିନ ସକାଳେ ଦୁହେଁ ନିଦରୁ ଉଠିଲେ । ବର କନ୍ୟାକୁ ଗାଧେଇ ଯିବାପାଇଁ କହିଲା, ପ୍ରାୟ ଅଧ ଘଣ୍ଟା ପରେ ସେ ଗାଧେଇ ସାରି ରୁମ୍ ଆସିଲେ, ସେତେବେଳେ ସେ ଦେଖିଲେ ଯେ ତାଙ୍କ ସ୍ଵାମୀ ଫାଶୀ ରେ ଝୁଲୁଛି । ଏହା ଦେଖି ଘରେ ପାଟି ତୁଣ୍ଡରେ ଭରିଗଲା ।

ଫାଶୀରେ ଝୁଲୁଥିବାର ଦେଖାଗଲା ବର :-

ବ୍ୟକ୍ତିକୁ ତଳକୁ ଓହ୍ଲାଇ ଦିଆଗଲା ଏବଂ ତୁରନ୍ତ ତାକୁ ହସ୍ପିଟାଲ୍ ନିଆଗଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଦେଲେ । କନ୍ୟା କହିଛି ଯେ ବିବାହ ସ୍ତିର ହେବା ପରେ ସେମାନେ ଗତ ଛଅ ମାସ ଧରି ସମ୍ପର୍କରେ ଥିଲେ ଏବଂ ସବୁଦିନ ଫୋନ୍ ରେ କଥା ହେଉଥିଲେ । ଆମେ ଦୁହେଁ ବିବାହକୁ ଅପେକ୍ଷା କରି ରହିଥିଲୁ । ସବୁକିଛି ଠିକ୍ ଠାକ୍ ଚାଲିଥିଲା । ଶୁକ୍ରବାର ଦିନ ସକାଳେ ସେ ମୋତେ ଗାଧେଇ ଯିବାକୁ କହିଲେ । ପ୍ରାୟ ଅଧ ଘଣ୍ଟା ପରେ ରୁମ୍ କୁ ଆସି ଦେଖିଲି ଯେ ସେ ଫାଶୀ ରେ ଝୁଲୁଛନ୍ତି । ମୁଁ କିଛି ବି ବୁଝି ପାରୁନାହିଁ ଯେ ଏମିତି କଣ୍ ହୋଇଗଲା ଯେ ମୋ ଦୁନିଆ ବସିବା ପୂର୍ବରୁ ହିଁ ଉଜୁଡ଼ି ଗଲା ।

Leave A Reply

Your email address will not be published.