ଫ୍ଲର୍ଟ କରୁଥିଲେ ବକ୍ସର,ଭାଉ ନମିଳିବାରୁ ମହିଳାଙ୍କ କରିଲେ ଏପରି ଅବସ୍ଥା

0

Get real time updates directly on you device, subscribe now.

ବକ୍ସିଂ ରିଙ୍ଗର ମୁକ୍କା ବର୍ଷାଉଥିବା ଜଣେ ମହିଳାଙ୍କୁ ନାଁ କହିବା ଏତେ ଖତରନାକ ହେଲା ଯେ ସେ ତାଙ୍କ ନାକ ଫଟେଇଦେଲେ|ପୋଲିସ ଆରୋପୀ ବକ୍ସରକୁ ଗିରଫ କରିଛି|ଏହି ଘଟଣା ମେକ୍ସିକୋର ଏକ ଲାଉଞ୍ଜ ବାରରେ ହୋଇଥିଲା|ପିଡିତ ମହିଳାଙ୍କ ନାକ ତିନି ଜାଗାରୁ ଭାଙ୍ଗି ଯାଇଛି ଓ ଏହି ଆକ୍ରମଣରେ ଅନ୍ୟ ଜଣେ ମହିଳା ଆହତ ହୋଇଛନ୍ତି|

ଡେଲି ଷ୍ଟାର ରିପୋର୍ଟ ଅନୁସାରେ ମୂଳତଃ କାନାଡା ନିବାସୀ ୨୭ ବର୍ଷିୟ ବକ୍ସର ପିଟର ନୋବାଜେକ ଉପରେ ମୁଥ ମାରି ଜେମି କାଉଟସର ନାକ ଫଟାଇବା ଆରୋପ ରହିଛି|ଜେମି ମଧ୍ୟ କାନାଡାର ଅଧିବାସୀ|ମେକ୍ସିକୋର ପ୍ଲାୟା ଡେଲ କାରମେନ ସ୍ଥିତ କୈୟୋଟ ଲାଉଞ୍ଜ ବାରରେ ବକ୍ସର ଏହି ଘଟଣା ଘଟିଛି|ଆହତ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା|ବେକାବୁ ବକ୍ସର ଆଉଜଣେ ମହିଳାଙ୍କୁ ମଧ୍ୟ ଆହତ କରିଛନ୍ତି|ପୋଲିସ କେସ ଦାଖଲ କରି ଆରୋପିକୁ ଗିରଫ କରିଛି|

ପୋଲିସ କହିଛନ୍ତି ଯେ ହାର୍ଟ ବ୍ରେକର ନିକନେମ ବାଲା ଏହି ବକ୍ସର ବାରରେ ମହଜୁଦ ଜେମି କାଉଟସ ଓ ତାଙ୍କ ଦୋସ୍ତକୁ ଫ୍ଲର୍ଟ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ମହିଳାଙ୍କୁ ତାଙ୍କ କାରନାମା ପସନ୍ଦ ଆସିଲା ନାହିଁ|ଦୁହେଁ ବକ୍ସରକୁ ଅଣଦେଖା କଲେ,ଫଳରେ ସେ ବିଚଳିତ ହୋଇଗଲା|ସେ ଜେମି କାଉଟସ ଚେହେରାରେ ମୁଥ ମାରିଲା ଫଳରେ ସେ ତଳେ ପଡିଗଲେ|

ଜଣେ ପିଡିତା କହିଛନ୍ତି ଯେ ଯେତେବେଳେ ଆମେ ତାକୁ ଭାଉ ଦେଲୁ ନାହିଁ ବକ୍ସର ରାଗରେ ଗଲା, କିନ୍ତୁ ଅଚାନକ ପଲଟିଲା ଓ ଜେମି ମୁହଁକୁ ମୁଥ ମାରିଲା|ଏଥିରେ ଜମିର ନାକ ଓ କିଛି ଦାନ୍ତ ଭାଙ୍ଗିଗଲା|ତାଙ୍କ ଆଖରେ ମଧ୍ୟ ଆଘାତ ଲାଗିଲା|ତାକୁ ନିଃଶ୍ୱାସ ନେବାପାଇଁ ମଧ୍ୟ କଷ୍ଟ ହେଉଛି|କାନାଡା ଫେରିବା ପୂର୍ବରୁ ତାକୁ ସର୍ଜରୀ କରିବାକୁ ପଡିବ|ଜେମି ଛୁଟି କଟାଇବାକୁ ମେକ୍ସିକୋ ଆଇଥିଲେ|ଆରୋପୀ ବକ୍ସର କ୍ୟାରିୟର ଆରମ୍ଭ ୨୦୧୯ରେ କରିଥିଲେ ଓ ଏପର୍ଯ୍ୟନ୍ତ ଵହୁ ୱଉଟ ଲଢି ସାରିଛନ୍ତି|

Leave A Reply

Your email address will not be published.