ନେହା କକ୍କର ସୋସିଆଲ ମିଡିଆରେ ବହୁତ୍ ଆକ୍ଟିଭ୍ ରୁହନ୍ତି ଏବଂ ଯଦି ସେ ଆକ୍ଟିଭ ନଥାନ୍ତି, ତେବେ ତାଙ୍କ ଭିଡିଓ ଭାଇରାଲ ହେବାକୁ ଲାଗେ । ନିକଟରେ ଅଭିନେତ୍ରୀ ଙ୍କ ଗୋଟିଏ ଭିଡିଓ ଭାଇରଲ ହେଉଛି । ଯେଉଁଥିରେ ସେ ଚିନ୍ତିତ ହୋଇ କାନ୍ଦୁଥିବାର ଦେଖାଯାଉଛନ୍ତି । ସିଙ୍ଗରଙ୍କ ଏହି ଭିଡିଓ ଦେଖି ତାଙ୍କ ଫ୍ୟାନମାନେ ବହୁତ୍ ଚିନ୍ତାରେ ଅଛନ୍ତି ଏବଂ ବିଭିନ୍ନ ପ୍ରକାରର କଥା ହେଉଛନ୍ତି ।
ନେହାଙ୍କୁ ଘେରି ପକାଇଲେ :-
ବଲିଉଡ୍ ସିଙ୍ଗର ନେହା କକ୍କରଙ୍କ ଗୋଟିଏ ଭିଡିଓ ଇଣ୍ଟରନେଟ ରେ ଖୁବ୍ ଭାଇରଲ ହେଉଛି, ଯେଉଁଥିରେ ସେ କାର୍ ରେ ବସି କାନ୍ଦୁଥିବାର ଦେଖାଯାଉଛନ୍ତି । ଏହି ଭିଡିଓ ଗୋଟିଏ ରେଷ୍ଟୁରାଣ୍ଟର ଅଟେ, ଯେଉଁଠାରୁ ଖାଇବା ଖାଇ ସାରି ସେ ବାହାରକୁ ଆସୁଥିଲେ । ଯେତେବେଳେ ନେହା କକ୍କର ନିଜ କାର ରେ ବସି ବାହାରୁଥିଲେ, ସେତେବେଳେ ଅଚାନକ କିଛି ପିଲା ସେଠାକୁ ଆସିଗଲେ ଏବଂ ସେମାନେ ପାଟିତୁଣ୍ଡ କରିବା ଆରମ୍ଭ କରିଦେଲେ ।
କାନ୍ଦି ପକାଇଲେ ନେହା :-
ଭିଡିଓରେ ଦେଖାଯାଉଛି ଯେ ଏହି ପିଲାମାନେ ନେହାଙ୍କୁ ପଇସା ମାଗୁଥିଲେ, ଠିକ୍ ସେତିକିବେଳେ ସେଠାକୁ ଗାର୍ଡ ଆସିଗଲେ । ଗାର୍ଡ ପିଲାମାନଙ୍କୁ ହଟାଇବାକୁ ଚେଷ୍ଟା କଲେ, ଠିକ୍ ସେତେବେଳେ ଚିତ୍କାର ପାଟିତୁଣ୍ଡ ଅଧିକ ଶୁଭାଗଲା । ଦେଖୁ ଦେଖୁ ସେଠାରେ ଏତେ ପାଟିତୁଣ୍ଡ ଏବଂ ଚିତ୍କାର ଶୁଭାଗଲା ଯେ ନେହାଙ୍କ ଆଖିରୁ ଲୁହ ବାହାରିବାକୁ ଲାଗିଲା । ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଇ ପାରେ ଯେ ନେହା ବହୁତ୍ ଡରିଯାଇଛନ୍ତି ଏବଂ କାରର ୱିଣ୍ଡୋ ପଟକୁ ପିଠି କରି ବସିପଡିଲେ ।
ଦେଖନ୍ତୁ ଭିଡିଓ :-
View this post on Instagram
ଫ୍ୟାନ ମାନେ ରାଗିଲେ :-
ଏହି ଭିଡିଓ ଦେଖି ଫ୍ୟାନ ମାନେ ଅସନ୍ତୁଷ୍ଟ ପ୍ରକାଶ କରୁଛନ୍ତି ଯେ ପ୍ରକୃତରେ ସେଠାରେ ଠିଆ ହୋଇଥିବା ଲୋକମାନେ ଏସବୁ ତାମସା କିପରି ଦେଖୁଥିଲେ । ଫ୍ୟାନ ମାନେ ପ୍ରଶ୍ନ କରୁଛନ୍ତି ଯେ ଯେଉଁ ଗାର୍ଡ ସେଲିବ୍ରେଟି ଆଗ ପଛରେ ବୁଲୁଥାନ୍ତି, ସେମାନେ ଏହି ଘଟଣା ସମୟରେ ପିଲାମାନଙ୍କୁ କାହିଁକି ହଟାଇଲେ ନାହିଁ କିମ୍ବା ବୁଝାଇଲେ ନାହିଁ । ସେହିପରି କିଛି ଲୋକ ଏହା ମଧ୍ୟ କହୁଛନ୍ତି ଯେ ଏହି ପିଲାମାନେ ଭିକାରୀ ନୁହଁନ୍ତି ବରଂ ଚୋର ଅଟନ୍ତି । ଶେଷରେ ଏହି ମାମଲା ଯାହା ବି ହେଇଥାଉ ନା କାହିଁକି, କିନ୍ତୁ ସିଙ୍ଗର ନେହା କକ୍କରଙ୍କୁ କାନ୍ଦୁଥିବା ଦେଖି ଫ୍ୟାନ ମାନେ ନିଶ୍ଚିତ ଭାବରେ ଦୁଃଖୀ ହୋଇଛନ୍ତି ।